ଲୋକମାନଙ୍କ ସେବାରେ ଆସିବା ପରିବର୍ତ୍ତେ ନିଜେ ଖୋଜିଲା ସେବା

ଅର୍ଗସ ବ୍ୟୁରୋ : ରାଜ୍ୟ ସରକାର ଲୋକ ମାନଙ୍କ ଯିବା ଆସିବାକୁ ସୁବିଧା କରିବା ପାଇଁ ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ୍ ଯୋଜନା । କିନ୍ତୁ ଲୋକଙ୍କ ସେବାରେ ଆସିବା ପରିବର୍ତ୍ତେ ନିଜେ ଖୋଜିଲା ସେବା । ଏମେ ଏ କଥା କୋହୁନୁ । ଯାହା କେନ୍ଦ୍ରାପଡ଼ାରେ ଦେଖିବାକୁ ମିଳିଚି । ସେବା ଖୋଜି ବ୍ଲକରେ ଛିଡା ହେଇଛି ରାଜ୍ୟସରକାରଙ୍କର ନିର୍ବାଚନୀ ଥୋପ "ଲଷ୍ମୀ ବସ " ।
ଏକ ମାସ ପୂର୍ବରୁ କେନ୍ଦ୍ରାପଡ଼ାରେ ଉଦଘାଟନ ହୋଇଥିଲା ଲଷ୍ମୀ ଯୋଜନା । ମାସେ ନପୂରୁଣୁ ଲୋକମାନଙ୍କୁ ସେବା ଦେବା ପରିବର୍ତ୍ତେ ଖରାପ ହୋଇ କେନ୍ଦ୍ରାପଡା ବ୍ଲକରେ ପଡ଼ିରହିଛି । ଜିଲ୍ଲାରେ ଆସିବାକୁ ଥିବା ୩୫ ଗୋଟି ବସ ମଧ୍ୟରୁ ପ୍ରଥମ ପ୍ରର୍ଯ୍ୟାୟରେ ୧୪ ଗୋଟି ବସ ଆସିଥିଲା । ଯାହାଫଳରେ ଜିଲ୍ଲାର ପ୍ରତ୍ୟକ ରୁଟରେ ଆବଶ୍ୟକୀୟ ଠାରୁ କମ ବସ ଚାଲୁଅଛି । କିନ୍ତୁ ସବୁଠୁ ବଡ଼ କଥା ହେଲା, ଏକ ମାସ ନପୁରୁଣୁ ବସ ଲୋକମାନଙ୍କୁ ସେବା ଦେବା ପରିବର୍ତ୍ତେ ଖରାପ ହୋଇ ଯାଇଛି ।
📱 Get Argus News App
✨ତେବେ ଏଠି ପ୍ରଶ୍ନ ଉଠୁଛି, ଏତେ କମ ଦିନ ଭିତରେ କେମିତି ଖରାପ ହୋଉଛି ଲକ୍ଷ୍ମୀ ବସ୍ । ରାଜ୍ୟସରକାର ଲୋକମାନଙ୍କ ଉଦେଶ୍ୟରେ ଦେଇଥିବା ନୂଆ ନୂଆ ବସ ସବୁ ଏତେ ଜଲଦି ଖରାପ କେମିତି ହେଉଛି । ଯଦି ନୂଆ ବସ ମାତ୍ର ଏକ ମାସ ଗାଡି ପାରୁନି । ତାହେଲେ ନିର୍ବାଚନ ସରିଲେ ଏସବୁ ବସ ଲୋକମାନଙ୍କ କାମରେ ଆସିପାରିବ କି ନାଇଁ, ତାହା ଏବେ ପ୍ରଶ୍ନବାଚୀ ?