|
logo
Live

Argus News - ଗଣେଶ୍ଵରଙ୍କ ପାଇଁ କେନ୍ଦ୍ରାପଡ଼ା ବିଜେଡି ଫାଳଫାଳ

Odisha

ଗଣେଶ୍ଵରଙ୍କ ପାଇଁ କେନ୍ଦ୍ରାପଡ଼ା ବିଜେଡି ଫାଳଫାଳ

Jitendra Dash
Browse all articles by Jitendra Dash
·2 years ago·2 min read
ଗଣେଶ୍ଵରଙ୍କ ପାଇଁ କେନ୍ଦ୍ରାପଡ଼ା ବିଜେଡି ଫାଳଫାଳ

ଗଣେଶ୍ଵରଙ୍କ ପାଇଁ ବିଜେଡି ଫାଳଫାଳ
ଆମଦାନୀ ନେତାଙ୍କୁ ଦେଉଛନ୍ତି
ପୁରୁଖାଙ୍କୁ ମୁହଁ ମୋଡୁଛନ୍ତି
 

ଅର୍ଗସ ବ୍ୟୁରୋ : ନୂଆନୂଆ ବିଜେଡିରେ ସାମିଲ ହୋଇଥିବା ଗଣେଶ୍ୱରଙ୍କ ପାଇଁ କେନ୍ଦ୍ରାପଡ଼ା ବିଜେଡି ଏବେ ୪ ଫାଳ । ଦିନକୁ ଦିନ ତେଜୁଛି ବିଜେଡିରେ ଗୋଷ୍ଠୀ କନ୍ଦଳ । କଂଗ୍ରେସରୁ ଗଣେଶ୍ୱର ବେହେରା ବିଜେଡିରେ ମିଶିବା ପରେ ମୂଳ ବିଜେଡି ନେତାଙ୍କ ଭିତରେ ପ୍ରବଳ ଅସନ୍ତୋଷ । ଜୋନ୍ ସ୍ତରୀୟ ବିଜେଡି କର୍ମୀ ମାନେ ଆଜି, ଗଣେଶ୍ୱରଙ୍କ ବିରୋଧରେ ନାରାବାଜୀ କରିବା ସହ ଖୋଲାଖୋଲି ବିରୋଧ ଜଣାଇଛନ୍ତି ।

ହାତରେ ପୋଷ୍ଟର୍, ପ୍ଲାକାର୍ଡ ଧରି ‘ଗୋ ବ୍ୟାକ୍ ଗଣେଶ୍ୱର’ ନାରା ଦେଇଛନ୍ତି । ବାହାରୁ ଆସିଥିବା ନେତାଙ୍କୁ ନୁହେଁ ମୂଳ ବିଜେଡିରୁ ପ୍ରାର୍ଥୀ ଦେବାକୁ ଦାବି ହୋଇଛି । କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିଲେ ବି କେନ୍ଦ୍ରାପଡ଼ା ବିଧାନସଭାରେ ପ୍ରାର୍ଥୀ ଦେଇପାରିନି ବିଜେଡି । ଆଉ ଏହାରି ଭିତରେ ପ୍ରତିଦିନ ବିଜେଡିରେ ବଢ଼ୁଥିବା ଗୋଷ୍ଠୀ କନ୍ଦଳ ଏବେ ଦଳ ପାଇଁ ଅଧିକ ଟେନସନ୍ ବଢ଼ାଇଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୋଟିଏ ପଟେ ପୂର୍ବତନ ବିଧାୟକ କିଶୋର ତରାଇ ଓ ଅନ୍ୟ ପଟେ ସିପ୍ରା ମଲ୍ଲିକଙ୍କ ସମେତ ଯୁବନେତା ମୁରଲୀ ସେଠି ଓ ଜିଲ୍ଲାପରିଷଦ ସଭାପତି ଗୀତା ସେଠି । ନିଜ ସମର୍ଥକ ମାନେ ବିଭିନ୍ନ ପଞ୍ଚାୟତରେ ଗଣେଶଙ୍କ ବିରୁଦ୍ଧରେ ନାରାବାଜୀ ଦେଇ ଆମଦାନୀ ନେତା ହଟାଓ ସ୍ଲୋଗାନ ଦେଉଛନ୍ତି ।

ଗତ ୫ତାରିଖ ଶନିବାର ସନ୍ଧ୍ୟାରେ ପୂର୍ବତନ ବିଧାୟକ କିଶୋର ତରାଇ ଓ ସିପ୍ରା ମଲ୍ଲିକଙ୍କ ସମେତ ବିଜେଡି କର୍ମୀ ମାନେ ଏକଜୁଟ ହୋଇଥିଲେ । ଗଣେଶ୍ୱରଙ୍କୁ ବିଜେଡିରେ ମିଶାଇ ଦେବେ ନାହିଁ ବୋଲି ପ୍ରତିବାଦ ସଭା ମଧ୍ୟ କରିଥିଲେ । ତେବେ ପରଦିନ ଗଣେଶ୍ୱର କେନ୍ଦ୍ରାପଡ଼ାରୁ ହଜାର ହଜାର ସମର୍ଥକ ମାନଙ୍କୁ ନେଇ ବିଜେଡିରେ ମିଶିଥିଲେ । ଏବେ ରକ୍ତମୁଖା ହୋଇପଡିଛନ୍ତି ବିଜେଡ଼ି ନେତା ଓ କର୍ମୀ ।

ଏହାକୁ ପ୍ରତିବାଦ କରି କେନ୍ଦ୍ରାପଡ଼ା ବ୍ଲକ ଓ ମୁନିସିପାଲିଟର ବିଭିନ୍ନ ୱାର୍ଡରେ ବିଜେଡି କର୍ମୀ ମାନେ ବିଜେଡି ବିରୁଦ୍ଧରେ ନାରାବାଜୀ ଦେବା ସହ ଗଣେଶ୍ୱରଙ୍କୁ ଟିକେଟ ନ ଦେବାକୁ ଦାବି କରିଛନ୍ତି । ତେବେ ଯଦି ସୁପ୍ରିମୋ ଟିକେଟ ଦିଅନ୍ତି ଭୟାନକ ପରିସ୍ଥିତି ସୃଷ୍ଟିହେବ ବୋଲି  କହିଛନ୍ତି । ଦେଖିବାକୁ ରହିଲା କେନ୍ଦ୍ରପଡ଼ା ରାଜନୀତି ପାଣିପାଗ କୁଆଡେ ଯାଉଛି । କାହାକୁ ଟିକେଟ ଦେଉଛନ୍ତି ବିଜେଡ଼ି ସୁପ୍ରିମୋ ।  
 

Sponsored
ଗଣେଶ୍ଵରଙ୍କ ପାଇଁ କେନ୍ଦ୍ରାପଡ଼ା ବିଜେଡି ଫାଳଫାଳ | Argus News