ଧ୍ୱଂସ ହେବାରେ ଲାଗିଛି କାରୋ ଜଙ୍ଗଲ, ଗଛ କାଟି ନେଉଛନ୍ତି କାଠ ମାଫିଆ

ଅର୍ଗସ ବ୍ୟୁରୋ : ବିପଦରେ ଜଙ୍ଗଲ । ମାତିଛନ୍ତି କାଠ ମାଫିଆ । ଅବାଧରେ ଚାଲିଛି ଗଛ କଟା । କାଠ ମାଫିଆଙ୍କ ପାଇଁ ଧ୍ୱଂସ ହେବାରେ ଲାଗିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜର କାରୋ ସଂରକ୍ଷିତ ଜଙ୍ଗଲ । ବନ ବିଭାଗକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ଜଙ୍ଗଲକୁ ପଦା କରିବାରେ ଲାଗିଛନ୍ତି ମାଫିଆ । ଶାଳ ଭଳି ମୂଲ୍ୟବାନ କାଠ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି । ଦେଖନ୍ତୁ ଏହି ଦୃଶ୍ୟକୁ । ବଡ଼ବିଲ ରେଞ୍ଜ ଅଧିନସ୍ଥ ହରମଠ ଗାଁ ନିକଟ କାରୋ ସଂରକ୍ଷିତ ଜଙ୍ଗଲରେ କାଠ ମାଫିଆଙ୍କ କଳା କାରନାମା ।
ମେସିନ କରତ ସାହାଯ୍ୟରେ ବଡ଼ ବଡ ମୂଲ୍ୟବାନ ଶାଳ ଗଛ ଗୁଡିକୁ କିପରି କଟା ହୋଇଛି । କାଠ ମାଫିଆ, ଅନେକ ଗଛ କାଟି ଜଙ୍ଗଲରୁ ନେଇଯାଉଥିବା ବେଳେ, ବହୁ ଗଛ ଏଠି ଏବେବି କଟା ହୋଇ ପଡ଼ିରହିଛି । ସୁଯୋଗ ଦେଖି ଏଗୁଡ଼ିକୁ ମଧ୍ୟ ବାହାରକୁ ଚାଲାଣ କରିବେ କାଠ ମାଫିଆ । ସେପଟେ ବନ ବିଭାଗ ସବୁ ଜାଣି ଚେଇଁକି ଶୋଇଥିବା ଅଭିଯୋଗ ହୋଇଛି ।
📱 Get Argus News App
✨ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କଥା ବନ ବିଭାଗ କହୁଛି । ଜଙ୍ଗଲରେ ପାଟ୍ରୋଲିଂ କରାଯାଉଥିଲା ବେଳେ, ୱାଚ ଟାୱାର କରାଯାଇ ନଜର ମଧ୍ୟ ରଖାଯାଉଛି । ଗ୍ରାମବାସୀଙ୍କୁ ସଚେତନ କରାଯିବା ସହ ବନ ସୁରକ୍ଷା ସମିତି ଗଠନ କରାଯାଉଛି । ହେଲେ କାହିଁକି ଅବୈଧ ଗଛକଟା ଉପରେ ଅଙ୍କୁଶ ଲାଗି ପାରୁନାହିଁ । ସେପଟେ ବଡ଼ବିଲ ରେଞ୍ଜର କହିଛନ୍ତି,
ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନୂତନ ଜଙ୍ଗଲ ସୃଷ୍ଟି କରାଯାଉଥିଲା ବେଳେ, କାଠ ମାଫିଆଙ୍କ ପାଇଁ ସଂରକ୍ଷିତ ଜଙ୍ଗଲ ସଂକୁଚିତ ହେବାରେ ଲାଗିଛି । ହେଲେ କିଭଳି ବନ କର୍ମଚାରୀ ଗଛ କଟା ହେଇଥିବା ଜାଣି ପାରୁ ନାହାନ୍ତି । ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।