Crime In Odisha / ଗୋରୁ ମାଫିଆଙ୍କ ସହ ମିଶି ପୋଲିସକୁ ଦେଉଥିଲା ଧୋକା, ରେଡ୍ ପୂର୍ବରୁ କରୁଥିଲା ସୂଚନା ଲିକ୍
·7 months ago·2 min read

Key Points
ପୋଲିସ କେବେ ବି ଭାବି ନଥିଲା ଢୋଲ ଭିତରେ ମୂଷା ଛପିଛି । କାରଣ ସେହି ଥାନାରେ କାର୍ଯ୍ୟରତ କନଷ୍ଟେବଳ ହିଁ ସବୁ ତଥ୍ୟ ପ୍ରଘଟ କରୁଥିଲା ।
କେନ୍ଦୁଝର: ପୋଲିସକୁ ବାନ୍ଧିଲା ପୋଲିସ । ଗୋରୁ ମାଫିଆଙ୍କ ସହ ଥିଲା ଲିଙ୍କ୍ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଗୋରୁ ମାଫିଆଙ୍କୁ ସହ ସମ୍ପୃକ୍ତି ଅଭିଯୋଗରେ ପୋଲିସ କନଷ୍ଟେବଳଙ୍କ ହାତରେ ହାତକଡ଼ି ପିନ୍ଧାଇଛି କେନ୍ଦୁଝର ଜିଲ୍ଲା ତେଲକୋଇ ପୋଲିସ ।
ମିଳିଥିବା ସୂଚନା ଅନୁସାରେ, ଗିରଫ ଗୌରହରି ପାତ୍ର ହେଉଛନ୍ତି ପୋଲିସ କନଷ୍ଟେବଳ । ସେ ତେଲକୋଇ ଥାନାରେ କାର୍ଯ୍ୟ କରନ୍ତି । ଗୋରୁ ମାଫିଆଙ୍କ ସହ ସମ୍ପର୍କ ସହ ଗୁଇନ୍ଦା ତଥ୍ୟ ପ୍ରଘଟ ଅଭିଯୋଗରେ ତେଲକୋଇ ପୋଲିସ ସେହି ଥାନାର କନଷ୍ଟେବଳ ଗୌରହରି ପାତ୍ରକୁ ଗିରଫ କରିଛି ।
ଏଥିସହ ପଢ଼ନ୍ତୁ: ହତ୍ୟା ଦୋଷୀ ସାବ୍ୟସ୍ତ ପରେ ପାରୋଲ୍ରେ ଯାଇ ହୋଇଥିଲା ଫେରାର୍; ୩ ଦଶନ୍ଧି ପରେ ଖୋଲିଲା ଗୁମର
ଗୋରୁ ମାଫିଆଙ୍କ ସହିତ ଜଡ଼ିତ ଥିଲେ ଗୌରହରି । ବିଭିନ୍ନ ସମୟରେ ପୋଲିସର ଗତିବିଧି ଓ ଚଢ଼ାଉ ନେଇ ଗୌରହରି ଆଗକୁ ଗୋରୁ ମାଫିଆଙ୍କୁ ସୂଚନା ଦେଇ ସତର୍କ କରାଉଥିଲେ । ଫଳରେ ଅଧିକାଂଶ ସମୟରେ ଗୌରହରିଙ୍କ ଠାରୁ ସୂଚନା ପାଇ ପୋଲିସକୁ ଚକ୍ମା ଦେଇ ଖସି ପଳାଇବାରେ ସକ୍ଷମ ହେଉଥିଲେ ଗୋରୁ ମାଫିଆ ।
ହେଲେ ପୋଲିସ କେବେ ବି ଭାବି ନଥିଲା ଢୋଲ ଭିତରେ ମୂଷା ଛପିଛି । କାରଣ ସେହି ଥାନାରେ କାର୍ଯ୍ୟରତ କନଷ୍ଟେବଳ ହିଁ ସବୁ ତଥ୍ୟ ପ୍ରଘଟ କରୁଥିଲା । ଆଉ ପୋଲିସ ଗୁଇନ୍ଦା ବିଭାଗର ଖୋଳତାଡ଼ ପରେ ସତ ସାମ୍ନାକୁ ଆସିଛି ।
ପୋଲିସ ଗୁଇନ୍ଦା ବିଭାଗ ତୀକ୍ଷଣ୍ ନଜର ରଖାଯିବା ସହିତ ମୋବାଇଲ୍ ଟ୍ରାକ୍ କରିଥିଲା । ଆଉ ଫୋନ୍ ଟ୍ରାକ୍ ବେଳେ ରାଡାରକୁ ଆସିଥିଲେ କନଷ୍ଟେବଳ ଗୌରହରି । ପୋଲିସ ଗୌରହରିଙ୍କ ବିରୋଧରେ ପ୍ରମାଣ ପାଇବା ପରେ ତେଲକୋଇ ଥାନାରେ ୩୨୨/୨୫ ନମ୍ବରରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି । ଏବେ ଏହି ମାମଲା କେନ୍ଦୁଝର ପୋଲିସ ସହ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକେ କହୁଛନ୍ତି, ବାଡ଼ ଫସଲ ଖାଉଥିଲା ।
ଏଥିସହ ପଢ଼ନ୍ତୁ: ଆଉ ଅଟକିବନି ଭାରତ... ଦ୍ଵିତୀୟ କ୍ଵାର୍ଟରରେ ଅନୁମାନଠୁ ଅଧିକ ଅଭିବୃଦ୍ଧି ହାର
ତେଲକୋଇ ପୋଲିସ କନଷ୍ଟେବଳ ଗୌରହରିଙ୍କୁ ଗିରଫ କରିଥିବା ବେଳେ ସେ କେତେ ଜଣ ଗୋରୁ ମାଫିଆଙ୍କ ସହ ସମ୍ପର୍କ ଥିଲେ ? ଗୌରହରିଙ୍କ ନେଟୱର୍କ କେବଳ ଜିଲ୍ଲା ଭିତର ମାଫିଆ ନା ପଡ଼ୋଶୀ ଜିଲ୍ଲା ସହ ପଡ଼ୋଶୀ ରାଜ୍ୟକୁ ବ୍ୟାପିଛି ? କେବଳ ଗୌରହରି ନା ତାଙ୍କ ସହ ଏଥିରେ ଆଉ କିଏ ସାମିଲ୍ ? ସେନେଇ ପୋଲିସ ସ୍ପଷ୍ଟ ସୂଚନା ଦେଇ ନଥିବା ବେଳେ ଢୋଲ୍ ଭିତରେ ଆହୁରି ମୂଷା ଲୁଚିଥିବା ଆଶଙ୍କାରେ ତଦନ୍ତକୁ ଆହୁରି ଶାଣିତ କରିବାକୁ ଦାବି କରିଛନ୍ତି ଗୋ-ରକ୍ଷକ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories