Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଧୁମ୍ ଧାମ୍ ରେ ଚାଲିଛି କନିକା ରାଜ ମେଳଣ

Odisha

ଧୁମ୍ ଧାମ୍ ରେ ଚାଲିଛି କନିକା ରାଜ ମେଳଣ

Smruti Parija
Browse all articles by Smruti Parija
·2 years ago·1 min read
ଧୁମ୍ ଧାମ୍ ରେ ଚାଲିଛି କନିକା ରାଜ ମେଳଣ

Key Points

  • ଦୋଳେ ଚ ଦୋଳ ଗୋବିନ୍ଦମ୍
  • ଚାପେ ଚ ମଧୁସୂଦନମ୍
  • ରଥେ ତୁ ବାମନମ ଦୃଷ୍ଟ୍ଵା 
  • ପୁନର୍ଜନ୍ମ ନ ବିଦ୍ୟତେ

କେନ୍ଦ୍ରାପଡା: ଗାଁଠୁ ସହର ଜମୁଛି ଦୋଳଉତ୍ସବ । ଘର ଘର ବୁଲି ଭୋଗ ଖାଉଛନ୍ତି ଠାକୁରେ । ଦୀର୍ଘ ୬୦୦ଶହ ବର୍ଷର ପରମ୍ପରାକୁ ବହନ କରୁଥିବା କେନ୍ଦ୍ରାପଡ଼ାର କନିକା ରାଜ ମେଳଣ ଖୁବ ଧୁମ୍ ଧାମ୍ ରେ ଚାଲିଛି । ରାଧାକୃଷ୍ଣଙ୍କର ବିଗ୍ରହକୁ ବିଭାନରେ ବସାଇ କାନ୍ଧୁଆମାନେ ମେଳଣ ସ୍ଥଳକୁ ଆଣି ଭୋଗ ଲାଗି କରିବାର ରହିଛି ପରମ୍ପରା ।  ପାଞ୍ଚ ଦିନ ଧରି ମେଳଣ ଚାଲିବାକୁ ଥିବାବେଳେ ଶେଷ ଦିନରେ କନିକା ରାଜବାଟି ମେଳଣ ଅନୁଷ୍ଠିତ ହେବ । 

କନିକା ଐତିହ୍ୟ ପରମ୍ପରାକୁ ବହନ କରୁଥିବା ଏହି ମେଳଣରେ ସାମିଲ ହୁଅନ୍ତି ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତ । ପରମ୍ପରା ଅନୁଯାୟୀ କନିକା ରାଜା ମେଳଣ ସ୍ଥଳକୁ ଆସି ପ୍ରତ୍ୟେକ ବିଭାନ ପାଖରେ ଠାକୁରଙ୍କୁ ଭୋଗଲାଗି କରିଥାନ୍ତି । ଅଧିକ ଭକ୍ତ ଓ ଶ୍ରଦ୍ଧାଳୁ ଏକତ୍ରିତ ହେଉଥିବାରୁ ଆଇନି ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ପୋଲିସ ସହାୟତାରେ ରାଜକନିକା ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଏ । 

ବିଶ୍ୱାସ ରହିଛି ଦୋଳବିମାନରେ ରାଧାଗୋବିନ୍ଦଙ୍କୁ ଦର୍ଶନ କଲେ ମୋକ୍ଷପ୍ରାପ୍ତି ହୋଇଥାଏ । ଫାଲଗୁନ ମାସ ଫଗୁ ଦଶମୀ ଠାରୁ ପ୍ରଭୁ ଗୋବିନ୍ଦଙ୍କୁ ଅବିର ଲାଗି କରିବା ଓ ଦୁଆରେ ଚାଚେରି ଭୋଗ ବାଢିବା ବିଧି କାହିଁ କେବେଠୁ ପ୍ରଚଳିତ ହୋଇଆସିଛି । ଏହି ଅବସରରେ ଫଗୁ ଦଶମୀରୁ ଫାଲଗୁନ ପୂର୍ଣ୍ଣିମା ଓ ହୋଲି ପରଦିନ ପର୍ଯ୍ୟନ୍ତ ଗାଁ ଗାଁ ରେ ହରିହର ଭେଟ ବିଧି ମଧ୍ୟ ପାଳିତ ହୋଇଆସୁଛି । ବିଭିନ୍ନ ଗାଁର ଆରାଧ୍ୟ ଦେବତା ମାନେ ଦୋଳବିମାନରେ ଆସି ଗାଁ ମୋଳଣପଡିଆରେ ଏକାଠି ହୋଇ ଅବିର ଲାଗି ହୋଇଥାନ୍ତି । ସତରେ ସୁନ୍ଦ ଆମ ପରମ୍ପରା ସୁନ୍ଦର ଆମ ସଂସ୍କୃତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Painting
Sponsored
kendrapada-famous-dola-melana- | Argus News