|
logo
Live

Argus News - ଗଣେଶ୍ଵରଙ୍କୁ କେନ୍ଦ୍ରାପଡାରେ ବିରୋଧ

Odisha

ଗଣେଶ୍ଵରଙ୍କୁ କେନ୍ଦ୍ରାପଡାରେ ବିରୋଧ

Jitendra Dash
Browse all articles by Jitendra Dash
·1 year ago·2 min read
ଗଣେଶ୍ଵରଙ୍କୁ କେନ୍ଦ୍ରାପଡାରେ ବିରୋଧ

ଗଣେଶ୍ଵରଙ୍କୁ କେନ୍ଦ୍ରାପଡାରେ ବିରୋଧ
ଆମଦାନୀ ନେତାଙ୍କୁ ଗୁରୁତ୍ଵ ଦେଉଛି କାହିଁକି ?

ଅର୍ଗସ ବ୍ୟୁରୋ : ପୁରୁଣା ଥାଉଥାଉ ନୂଆଙ୍କୁ ଗୋଟାଉଛି ବିଜେଡି । ଖାଲି ଗୋଟାଉଛି ତାହା ନୁହେଁ ବରଂ ଟିକଟ ବି ଦେଉଛି । ସେଇଥି ଲାଗି ତ ଏବେ କେନ୍ଦ୍ରାପଡା ବିଜେଡିରେ ଦେଖାଗଲାଣି କେଁ । କାରଣ ସଜସଜ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ଗଣେଶ୍ଵରଙ୍କୁ କାଳେ ଶଙ୍ଖ ଦଳ ଟିକଟ ଦେଉଛି । ସେଇଥି ଲାଗି ତ ଗ୍ରାଉଣ୍ଡରେ ଏବେଠୁ ଜୋରଦାର କରାଗଲାଣି ବିରୋଧ । 

କଂଗ୍ରେସରୁ ଗଣେଶ୍ୱର ବେହେରା ବିଜେଡିରେ ମିଶିବା ପରେ ମୂଳ ବିଜେଡି ନେତାଙ୍କ ଭିତରେ ପ୍ରବଳ ଅସନ୍ତୋଷ । କଂଗ୍ରେସ ନେତା ଗଣେଶ୍ବର ବେହେରାଙ୍କ ବିଜେଡିରେ ମିଶ୍ରଣକୁ ସମଗ୍ର ନିର୍ବାଚନ ମଣ୍ଡଳୀରେ ବିରୋଧ କରୁଛନ୍ତି ବିଜେଡି ନେତା ଓ କର୍ମୀ । ଯାହା ଦଳ ଓ ସୁପ୍ରିମୋଙ୍କ ପାଇଁ ସାଜିଲାଣି କାଳ । ଦୀର୍ଘ ଦିନ ଧରି ଯେଉଁ ନେତାମାନେ ସଂଗଠନ କରି ଲୋକଙ୍କ ସୁଖ ଦୁଃଖରେ ରହିଆସିଛନ୍ତି, ସେମାନଙ୍କୁ ଅଣଦେଖା କରି ଗଣେଶ୍ବରଙ୍କ ଭଳି ଆମଦାନୀ ନେତାଙ୍କୁ ଟିକେଟ ଦେଲେ ଆଗାମୀ ଦିନରେ ବିଜେଡିରେ ବିଦ୍ରୋହ ଦେଖାଦେବ ବୋଲି କର୍ମୀମାନେ ଖୋଲାଖୋଲି ଆହ୍ବାନ ଦେଇଛନ୍ତି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପଟ୍ଟାମୁଣ୍ଡାଇ ବଲୁରିଆ ପଞ୍ଚାୟତର ସିଧବାଲି ଗାଁ ଛକରେ ଗଣେଶ୍ୱର ବେହେରାଙ୍କୁ ବିରୋଧ କରାଯାଇଛି । କର୍ମୀମାନେ ଆମଦାନୀ ନେତା ହଟାଅ, ଗଣେଶ୍ବର ବେହେରା ଗୋ ବ୍ୟାକ ଆଦି ନାରା ମଧ୍ୟ ଦେଇଥିଲେ । ନିଜ ଦଳରେ ନେତା ଥାଉଥାଉ ଗତଥର ଶଶୀଭୁଷଣ ବେହେରାଙ୍କୁ ଟିକେଟ ଦିଆଗଲା । ଚଳିତ ଥର ମଧ୍ୟ ଯେଉଁନେତା ତାଙ୍କ ଜୀବନ ସାରା ବିଜୁବାବୁ ଓ ନବୀନଙ୍କୁ ଗାଳିକରି ଆସୁଛନ୍ତି ତାଙ୍କୁ କେମିତି ସାଧାରଣ କର୍ମୀ ଗ୍ରହଣ କରିବେ ବୋଲି ପ୍ରଶ୍ନ ଉଠିଛି ।

କଂଗ୍ରେସ ନେତା ଗଣେଶ୍ୱର ବେହେରା ଏପ୍ରିଲ ୭ ତାରିଖ ଦିନ ବିଜେଡିରେ ଅନୁଷ୍ଠାନିକ ଭାବେ ଯୋଗଦେଇଥିଲେ । ମାତ୍ର ତାଙ୍କର ଏଇ ଯୋଗଦାନକୁ ପଟ୍ଟାମୁଣ୍ଡାଇ ସିଧବାଲିରେ ବିରୋଧ କରାଯାଇଛି । କର୍ମୀ ମାନେ ଆମଦାନୀ ନେତା ହଟାଅ, ଗଣେଶ ବେହେରା ଗୋ ବ୍ୟାକ ଆଦି ନାରା ମଧ୍ୟ ଦେଇଥିଲେ । ଆଗାମୀ ଦିନରେ କଣ ଘଟିବ ସମସ୍ତଙ୍କ ନଜର ତାହାରି ଉପରେ ରହିଛି ।
 

Sponsored
ଗଣେଶ୍ଵରଙ୍କୁ କେନ୍ଦ୍ରାପଡାରେ ବିରୋଧ | Argus News