Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ସୁପ୍ରିମୋଙ୍କ କେନ୍ଦ୍ରାପଡା ଟେନସନ୍

Jitendra Dash
Browse all articles by Jitendra Dash
·2 years ago·1 min read
ବିଜେଡି ସୁପ୍ରିମୋଙ୍କ କେନ୍ଦ୍ରାପଡା ଟେନସନ୍

ଅର୍ଗସ ବ୍ୟୁରୋ : ବିଜେଡିର ଅଡୁଆ କମୁନି । କେନ୍ଦ୍ରାପଡାରେ ଆମଦାନୀ ନେତାଙ୍କ ସଂଖ୍ୟା ବଢିବା ପରେ କାହାକୁ ଦଳ ଟିକଟ ଦେବ ସେଇ ଟେନସନ୍‌ ଏବେ । କାରଣ ଜିଲ୍ଲାର ଏକମାତ୍ର ସ˚ରକ୍ଷିତ ଥିବା ଆସନରୁ ଏ ପର୍ଯ୍ୟନ୍ତ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଜିଲ୍ଲାରେ ବିଜେଡି ଓ ବିଜେପି ପକ୍ଷରୁ କିଛି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ହେଲେ ପୁରା ବ୍ୟାକଫୁଟ୍‌ରେ ରହିଛି କ˚ଗ୍ରେସ ।

ଜୁନ୍‌ ୨ରେ କେନ୍ଦ୍ରାପଡାରେ ପଡ଼ିବ ଭୋଟ୍‌ । ନିର୍ବାଚନକୁ ଆହୁରି ଅନେକ ଦିନ ବାକି ଅଛି । ହେଲେ, ଏହି ଆସନରୁ ବିଜେଡ଼ିର ଅନେକ ଆଶାୟୀ ଅଛନ୍ତି, ତେଣୁ ଏତେ ଆଗରୁ ବିଜେଡି ପ୍ରାର୍ଥୀ ଘୋଷଣା କରି ଆଶାୟୀ ଓ ସେମାନଙ୍କ ସମର୍ଥକଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା କରିଦେଲେ ଦଳ ଭିତରେ ଥିବା ଆଶାୟୀ ନେତା ବିରୋଧୀ ଶିବିରକୁ ଡେଇଁ ପଡ଼ିବାର ସମ୍ଭାବନା ରହିଛି । ଯାହାକୁ ଟେନସନରେ ଅଛନ୍ତି ବିଜେଡି ଦଳର ସୁପ୍ରିମୋ । ସେପଟେ ବିଜେଡି ଯହି ଆମକୁ ଟିକେଟ ନ ଦେଇ ଆମଦାନୀ ନେତା ବା ଗଣେଶ୍ୱର ବେହେରାଙ୍କୁ ଟିକେଟ୍ ଦିଏ ତେବେ ଆଗାମୀ ଦିନରେ ବିଜେଡିରେ ବିଦ୍ରୋହ ଦେଖାଦେବ ବୋଲି କର୍ମୀମାନେ ଖୋଲାଖୋଲି ଆହ୍ବାନ ଦେଇଛନ୍ତି ।   

ତେଣୁ ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା ନ କରି ସେମାନଙ୍କୁ ବିରୋଧୀ ଶିବିରକୁ ଛାଡ଼ିଦେବାକୁ ଚାହୁଁନାହିଁ । ବିଜେପି ଓ କ˚ଗ୍ରେସ ପ୍ରାର୍ଥୀ ଘୋଷଣା ଯାଏ ବୋଧହୁଏ ବିଜେଡି ଅପେକ୍ଷା କରିଛି । ଦୁଇ ବିରୋଧୀ ଦଳର ଘୋଷଣା ପରେ ଯାଇ ବିଜେଡି ନିଜ ପ୍ରାର୍ଥୀ ଘୋଷଣା କରିବ ବୋଲି ରାଜନୈତିକ ମହଲ ଅନୁମାନ ଲଗାଉଛି । 
 

Sponsored
kendrapara bjd tension | Argus News