Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ପୁଣି ମୁହାଁମୁହିଁ ହେଲେ ବିଜେଡ଼ିର ଦୁଇ ଗୋଷ୍ଠୀ

Odisha

ପୁଣି ମୁହାଁମୁହିଁ ହେଲେ ବିଜେଡ଼ିର ଦୁଇ ଗୋଷ୍ଠୀ

Jitendra Dash
Browse all articles by Jitendra Dash
·2 years ago·1 min read
ପୁଣି ମୁହାଁମୁହିଁ ହେଲେ ବିଜେଡ଼ିର ଦୁଇ ଗୋଷ୍ଠୀ

ଅର୍ଗସ ବ୍ୟୁରୋ : ଗୋଟିଏ ଦଳ ଦୁଇଟି ମଞ୍ଚ । ଦୁଇଟି ମଞ୍ଚରେ ହେଲା ନବୀନ ବାବୁଙ୍କ ପ୍ରଚାର ଓ ପ୍ରସାର । ପୁଣି ଜଳଜଳ ହୋଉ ଦିଶିଲା ପାଟକୁରା ବିଜେଡ଼ିରେ ଫାଟ । ଦେଖୁବାକୁ ମିଳିଲା, ବିଜେଡ଼ି ସରପଞ୍ଚ ବନାମ ବିଜେଡ଼ି ବିଧାୟକ । ଆଜି 'ମୋ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମକୁ ଉଠିଲା ପଡ଼ିଲା ପାଟକୁରା ନିର୍ବାଚନ ମଣ୍ଡଳୀ । ଦୁଇ ଗୋଷ୍ଠୀଙ୍କ ପକ୍ଷରୁ ସମାନ୍ତରାଳ ଭାବେ 'ମୋ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ।

ଗତ୨୧ ତାରିଖରେ ସରପଞ୍ଚ ସୁକାନ୍ତି ମହାନ୍ତିଙ୍କ ଗୋଷ୍ଠୀ ପକ୍ଷରୁ ପଞ୍ଚାୟତ ଅଫିସ୍ ପାଖରେ 'ମୋ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଥିଲା ବେଳେ, ବିଳମ୍ବିତ ରାତିରେ କିଛି ଯୁବକ ଟେଣ୍ଟକୁ ଭାଙ୍ଗି ବା ସହ ନବୀନ ପଟ୍ଟନାୟକଙ୍କ ବ୍ୟାନରକୁ ମଧ୍ୟ ଚିରି ଦେଇଥିଲେ । ପରେ ସରପଞ୍ଚଙ୍କ ଗୋଷ୍ଠୀ ଅନ୍ୟତ୍ର ମୋ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ କରି ଥିଲେ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ପାଟକୁରା ନିର୍ବାଚନ ମଣ୍ଡଳିର ବର୍ତ୍ତମାନର ବିଜେଡି ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ଅନୁଗତ, ଅବସରପ୍ରାପ୍ତ ମେଜର ଭରତ ଜେନାଙ୍କ ସଭାପତିତ୍ବରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସେହି ସମୟରେ 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅନେକ ବିଜେଡ଼ି ନେତା ମଧ୍ୟ ଉପସ୍ତିତ ଥିଲା । ସେମାନଙ୍କୁ ସରପଞ୍ଚଙ୍କ ଗୋଷ୍ଠୀ ମାନେ ଅଣଦେଖା କରିବା ସହ କୌଣସି କଥାରେ ତାଙ୍କୁ ନ ପଚାରିବାରୁ ଅସନ୍ତୋଷ ଦେଖା ଦେଇଛି । ଗତ କିଛିଦିନ ତଳେ ବିଧାୟିକାଙ୍କ ସମର୍ଥକ ମାନେ ଜିଲ୍ଲା ବିଜେଡି ସଭାପତିଙ୍କ କୁଶପୁତ୍ତଳିକା ଦାହ କରିଥିଲେ । 
 

Argus Whatsapp Channel Mobile Top
Sponsored
kendrapara bjd issue | Argus News