Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସରଗରମ ପାଟକୁରା, ଟିକଟ ଟେନସନରେ ନେତା

Odisha

ସରଗରମ ପାଟକୁରା, ଟିକଟ ଟେନସନରେ ନେତା

Jitendra Dash
Browse all articles by Jitendra Dash
·2 years ago·2 min read
ସରଗରମ ପାଟକୁରା, ଟିକଟ ଟେନସନରେ ନେତା

ଅର୍ଗସ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଛି, ଚର୍ଚ୍ଚା ବି ଜୋର ଧରିଛି ।  ହେଲେ ଟିକଟ କାହାକୁ ମିଳିବ ସେନେଇ ଅଙ୍କ କଷୁଛନ୍ତି ନେତା । ଅବଶ୍ୟ ଭାଗଫଳ ଛିଣ୍ଡୁନି କିନ୍ତୁ ଚର୍ଚ୍ଚା ଥମୁନି । ଖାସ୍‌ କରି ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ନିର୍ବାଚନମଣ୍ଡଳି ହେଉଛି କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀ । ଏବେ ଏହି ନିର୍ବାଚନରେ ବିଜେଡିର ଗୋଷ୍ଠୀ କନ୍ଦଳ ଏବେ ଉଗ୍ରରୂପ ନେଇଛି ।  ଗୋଟିଏ ପଟେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଓ ଅନ୍ୟପଟେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ । ଏହି ଦୁହେଁ ଯୁବନେତା ଶାସକ ଦଳ ଟିକେଟରୁ ପାଟକୁରା ବିଧାନସଭାରୁ ଲଢ଼ିବେ ବୋଲି ଦୁହେଁ ନିଜ ନିଜର ଶକ୍ତି ପଦର୍ଶନ କରୁଛନ୍ତି ।

ଏବଂ ବିଜେଡି କର୍ମୀ ମାନେ କାହା ସପକ୍ଷରେ ଯିବେ ବୋଲି ନିଜନିଜର ମତ ପ୍ରକାଶ କଲେଣି । ଯାହାକୁ ନେଇ ଏବେ ପାଟକୁରା ବିଜେଡି ଶିବିର ଚଳଚଞ୍ଚଳ ହୋଇପଡ଼ିଛି । ସଞ୍ଜୟ ଅଗ୍ରୱାଲ ଓ ତାଙ୍କ ସମର୍ଥକ ମାନେ ଟିକେଟ ପାଇଁ ବେଶ ଆଶାବାଦି ଓ ତାଙ୍କ ପାଲା ଭାରି ବୋଲି ଜଣାପଡ଼ୁଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୋଟିଏ ପଟେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ସୁପୁତ୍ର ତଥା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ । ତାଙ୍କ ବାପା ଓ ମା ସାବିତ୍ରୀ ପାଟକୁରାରେ ବହୁ ବିକାଶ କରିଛନ୍ତି ଓ ଆହୁରି ବିକାଶ ପାଇଁ ସେ ଲୋକମାନଙ୍କ ସେବା ଜାରି ରଖିବେ ବୋଲି କହିଛନ୍ତି ନିଜ ମତ ରଖିଛନ୍ତି ।

ସେହିପରି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦଙ୍କ ବିଜେଡି ଯୋଗଦାନ ଦେବା ପରେ କହିଛନ୍ତି, ବାପା ଦେଖିଥିବା ସ୍ୱପ୍ନକୁ ସାକାର କରିବେ । ବାପାଙ୍କ ସମର୍ଥକ ମାନଙ୍କୁ ନେଇ ଶକ୍ତି ପଦର୍ଶନ କରିବା ସହ ଏଥର ନିର୍ବାଚନ ଲଢ଼ିବେ ବୋଲି ଆଶାବାଦୀ ମଧ୍ୟ ଅଛନ୍ତି । ତେବେ ଦେଖିବାକୁ ରହିଲା ବିଜେଡି କାହାକୁ ଟିକେଟ ପ୍ରଦାନ କରୁଛି । କିଏ ପାଟକୁରାରୁ ବିଧାନସଭାରୁ ନିର୍ବାଚନ ଲଢ଼ିବ ତାହା ଦେଖିବାକୁ ଅପେକ୍ଷା ରହିଲା ।
 

Sponsored
Kendrapara election issue | Argus News