Odisha Update / କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳରେ ପଶିଲା ଲୁଣା ନଦୀର ଜଳ

Key Points
ମହାନଦୀର ଶାଖା ନଦୀରେ ବନ୍ୟାପାଣି
କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳରେ ପଶିଲା ଲୁଣା ନଦୀର ଜଳ
ଜଗତସିଂହପୁର ତିର୍ତ୍ତୋଲ ପଞ୍ଚାୟତରେ ବି ପଶିଲା ବନ୍ୟା ପାଣି
ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଲେ, କୌଣସି ନଦୀରେ ନାହିଁ ବନ୍ୟା ପରିସ୍ଥିତି
୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା
ବର୍ଷାରେ ଭିଜିବ ଅଷ୍ଟମୀ, ନବମୀ ଓ ଦଶମୀ ପୂଜା
ମହାନଦୀର ଶାଖା ନଦୀରେ ବନ୍ୟା ପାଣି ଆସିବାରୁ କେନ୍ଦ୍ରାପଡା ଓ ଜଗତସିଂହପୁରର କିଛି ଅଂଚଳରେ ପଶିଛି ପାଣି । ଏପଟେ ଆସୁଛି ଆଉ ଏକ ଲଘୁଚାପ । ପ୍ରଭାବରେ ୧ ତାରିଖରୁ ପ୍ରବଳ ବର୍ଷା ଆଶଙ୍କା ରହିଛି । ଆସନ୍ତାକାଲି ପାଇଁ ୨୧ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ୩୦ ତାରିଖରୁ ୩ ତାରିଖ ଯାଏ ସାରା ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ପ୍ରବଳ ବର୍ଷା ସତ୍ତ୍ବେ ବନ୍ୟା ଆଶଙ୍କା ନଥିବା ଦାବି କରିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।
ମହାନଦୀର ଶାଖାନଦୀ ଲୁଣା କରାଣ୍ଡିଆ ନଦୀରେ ବନ୍ୟାପାଣି ଆସି ନଦୀ କୁଳିଆ ଲୋକଙ୍କ ଦୁଃଖ ବଢେଇ ଦେଇଛି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକର ଦୀପାଞ୍ଚଳ କୁହାଯାଉଥିବା କରାଣ୍ଡିଆ ଓ କରିଲୋପାଟଣା ପଞ୍ଚାୟତର । ତଳଗାଁ ଚାରିପଟେ ରହିଛି ବନ୍ୟାଜଳ । ଲୋକେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ମହାନଦୀରେ ଜଳ ସ୍ତର ବଢିବା ପରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ପଞ୍ଚାୟତର ମୁଣ୍ଡା ସାହି ବସ୍ତିରେ ପଶିଛି ପାଣି । ୨୦ ପରିବାରକୁ ସ୍ଥାନୀୟ ସ୍କୁଲକୁ ସ୍ଥାନାନ୍ତର କରାଯାଇଛି ।
ସେପଟେ ଆସୁଛି ଆଉ ଏକ ଲଘୁଚାପ । ପ୍ରଭାବରେ ୧ ତାରିଖରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆସନ୍ତାକାଲି ଅର୍ଥାତ ୨୯ ତାରିଖ ପାଇଁ ୨୧ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ୩୦ ତାରିଖରୁ ୩ ତାରିଖ ଯାଏ ସାରା ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
📱 Get Argus News App
✨ଏଥିସହ ପଢ଼ନ୍ତୁ: ଭେଣ୍ଡିଂ ଜୋନ ନାଁରେ ଖାଇଗଲେ କୋଟି କୋଟି ଟଙ୍କା !
ତେବେ କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ସେ କହିଛନ୍ତି, ବର୍ଷାର ପ୍ରଭାବ କମିଛି । ସବୁ ନଦୀ ବିପଦ ସଂକେତ ତଳେ ଅଛନ୍ତି । ଜଳ ଭଣ୍ଡାର ଗୁଡିକରେ ଜଳ ଧାରଣ କ୍ଷମତା ଅଛି । ମୁଣ୍ଡଳୀରେ ବି ପାଣି କମୁଛି । କିଛି ଦିନରେ ସ୍ବାଭାବିକ ହୋଇଯିବ । ଏହାର ଶାଖା ନଦୀ ବଢ଼ିକି କମିବ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories