Vigilance Raid / ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକାସାଙ୍ଗେ ୭ଟି ସ୍ଥାନରେ ରେଡ୍
·6 months ago·2 min read

Key Points
ଭିଜିଲାନ୍ସ ଜାଲରେ ପୁଣି ଜଣେ କୁବେର ଅଧିକାରୀ
କେନ୍ଦ୍ରାପଡ଼ା ଇରିଗେସନ ଆସିଷ୍ଟାଣ୍ଟ ଏଜକୁଟିଭ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ
ଆସିଷ୍ଟାଣ୍ଟ ଏଜକୁଟିଭ ଇଞ୍ଜିନିୟର ପ୍ରମୋଦ ରାୟଙ୍କ ଘରେ ରେଡ କରୁଛି ଭିଜିଲାନ୍ସ

କେନ୍ଦ୍ରାପଡ଼ା ଇରିଗେସନ ଡିଭିଜନ ଅଧିନସ୍ଥ ଡେରାବିଷ ଇରିଗେସନ ସବ ଡିଭିଜନର ଆସିଷ୍ଟାଣ୍ଟ ଏଜକୁଟିଭ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରମୋଦ ରାୟଙ୍କ ଘରେ ରେଡ କରୁଛି ଭିଜିଲାନ୍ସ । କେନ୍ଦ୍ରାପଡା, କଟକ, ଢେଙ୍କାନାଳ, ଭଦ୍ରକ ଏବଂ ଭୁବନେଶ୍ୱରର ଏକକାଳୀନ 7ଟି ସ୍ଥାନରେ ରେଡ ଚାଲିଛି ।
ରେଡରେ ସାମିଲ ଅଛନ୍ତି 2 ଜଣ ଅତିରିକ୍ତ ଏସପି, 9 ଜଣ DSP, 9ଜଣ ଇନ୍ସପେକ୍ଟର ଏବଂ 4ଜଣ ASI ଭୁବନେଶ୍ୱର ବାଲିଅନ୍ତା ଯୋହଳରେ ଥିବା 4ମହଲା ଘର, କଟକ ଚୌଦ୍ୱାରରେ ଥିବା ଦୁଇ ମହଲା ଘର, କଟକ ବାଙ୍କୀରେ ଥିବା ପୈତୃକ ଘର, ଭଦ୍ରକରେ ସମ୍ପର୍କୀୟଙ୍କ ଘର, କେନ୍ଦ୍ରାପଡାରେ ଅଫିସ ଚାମ୍ବର, ଢେଙ୍କାନାଳରେ ସମ୍ପର୍କୀୟଙ୍କ ଘର ସମେତ ଭୁବନେଶ୍ୱର ପଟିଆରେ ସମ୍ପର୍କୀୟଙ୍କ ଘରେ ରେଡ କରୁଛି ଭିଜିଲାନ୍ସ।
ସେପଟେ କୁବେର ଖଣି ଅଧିକାରୀ ଦେବବ୍ରତ ମହାନ୍ତିଙ୍କ ସିଲ୍ ଥିବା ଘରେ ଭିଜିଲାନ୍ସର ତନାଘନା। ଭିଜିଲାନ୍ସର 8 ଜଣିଆ ଟିମ ଦୀର୍ଘ 6 ଘଣ୍ଟା ଧରି ଖାନତଲାସୀ ଏବଂ ଯାଞ୍ଚ କରିଛନ୍ତି! ଫୁଲବାଣୀର ନାରାୟଣୀ ସାହି ସ୍ଥିତ ଏହି ଘରଟି ସେ ଗିରଫ ହେବା ପରଠାରୁ ସିଲ୍ କରାଯାଇଥିଲା!
କୋର୍ଟରୁ ଦେବବ୍ରତଙ୍କୁ ରିମାଣ୍ଡରେ ଆଣିବା ପରେ, ଭିଜିଲାନ୍ସ ତାଙ୍କୁ ସାଥିରେ ଆଣି ଏହି ଭଡ଼ା ଘରର ସିଲ ଖୋଲିଥିଲେ ଏବଂ ଘର ଭିତରେ ଖାନତଲାସୀ ଓ ଯାଞ୍ଚ ଆରମ୍ଭ କରିଥିଲେ ! ଭିଜିଲାନ୍ସ DSP ବୈଭବମାଳା ସ୍ୱାଇଁ ଙ୍କ ସହିତ 8 ଜଣିଆ ଭିଜିଲାନ୍ସ ଟିମ ଏହି ଖାନତଲାସୀରେ ସାମିଲ ହୋଇଥିଲେ, ଅପରାହ୍ନ 12 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଭିଜିଲାନ୍ସ ଟିମ ଘରକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ !

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢ଼ନ୍ତୁ ଏହି ଖବର: ସାମାନ୍ୟ କଥାକୁ ନେଇ ହୋଲିରେ ଫୁଟିଲା ଗୁଳି; ୨ ସାଙ୍ଗ ମୃତ, ଜଣଙ୍କ ଅବସ୍ଥା ଗମ୍ଭୀର
ଘର ଭିତରୁ 50 ହଜାର ଟଙ୍କିଆ ଗୋଟିଏ 500 ଟଙ୍କିଆ ବଣ୍ଡଲ ଏବଂ ଦେଢ଼ ଲକ୍ଷ ଟଙ୍କାର ଆସବାବ ପତ୍ର ଜବତ ହୋଇଛି। କିଛି ଜମି ପଟ୍ଟା ପାଉତି ଜବତ ହୋଇଥିବା ବେଳେ ଏହାର ବୈଧତା ନେଇଁ ବିଭାଗୀୟ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ DSP ସୂଚନା ଦେଇଛନ୍ତି ! ଭିଜିଲାନ୍ସ ଟିମ ପୁଣି ସେହି ଘରକୁ ସିଲ କରି ଦେବବ୍ରତ ଙ୍କୁ ସାଥିରେ ନେଇ ଭୁବନେଶ୍ୱର ଫେରିଛି !
କଟକ ସର୍କଲ୍ର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ କିଛିଦିନ ପୂର୍ବେ ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ଦେବବ୍ରତ ୨୦୨୨ ଏପ୍ରିଲରୁ ୨୦୨୬ ଜାନୁଆରୀ ମାସ ପର୍ଯ୍ୟନ୍ତ ଫୁଲବାଣୀରେ କାର୍ଯ୍ୟରତ ଥିଲେ। ଭିଜିଲାନ୍ସ ତାଙ୍କଠାରୁ ନଗଦ ୪ କୋଟି ୨୮ ଲକ୍ଷ ଟଙ୍କା ଜବତ କରାଯାଇଛି।
ଏହାସହ ୩୦୫.୪୦ ଗ୍ରାମ୍ ସୁନା ଏବଂ ୬୦୦ ଗ୍ରାମ୍ ରୁପା ଅଳଙ୍କାର ମଧ୍ୟ ଜବତ ହୋଇଛି। ଭୁବନେଶ୍ଵରର ପାହାଳ ନିକଟରେ ୨୪୦୦ ବର୍ଗଫୁଟର ଏକ ଦୁଇ ମହଲା ଘର ମଧ୍ଯ ଚିହ୍ନଟ କରାଯାଇଛି। ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଦାଲତକୁ ୫ ଦିନ ରିମାଣ୍ଡ ମଗାଯାଇଥିଲା। କିନ୍ତୁ ଅଦାଲତ ୩ ଦିନ ପାଇଁ ରିମାଣ୍ଡ୍ ମଞ୍ଜୁର କରିଛନ୍ତି।

Related Topics
Explore more stories