Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି ପାଇଁ ଡହଳବିକଳ ବାରୋ ପଞ୍ଚାୟତବାସୀ

Jitendra Dash
Browse all articles by Jitendra Dash
·2 years ago·1 min read
ପାଣି ପାଇଁ ଡହଳବିକଳ ବାରୋ ପଞ୍ଚାୟତବାସୀ

ଅର୍ଗସ ବ୍ୟୁରୋ : ସକାଳୁ ସକାଳୁ ନଦୀ ପାଖକୁ ପାଣି ପାଇଁ ଲାଗିଛି ଲମ୍ବା ଲାଇନ୍ । ହାତରେ ଗରା, ବାଲ୍ଟି ଓ ମାଠିଆ ଧରି ପାଖ ନଦୀକୁ ପାଣି ପାଇଁ ଯାଉଛନ୍ତି ଗାଁର ମହିଳା ମାନେ । ଏ ଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ବାରୋ ପଞ୍ଚାୟତ ତରାଣ୍ଡ ଗାଁରେ । ଏଠାରେ ବସବାସ କରନ୍ତି ଶତାଧିକ ପରିବାରର । 

ଲୋକଙ୍କ ପାଇଁ ରାଜ୍ୟ ସରକାର ବସୁଧା ଯୋଜନା ମେଗା ପ୍ରକ୍ଳପ କରିଛନ୍ତି । ହେଲେ ଖାଲି ପାଇପ ବିଛାରେ ଲୋକେ ଖୁସି ହେବାକୁ ବାଧ୍ୟ ହେଉଛନ୍ତି । ଗୋଟେଏ ଟ୍ୟାପରୁ ବି ପାଣି ବାହାରୁନି । ଦୀର୍ଘ ଦିନ ହେଲା ପାଣି ସମସ୍ୟା ଲାଗିରହିଛି ଏବଂ ଆଉ ଏକ ମାତ୍ର ନଳକୂପ ଅଛି ଯେ, ସେଥିରୁ ହଳଦିଆ ପାଣି ବାହାରୁଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାଣି ସମସ୍ୟା ପାଇଁ ଅନେକବାର ଗ୍ରାମବାସୀ ପ୍ରଶାସନ ଠାରୁ ବିଡ଼ିଓ, ଜନ ପ୍ରତିନିଧିଙ୍କୁ ଅଭିଯୋଗ କରିଛନ୍ତି । ହେଲେ କେହି ଏହି ହରିଜନ ସାହିର ସମସ୍ୟା ଉପରେ କର୍ଣ୍ଣପାତ କରିନଥିଲେ । ପାଖରେ ଗୋଟିଏ ବସୁଧା ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ସେଥିରୁ ପାଣି ଆସୁନାହିଁ । ଯାହାଫଳରେ ହରିଜନ ସାହିକୁ ପାଣି ପାଇପ୍ ସଂଯୋଗ ହୋଇ ପାରୁନାହିଁ । ପ୍ରତିଦିନ ସମସ୍ୟାରେ ଘାଣ୍ଟି ହେଉଥିବା ଏହି ସାହିର ଲୋକମାନଙ୍କ ସମସ୍ୟାର ସମାଧାନ ନହେଲେ,  ଆଗାମୀ ଦିନରେ ରାଜରାସ୍ତାକୁ ଯିବା ସହ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ କହିଛନ୍ତି ।
 

Sponsored
kendrapara water issue | Argus News