Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଦୀର୍ଘ ୧୨ ବର୍ଷ ହେବ ଗାଁରୁ ବାସନ୍ଦ ପୁରା ପରିବାର

Odisha

ଦୀର୍ଘ ୧୨ ବର୍ଷ ହେବ ଗାଁରୁ ବାସନ୍ଦ ପୁରା ପରିବାର

Jitendra Dash
Browse all articles by Jitendra Dash
·2 years ago·1 min read
ଦୀର୍ଘ ୧୨ ବର୍ଷ ହେବ ଗାଁରୁ ବାସନ୍ଦ ପୁରା ପରିବାର

ଅର୍ଗସ ବ୍ୟୁରୋ : ଦୀର୍ଘ ୧୨ ବର୍ଷ ହେବ ଗାଁର ଧାର୍ମିକ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନରୁ ବାସନ୍ଦ ହେଲେ ଆଶାକର୍ମୀ ଏବଂ ତାଙ୍କ ପରିବାର । ଏପରିକି ଆଶାକର୍ମୀ ଜଣକ ତାଙ୍କ କର୍ତ୍ତବ୍ୟ ସମୟରେ ବି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏତେ ସବୁ ପରେ ବି ଆଇନ ଚୁପ । ଏଭଳି ଅମାନୁଷିକ ଘଟଣା ଦେଖିବାକୁ ରାଜନଗର ଥାନା ଅନ୍ତର୍ଗତ କୃଷ୍ଣପ୍ରିୟାପୂର ଗ୍ରାମରେ ।

ଉକ୍ତ ଗ୍ରାମର ପାର୍ବତୀବାଳା ମାଝୀ ପେସାରେ ଜଣେ ଆଶାକର୍ମୀ । ୧୨ ବର୍ଷ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ସହ ଶତ୍ରୁତା ରଖି ଗ୍ରାମର କିଛି ଅସାମାଜିକ ବ୍ୟକ୍ତି, ପାର୍ବତୀଙ୍କ ସମ୍ପୂର୍ଣ୍ଣ ପରିବାରକୁ ଆଜି ପର୍ଯ୍ୟନ୍ତ ବାସନ୍ଦ ରଖିଛନ୍ତି । ଗ୍ରାମରେ ହେଉଥିବା ପ୍ରତ୍ୟକ ପର୍ବ ପର୍ବାଣି, ସାଂସ୍କୃତିକ ଅନୁଷ୍ଠାନରେ ପାର୍ବତୀଙ୍କ ପରିବାରକୁ ସାମିଲ ନକରେଇଦେବା ସହ ପାର୍ବତୀ ଆଶାକର୍ମୀ ସ୍ୱରୂପ ସମ୍ପାଦନ କରୁଥିବା ତାଙ୍କ କର୍ତ୍ତବ୍ୟରେ ମଧ୍ୟ ଗ୍ରାମବାସୀ ସହଯୋଗ କରୁନାହାନ୍ତି ।

ଯାହାଫଳରେ ରାଜନଗର ଥାନାରେ ଏନେଇ ପାର୍ବତୀ ଗୁହାରି କରିଥିଲେ । ପୋଲିସ ଏକତରଫା ଭାବେ ଏହି ଘଟଣାର କୌଣସି ସମାଧାନ ନକରିବାରୁ ଆଜି ପାର୍ବତୀ ଏବଂ ତାଙ୍କ ସମ୍ପୂର୍ଣ୍ଣ ପରିବାର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ଅନଶନରେ ବସିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Kendrapara helpless family | Argus News