Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶିଶୁ ଉତ୍ସବ ନାଁରେ ପାଳନ କଲେ 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମ

Odisha

ଶିଶୁ ଉତ୍ସବ ନାଁରେ ପାଳନ କଲେ 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମ

Jitendra Dash
Browse all articles by Jitendra Dash
·2 years ago·2 min read
ଶିଶୁ ଉତ୍ସବ ନାଁରେ ପାଳନ କଲେ 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମ

ଅର୍ଗସ ବ୍ୟୁରୋ : ପୁଣି କୋମଳମତି ଛତ୍ରୀଙ୍କୁ ଭାଣ୍ଡାଇଲେ ରାଜ୍ୟ ସରକାର । ଶିଶୁ ଉତ୍ସବ ନାଁରେ ପାଳନ କଲେ 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମ । ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଙ୍କୁ ଡକାଇ ପାଳନ କଲେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ । ପୁଣି ରାଜ୍ୟ ସରକାରଙ୍କ ଡବଲ ଧୋକ୍କା । ଧୋକ୍କାର ଶିକାର ହେଲେ ନିରୀହ ଛାତ୍ରୀ । ଶିଶୁ ଉତ୍ସବ ନାରେ ପାଳନ କଲେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ । ଏଭଳି ଧୋକ୍କା ଖାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଛାତ୍ରୀ । ଯାହାକୁ ନେଇ ସରଗମ ରହିଛି କେନ୍ଦ୍ରାପଡ଼ା ରାଜନୀତି । ଗୋଟିଏ ପଟେ ବିଜେଡ଼ି ନେତାଙ୍କ ଚାଲକ ରାଜନୀତି । ସେପଟେ ଏହି ରାଜନୀତିର ଶିକାର ହେଉଛନ୍ତି ସାଧାରଣ ନିରୀହ ସ୍କଲ ଛାତ୍ର ଓ ଛାତ୍ରୀ ।

'ଆମ ଓଡିଶା ନବୀନ ଓଡିଶା' ସଚେତନତା କାର୍ଯ୍ୟକ୍ରମରେ ପ୍ରତି ପଞ୍ଚାୟତକୁ ଆସିଛି ୩ଲକ୍ଷ ଟଙ୍କା । ତେବେ ଏହି ଟଙ୍କାକୁ କିପରି ଖର୍ଚ୍ଚ କରିବେ ତାର ମଧ୍ୟ ଗାଇଡ଼ ଲାଇନ ରହିଛି । କିନ୍ତୁ ଏହି ଗାଇଡ଼ଲାଇନକୁ ପାସୋରି ଯାଇ କାମ କରୁଛନ୍ତି ବିଜେଡ଼ି ନେତା । ଗୋଟିଏ ଅର୍ଥରେ କହିବାକୁ ଗଲେ, ବିଜେଡ଼ି ନେତାଙ୍କ ପାଇଁ ନୋ ଗାଇଡ଼ଲାଇନ୍ । କେବଳ ଗୋଟିଏ କଥା କହିପାରିବା ବିଜେଡ଼ି ନେତା ଅଲୱେଜ ରାଇଟ୍ । ଏ କଥା ଆମେ କହୁନୁ କହୁଛନ୍ତି ବିଜେଡ଼ିର ନେତା ଓ କର୍ମୀ । ବିଜେଡ଼ି କର୍ମୀଙ୍କ ବାଇଟ ଲାଗିବ ଟିକେ ଲାଗିବ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଶାସକ ଦଳର ସରପଞ୍ଚ ମାନେ, ନିଜ ପଞ୍ଚାୟତ ଅଧୀନରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ଧମକାଇ ବା ସହ ଶିଶୁମେଳା ନାଁରେ ଛାତ୍ର ଛାତ୍ରୀଙ୍କୁ ନଚାଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ପ୍ରଧାନଶିକ୍ଷକ । ବିଶେଷ କରି ଏଭଳି ଘଟଣା ଦେଖିବାକୁ ମିଳୁଛି  ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକରେ ବିଭିନ୍ନ ପଞ୍ଚାୟତରେ । ନିରୀହ ଛାତ୍ରଛାତ୍ରୀଙ୍କୁ ଆଣି ନୃତ୍ୟ ପରିବେଷଣ କରି ଅର୍ଥ ଲୁଟ କରୁଥିବା ଘଟଣା ସାମ୍ନାକୁ ଆସୁଛି ।

ନବୀନ ଓଡିଶା କାର୍ଯ୍ୟକ୍ରମରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଆଉ ମହିଳା ଗୋଷ୍ଠୀଙ୍କୁ ଦେଖିବାକୁ ମିଳୁନି । ଯାହାକୁ ନେଇ କିଛି ଦୀନ ତଳେ ମାର୍ଶାଘାଇ ବ୍ଲକ ଅଧକ୍ଷା ମଧୁସ୍ମିତା ସାମଲ ଏକ କାର୍ଯ୍ୟକ୍ରମରେ ମିଶନଶକ୍ତି ମହିଳା ଗୋଷ୍ଠୀର ଏମବିକେଙ୍କୁ ଠିଆ କରି ତାଗିତ କରିଥିଲେ । ଯାହାର ଭିଡ଼ିଓ ଭାଇରାଲ ମଧ୍ୟ ହୋଇଥିଲା । ସେପଟେ ନବୀନ ଓଡିଶା ମୋ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ଯୋଗ ଦେବା ପାଇଁ ସରକାରୀ ନିର୍ଦ୍ଦେଶ ନଥିବା କହିଛନ୍ତି ମାର୍ଶାଘାଇ ବ୍ଲକ ଶିକ୍ଷାଅଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ ।  ତେବେ ଏଠାରେ ପ୍ରଶ୍ନ ଉଠେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ କିପରି ଚାଲିଛି ଶିକ୍ଷାବ୍ୟବସ୍ଥା ।
 

Sponsored
Kendrapara mo odisha naveen odisha program issue | Argus News