Videos
|
Odisha

Elephant Attack / ମହଙ୍ଗା ପଡ଼ିଲା ଚେତାବନୀକୁ ବେଖାତିର୍; ହାତୀ ଆକ୍ରମଣରେ ଚାଲିଗଲା ଦଶମ ଛାତ୍ରଙ୍କ ଜୀବନ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ମହଙ୍ଗା ପଡ଼ିଲା ଚେତାବନୀକୁ ବେଖାତିର୍; ହାତୀ ଆକ୍ରମଣରେ ଚାଲିଗଲା ଦଶମ ଛାତ୍ରଙ୍କ ଜୀବନ
14-Year-Old Student Killed in Elephant Attack in Keonjhar

Key Points

୨୫ ଟିକିଆ ହାତୀପଲ ଡେରା ପକାଇ ରହିଥିବା ବେଳେ ବନ ବିଭାଗ ଲୋକଙ୍କୁ ସଚେତନ କରାଉଥିଲା । ହାତୀଙ୍କୁ ବିରକ୍ତ ନ କରିବାକୁ ଚେତାବନୀ ଦେଇଥିଲା । ଆଉ ଚେତାବନୀକୁ ବେଖାତିର୍ କରିବା ଶେଷରେ ମହଙ୍ଗା ପଡ଼ିଛି ।
ଚମ୍ପୁଆ (କେନ୍ଦୁଝର): ଗୋଟିଏ କି ଦୁଇଟି ନୁହେଁ । ପୂରା ୨୫ଟି ହାତୀ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜର ମଙ୍ଗଳପୁର ଓ କାଶୀପାଳ ଜଙ୍ଗଲରେ ୨୫ ଟିକିଆ ହାତୀପଲ ଡେରା ପକାଇ ରହିଥିବା ବେଳେ ବନ ବିଭାଗ ଲୋକଙ୍କୁ ସଚେତନ କରାଉଥିଲା । ହାତୀଙ୍କୁ ବିରକ୍ତ ନ କରିବାକୁ ଚେତାବନୀ ଦେଇଥିଲା । ଆଉ ଚେତାବନୀକୁ ବେଖାତିର୍ କରିବା ଶେଷରେ ମହଙ୍ଗା ପଡ଼ିଛି ।

ଅଞ୍ଚଳରେ ହାତୀପଲ ରହିଥିବାରୁ ବନ ବିଭାଗ ପକ୍ଷରୁ ଡାକ ବାଜି ଯନ୍ତ୍ର ଯୋଗେ କଡ଼ା ଚେତାବନୀ ଦିଆଯାଇଥିଲା । ପ୍ରଶାସନର ସୂଚନାକୁ ଅଣଦେଖା କରିବାରୁ ଜଣେ ଛାତ୍ରୀଙ୍କ ଜୀବନ ଯାଇଛି । ଚମ୍ପୁଆ ରେଞ୍ଜ ଅଧୀନ ଉଖୁଣ୍ଡା ସେକ୍ସନ ସିଲିପୁଞ୍ଜି ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଦୁଃଖଦ ମୃତ୍ୟୁ ହୋଇଛି ।

ଏଥିସହ ପଢ଼ନ୍ତୁ: ଓଡ଼ାପଡ଼ା କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ୍, ଜାଣନ୍ତୁ କାହିଁକି ନିଆଗଲା ଏପରି ନିଷ୍ପତ୍ତି ? 

ମୃତ ନାବାଳକ ଜଣକ ବାରିଆ ଥାନା ଅନ୍ତର୍ଗତ ମଣ୍ଡମା ଗାଁର କେଦାର ମହାନ୍ତଙ୍କ ପୁଅ ଆକାଶ ମହାନ୍ତ । ୧୪ ବର୍ଷର ଆକାଶ ଝୁମ୍ପୁରା ବ୍ଲକ ଗୁଣ୍ଡୁଣିଆ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର । ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ଚମ୍ପୁଆ ରେଞ୍ଜର ମଙ୍ଗଳପୁର ଓ କାଶୀପାଳ ଜଙ୍ଗଲରେ ଏକ ୨୫ ଟିକିଆ ହାତୀପଲ ଅଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସଞ୍ଜ ନଇଁଲେ ଗାଁ ମୁହାଁ

ସନ୍ଧ୍ୟା ହେଲେ ଏହି ହାତୀପଲ ଗାଁ ମୁହାଁ ହେଉଥିବାରୁ ସ୍ଥାନୀୟ ଚାଷୀ ଓ ଲୋକଙ୍କ ନିଦ ହଜି ଯାଇଛି । ହାତୀପଲକୁ ଘଉଡ଼ାଇବା ପାଇଁ କିଛି ସ୍ଥାନୀୟ ଯୁବକ ହାତରେ ଠେଙ୍ଗା ବାଡ଼ି ଓ ମୋବାଇଲ୍ ଧରି ଦୌଡ଼ିବା ସେଲ୍ଫି ନେଉଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ଏଭଳି କରି ହାତୀଙ୍କୁ ଉତ୍ତ୍ୟକ୍ତ ନ କରିବାକୁ ବନ ବିଭାଗ ଅନୁରୋଧ କରିଥିଲା । ହାତୀଙ୍କ ନିକଟକୁ ନଯିବା ପାଇଁ ଲଗାତାର ବନ ବିଭାଗ ସତର୍କ କରାଉଥିଲେ ମଧ୍ୟ ଏହି ଅମାନିଆ ଯୁବକମାନେ ତାହାକୁ ଖାତିର କରୁନଥିଲେ ।

ଗତକାଲି ରାତିରେ ସିଲିପୁଞ୍ଜି ଜଙ୍ଗଲ ଆଡ଼କୁ ଚାଲି ଯାଇଥିଲେ ହାତୀପଲ । ତେବେ ବୁଧବାର ପୂର୍ବାହ୍ନରେ କିଛି ଲୋକ ହାତୀ ଦେଖିବାକୁ ଜଙ୍ଗଲ ଭିତରକୁ ଯାଇଥିବା ବେଳେ ମଣ୍ଡମା ଗାଁର ଆକାଶ ମହାନ୍ତ ମଧ୍ୟ ସେମାନଙ୍କ ସହ ଯାଇଥିଲେ ।

ଏଥିସହ ପଢ଼ନ୍ତୁ: Why I Stand For ପୂର୍ବରୁ ABVP-BCJD ମୁହାଁମୁହିଁ, ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା 

ହାତୀ ଦେଖିବାକୁ ଯାଇଥିଲେ...

ଅସାବଧାନତା ଯୋଗୁଁ ଆକାଶ ଏକ ଦନ୍ତା ହାତୀ ସାମ୍ନାରେ ପଡ଼ି ଯାଇଥିଲେ । ଉତ୍ତ୍ୟକ୍ତ ହାତୀଟି ଆକାଶଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେବାରୁ ସେ ଗୁରୁତର ଭାବେ ଆହତ ହୋଇଥିଲେ । ବନ କର୍ମଚାରୀ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।