Videos
|
Odisha

Odisha News / ୧୨୯୧ କୋଟି ଟଙ୍କାର ୩୩୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
୧୨୯୧ କୋଟି ଟଙ୍କାର ୩୩୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
Keonjhar to Get Tech Park, Dental and Nursing Colleges

Key Points

ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶିଳ୍ପ କ୍ଷେତ୍ରରେ କେନ୍ଦୁଝରକୁ ସମୃଦ୍ଧ କରିବା ପାଇଁ ଏକାଧିକ ଯୁଗାନ୍ତକାରୀ ଯୋଜନାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋଟ ୧୨୯୧ କୋଟି ଟଙ୍କା ବ୍ୟୟ ଅଟକଳରେ ୩୩୦ଟି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ।
କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବିକାଶକୁ ମିଳିଛି ନୂଆ ଗତି । ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ଜିଲ୍ଲାବାସୀଙ୍କୁ ମିଳିଛି ବହୁପ୍ରତୀକ୍ଷିତ ଉପହାର । ମୁଖ୍ୟମନ୍ତ୍ରୀ ମୋଟ ୧୨୯୧ କୋଟି ଟଙ୍କା ବ୍ୟୟ ଅଟକଳରେ ୩୩୦ଟି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶିଳ୍ପ କ୍ଷେତ୍ରରେ କେନ୍ଦୁଝରକୁ ସମୃଦ୍ଧ କରିବା ପାଇଁ ଏକାଧିକ ଯୁଗାନ୍ତକାରୀ ଯୋଜନାର ଶୁଭାରମ୍ଭ ହୋଇଛି ।

ଧରଣୀଧର ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସରେ ନୂତନ ଏକାଡେମିକ୍ ବିଲ୍ଡିଂ, ଆଡମିନିଷ୍ଟ୍ରେଟିଭ୍ ବିଲ୍ଡିଂ ଓ ହଷ୍ଟେଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ପ୍ରଯୁକ୍ତିବିଦ୍ୟା ଓ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ୫.୫୬ ଏକର ଜମିରେ ୨୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଅତ୍ୟାଧୁନିକ 'ଟେକ୍ ବିଜନେସ୍ ପାର୍କ' ପାଇଁ ଭୂମିପୂଜନ ସମ୍ପନ୍ନ ହୋଇଛି ।

ଏହା ଜିଲ୍ଲାର ଯୁବପିଢ଼ିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ୫୮.୪୦ କୋଟି ଟଙ୍କାର ସାତ ମହଲା ବିଶିଷ୍ଟ ଡେଣ୍ଟାଲ୍ କଲେଜ ଏବଂ ୬୩ କୋଟି ଟଙ୍କାର ଦଶ ମହଲା ବିଶିଷ୍ଟ ନର୍ସିଂ କଲେଜର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି ।

ଏଥିସହ ପଢ଼ନ୍ତୁ: ବନ୍ୟାକୁ ୧୦ ଦିନ ବିତିଥିଲେ ବି ସୁଧୁରୁନି ସ୍ଥିତି; ୪୯୮ଟି ସ୍କୁଲ ଏବେ ଅସୁରକ୍ଷିତ 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଗାମୀ ଦିନରେ କେନ୍ଦୁଝରରେ ଏକ ଫାର୍ମାସୀ କଲେଜ ମଧ୍ୟ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କେନ୍ଦୁଝର ମେଡିକାଲ୍ କଲେଜରେ ମା’ ଓ ଶିଶୁଙ୍କ ଉନ୍ନତ ଚିକିତ୍ସା ପାଇଁ ୧୦ କୋଟି ଟଙ୍କାର 'ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ' ଲୋକାର୍ପିତ ହୋଇଛି । ଏହା ସହିତ ୩୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ମଡ୍ୟୁଲାର୍ ଅପରେସନ୍ ଥିଏଟର୍ କମ୍ପ୍ଲେକ୍ସ ଏବଂ ୨୩ଟି ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି ।

ଗ୍ରାମାଞ୍ଚଳ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ 'ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ ଯୋଜନା'ରେ ୩୫ଟି ପଞ୍ଚାୟତରେ ଏକାସାଙ୍ଗରେ ନୂତନ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ସମେତ ଜିଲ୍ଲାର ବହୁ ସାଂସଦ, ବିଧାୟକ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।