|
logo
Live

Argus News - ଜମୁଛି କେନ୍ଦ୍ରାପଡ଼ା ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା

Odisha

ଜମୁଛି କେନ୍ଦ୍ରାପଡ଼ା ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା

Jitendra Dash
Browse all articles by Jitendra Dash
·2 years ago·2 min read
ଜମୁଛି କେନ୍ଦ୍ରାପଡ଼ା ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା

ଅର୍ଗସ ବ୍ୟୁରୋ : ଜମୁଛି କେନ୍ଦ୍ରାପଡ଼ା ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା । ସନ୍ଧ୍ୟା ହେଲେ ଭଳିକି ଭଳି ତୋରଣ ସାଙ୍ଗକୁ ଚିକମିକ୍ ଆଲୋକରେ ଚମକି ଉଠୁଛି ସାରା ସହର । କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିଲା ଏହି ଗଣପର୍ବ । ପ୍ରଥମ ଦିନ ଚନ୍ଦ୍ରଗ୍ରହଣ ପାଇଁ ଫିକା ପଡିଥିବା ବେଳେ ଦ୍ଵିତୀୟ ଦିନ ଠାରୁ ଆରମ୍ଭ ହୋଇଥିଲା ଭକ୍ତଙ୍କ ଭିଡ଼ । ଧରାଧାମକୁ ଓହ୍ଲାଇଛନ୍ତି ଧନଦାତ୍ରୀ ଦେବୀ ମା' ଲକ୍ଷ୍ମୀ । ଗଜ ବାହନରେ ଆସିଥିବାରୁ ଧନଦାତ୍ରୀଙ୍କୁ ଗଜଲକ୍ଷ୍ମୀ ବେଶରେ ପୂଜା କରାଯିବାର ରହିଛି ପରମ୍ପରା । 

ଅଧିକ ପଢନ୍ତୁ : ସୁବର୍ଣ୍ଣପୁର ଗଜଲକ୍ଷ୍ମୀ ପୂଜା, ମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ

ଶନିବାର କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ କାରଣରୁ ପ୍ରତ୍ୟେକ ପୂଜା ମଣ୍ଡପରେ ସକାଳୁ ସକାଳୁ ପୂଜା କାର୍ଯ୍ୟ ସମାପନ କରାଯାଇଥିଲା । ରବିବାର ଦିନ ଠାରୁ ମା'ଙ୍କ ରିତିନୀତି ଅନୁସାରେ ପୂଜା କାଯାଇଥିଲା । ଚଳିତବର୍ଷ ପୂଜାକୁ ଖୁବ ଧୁମଧାମରେ ପାଳନ କରାଯାଉଥି । ଆକର୍ଷଣୀୟ ତୋରଣ ସାଙ୍ଗକୁ ଲାଇଟ ଗେଟ, ଲିଚୁ ବଲବ, ବିଦେଶୀ ଲାଇଟ ଭକ୍ତ ଓ ଦର୍ଶକଙ୍କ ମନକୁ ବିମୋହିତ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦ୍ରାପଡ଼ା ସହରରେ ଲକ୍ଷ୍ମୀପୂଜାର କିମ୍ବଦନ୍ତୀ ବହୁ ପୁରୁଣା । ପୂଜା ଆସିଲେ ସହରର ପ୍ରତି ଘରେ ଦୂର ଦୂରାନ୍ତରୁ ଆସି ପହଞ୍ଚଥାନ୍ତି ବନ୍ଧୁବାନ୍ଧବ । ମା'ଙ୍କ ପୂଜାର ୭ ଦିନ ପର୍ଯ୍ୟନ୍ତ ସହରର ପ୍ରତି ମେଢ଼ ଆଗରେ ପ୍ରବଳ ଭିଡ଼ ଜମିଥାଏ । ତେବେ ରବିବାର ଠାରୁ କେନ୍ଦ୍ରାପଡ଼ା ସହରର ୨୧ଟି ୱାର୍ଡରେ ୬୦ରୁ ଉର୍ଦ୍ଧ୍ବ ସ୍ଥାନରେ ପୂଜା ପାଉଥିବା ମୃଣ୍ମୟୀ ମୂର୍ତ୍ତିଙ୍କ ଆଗରେ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି । 

ସେହିପରି ସହରର ମହିପାଳ, ବଣିଆମାଳ, ସାନ୍ତସାହି, ବଣିଆସାହି, କାକଟ, କେଶପୁର ଓ ପୁରୁଣା ବସଷ୍ଟାଣ୍ଡ ଇତ୍ୟାଦି ସ୍ଥାନରେ ଭିଡ଼ ଜମିଥିବା ବେଳେ ପାଗ ଅନୁକୂଳ ଥିବା ହେତୁ ବ୍ୟବସାୟ ବୃଦ୍ଧି ଆଶା ରଖିଛନ୍ତି ରାସ୍ତା କଡ଼ ବୁଲା ବିକାଳୀ । ଆସନ୍ତା ଶୁକ୍ରବାର ମା'ଙ୍କର ବିସର୍ଜ୍ଜନ ପୂଜା ରହିଥିବ ବେଳେ ଚଳିତବର୍ଷ ବୁଲିବାର ଭରପୁର ମଜା ନେଉଛନ୍ତି ଦର୍ଶକ ।
 

Sponsored
ଜମୁଛି କେନ୍ଦ୍ରାପଡ଼ା ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା | Argus News