ମାଉସୀଙ୍କ ପ୍ରଶ୍ନରେ ଘାଇଲା ବିଜେଡ଼ି, କହିଲେ ନବୀନଙ୍କ ଯୋଜନାରେ ନାହିଁ ଭରଷା

ଅର୍ଗସ ବ୍ୟୁରୋ : ମାଉସୀଙ୍କ ପ୍ରଶ୍ନରେ ଘାଇଲା ବିଜେଡ଼ି । କହିଲେ ନବୀନଙ୍କ ଯୋଜନାରେ ନାହିଁ ଭରଷା । ଖାଲି ଗପ କାମ ବୋହୁତ କମ । ବାଜୁଛି ଝାଞ୍ଜ, ବାଜୁଛି ଖୋଳ । ନବୀନ ନବୀନ ଗୀତରେ ଚାଲିଛି କିର୍ତ୍ତନ । କିର୍ତ୍ତନ କିର୍ତ୍ତନରେ ଚାଲିଛି ନବୀନଙ୍କ ପ୍ରଚାର ଓ ପ୍ରସାର । ଧନ୍ୟ ନବୀନ ସରକାର, ଧନ୍ୟ ନବୀନଙ୍କ ନେତା ଓ କର୍ମୀ । ଭାଗବାନଙ୍କୁ ଭୁଲି ଏଠି ପ୍ରଚାର ଚାଲିଛି ରାଜ୍ୟର ମୁଖିଆଙ୍କ । କାହାକୁ କହିବା କିଏ ଶୁଣିବ ଏ କଥା । ଏଠି ତ ସବୁ ଆଡ଼େ ନବୀନଙ୍କ ଚାମଚା । ଏଭଳି ଦୁଃଖତ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜଲ୍ଲା ମାର୍ଶାଘାଇ ବ୍ଲକରେ । ଯୋଉଠି ନବୀନଙ୍କ ଯୋଜନାର ଚାଲିଛି ପ୍ରଚାର ଓ ପ୍ରସାର ।
ଏଠି ପ୍ରଶ୍ନ ଉଠୁଛି, ନବୀନଙ୍କ ଯୋଜନାର ପ୍ରଚାର ପ୍ରସାର ପାଇଁ ଏକି ପ୍ରକାରର ଫାର୍ସ । ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ । ଯାହାକୁ ନେଇ ଏବେ ଫୁଲ ଗରମ ବିଜେଡ଼ି ମୁଣ୍ଡ । ଏଠି ଚାଲିଛି ନବୀନଙ୍କ ଯୋଜନାର ପ୍ରଚାର ଓ ପ୍ରସାର । ପ୍ରଚାର ଓ ପ୍ରସାର ଚଲିଥିବା ଭେଳେ ଆରମ୍ଭ ହେଲା ପ୍ରଶ୍ନର ବାଣ । ଯାହାକୁ ନେଇ ଛାନିଆ ହେଲେ ବିଜେଡ଼ିର ପ୍ରଚାର କରୁଥିବା ଲୋକେ ।
ମାଉସୀଙ୍କ ଅଭିଯୋଗ ହେଲା, ତାଙ୍କ ଶଶୁର ଓ ସ୍ଵାମୀଙ୍କ ମୃତ୍ୟୁ ପରେ ତାଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ସାହାଯ୍ୟ ସୁବିଧା ରାଜ୍ୟ ସରକାର ଦେଇ ନାହାନ୍ତି । ଏମିତି କି ହରିଶ୍ଚନ୍ଦ୍ର ଯୋଜନାର ସାହାଯ୍ୟ ବି ମିଳିନାହିଁ, ଏ କଥା ଆମେ କୋହୁ ନାହୁଁ । କୋହୁଛନ୍ତି ମାଉସୀ ଜଣକ । ଏମିତି କି ତାଙ୍କ ସ୍ବାମୀ ମରିବାର ୬ ବର୍ଷ ପରେ ତାଙ୍କୁ ମଧୁବାବୁ ପେନସଅନରେ ସାମିଲ କରାଯାଇଛି । ଯାହାକୁ ନେଇ ପ୍ରଶ୍ନ ପରେ ପରେ ପ୍ରଶ୍ନ ପଚାରିଥିଲେ ମାଉସୀ । ଦେଖିବାକୁ ବାକି ରହିଲା ରାଜ୍ୟ ସରକାର ଖାଲି ପ୍ରଚାର ପ୍ରସାରରେ ଯୋଜନାକୁ ରଖୁଛନ୍ତି । ନା ଗରିବ ଲୋକେ କେମିତି ଯୋଜନାର ଲାଭ ପାଇବେ ସେ ନେଇ କିଛି ଯୋଜନା କରିବେ ।