Bangladeshi Verification / କେନ୍ଦ୍ରାପଡ଼ାରେ ଆରମ୍ଭ ଅନୁପ୍ରବେଶକାରୀ ବାଂଲାଦେଶୀ ଯାଞ୍ଚ ପ୍ରକ୍ରିୟା
·7 months ago·2 min read

Key Points
କେନ୍ଦ୍ରାପଡ଼ାରେ ଅନୁପ୍ରବେଶକାରୀ ବାଂଲାଦେଶୀ ଯାଞ୍ଚ ପ୍ରକ୍ରିୟା ଆରମ୍ଭ
ବିଭିନ୍ନ ସ୍ଥାନରେ ବ୍ଳକିଂ ଓ ଚେକିଂ କରି ଜୋରଦାର ଚଢାଉ
ଚିଲଖାନାରୁ ୧୮ ଅନୁପ୍ରବେଶକାରୀଙ୍କୁ କାବୁ କରି ସହ ଅଟକ ରଖିଛି ପୋଲିସ

ବାଂଲାଦେଶୀଙ୍କୁ ଆଉ ତ୍ରାହି ନାହିଁ। ଓଡ଼ିଶାରୁ ବିଦା ହେବେ ବାଂଲାଦେଶୀ। ଆରମ୍ଭ ହୋଇଗଲାଣି ଚିହ୍ନଟ ପ୍ରକ୍ରିୟା। ଜଗତସିଂହପୁରରୁ ତିନି ସନ୍ଦିଗ୍ଧ ବାଂଲାଦେଶୀ ଧରାପଡିବା ପରେ କେନ୍ଦ୍ରାପଡାରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଆରମ୍ଭ ହୋଇଛି । କେନ୍ଦ୍ରାପଡା ଏସପି ଆରମ୍ଭ କରିଛନ୍ତି ବାଂଲାଦେଶୀ ଯାଞ୍ଚ ପ୍ରକ୍ରିୟା । ବିଭିନ୍ନ ସ୍ଥାନରେ ବ୍ଳକିଂ ଓ ଚେକିଂ କରି ଜୋରଦାର ଚଢାଉ କରାଯାଉଛି । ଚିଲଖାନାରୁ ୧୮ ଜଣ ଅନୁପ୍ରବେଶକାରୀଙ୍କୁ କାବୁ କରିବା ସହ ଅଟକ ରଖିଛି ପୋଲିସ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ପ୍ରମାଣପତ୍ର ନାହିଁ । ଘର ଭଡ଼ା ଦେଇଥିବା ମାଲିକ ସହ ଘର ଭଡ଼ା ନେଇଥିବା ଲୋକଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ।
କେନ୍ଦ୍ରାପଡା ଦିଲାରପୁର, ବଡ଼ହାଟ, ରଣପଡ଼ା ବସ୍ତିରେ ରହୁଥିବା ଅନେକ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଟାଉନ୍ ଥାନାକୁ ଡକାଯାଇ ଯାଞ୍ଚ କରାଯାଇଛି । ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରବେଶ ଓ ପଳାୟନ ଆଶଙ୍କା କରି ପୋଲିସ ଯାଞ୍ଚ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି l ଜଗତସିଂହପୁରରେ ବାଂଲାଦେଶୀ ବାହାରିବା ପରେ ଆକ୍ସନ ମୋଡରେ ଓଡ଼ିଶା ପୋଲିସ । ପଶ୍ଚିମବଙ୍ଗରେ SIR ପ୍ରକ୍ରିୟା ଆରମ୍ଭ ହେବା ପରେ ଏବେ ସେଠାରେ ନିରାପଦରେ ରହୁଥିବା ବିଦେଶୀ ଅନୁପ୍ରବେଶକାରୀଙ୍କ ଭିତରେ ଛନକା। ଜଗତସିଂହପୁରରୁ ବାଂଲାଦେଶୀ ବାହାରିବା ଘଟଣାରେ ଏବେ ଏମିତି ଆଶଙ୍କା ଦୃଢ଼ୀଭୂତ ହୋଇଛି। ରାଜ୍ୟରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାହାର କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ବାଂଲାଦେଶୀଙ୍କ ୧୭ ବେଆଇନ୍ ନିର୍ମାଣ ଭାଙ୍ଗିଲା ପ୍ରଶାସନ; ମୁଖ୍ୟ ଅଭିଯୁକ୍ତ ସିକନ୍ଦର ସହ ୩୦ ଫେରାର୍
ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସେମାନଙ୍କ ବିରୁଦ୍ଧରେ ସରକାରଙ୍କ ଆଭିମୁଖ୍ୟ କଠୋର ରହିଛି । ସରକାର ଆସିବା ପରେ ଗୋଟିଏ ପର୍ଯ୍ୟାୟରେ ଏହି କାର୍ଯ୍ୟ କରାଯାଇଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ । ଆଇନ ମନ୍ତ୍ରୀଙ୍କ କହିବାନୁଯାୟୀ, ଯେଉଁଠି ଯେଉଁଠି ଅନୁପ୍ରବେଶକାରୀ ଅଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ, ସେମାନଙ୍କ କାର୍ଯ୍ୟକୁ ତଦାରଖ କରାଯିବ ଏବଂ ସେମାନଙ୍କୁ ଦେଶରୁ ବାହାର କରିବା ପାଇଁ ନିଷ୍ପତ୍ତି ମଧ୍ୟ ହୋଇଛି । ଏନେଇ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିବେ ।
ଏହା ମଧ୍ୟ ପଢ଼ନ୍ତୁ: ଖୁବ୍ଶୀଘ୍ର ଓଡ଼ିଶାରୁ ବାହାରିବେ ବାଂଲାଦେଶୀ
ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରର ଯେଉଁ ଭୂମିକା ରହିଛି, ରାଜ୍ୟ ସରକାରଙ୍କ ମଧ୍ୟ ସମାନ ଭୂମିକା ରହିଛି ।ରାଜ୍ୟ ସରକାର ସବୁବେଳେ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆସିଛନ୍ତି । ଓଡ଼ିଶାବାସୀଙ୍କୁ ଆହୁରି ସୁରକ୍ଷିତ ରଖିବା ପାଇଁ ସରକାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଅନୁପ୍ରବେଶକାରୀ, ଉଗ୍ରବାଦୀମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟ କରାଯାଉଛି । ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି, ସେ ଅନୁପ୍ରବେଶକାରୀ ହୁଅନ୍ତୁ ଅବା ଅନ୍ୟ କେହି, ସେ ସମସ୍ତଙ୍କ ପ୍ରତି ସରକାରଙ୍କ କଠୋର ଆଭିମୁଖ୍ୟ ରହିବ ।
ଖାଲି ସେତିକି ନୁହେଁ, ତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ କହିଛନ୍ତି ଯେ, ତଟବର୍ତ୍ତୀ ଅଞ୍ଚଳ ପୋଲିସକୁ ସଶକ୍ତ କରାଯାଇଛି ଏବଂ କୋଷ୍ଟ ଗାର୍ଡ ନିରୀକ୍ଷଣ କରୁଛି । ଓଡିଶାର ତଟ ସମ୍ପୂର୍ଣ୍ଣ ସୁରକ୍ଷିତ । ତେବେ ଯେଉଁମାନେ ଅନୁପ୍ରବେଶ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରିବା ପାଇଁ ସରକାର ସମସ୍ତ ବ୍ୟବସ୍ଥା ହାତକୁ ନେଇଛନ୍ତି । ସୂଚନାନୁସାରେ, ବେଆଇନ୍ ଘରେ ଚାଲିଥିଲା ମଦ୍ରାସା । ବିହାର, ଉତ୍ତରପ୍ରଦେଶରୁ ଆସୁଥିଲେ ପିଲା । ଜଗତସିଂହପୁରରେ ବାଂଲାଦେଶୀ ଚଳାଇଥିଲେ ବଡ଼ ସିଣ୍ଡିକେଟ୍ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories