College Election Cancelled / ଓଡ଼ାପଡ଼ା କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ୍, ଜାଣନ୍ତୁ କାହିଁକି ନିଆଗଲା ଏପରି ନିଷ୍ପତ୍ତି ?
·48 mins ago·2 min read

Key Points
ABVP ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ
ବାତିଲ୍ ହେଲା କଲେଜ ନିର୍ବାଚନ
ଓଡ଼ାପଡ଼ା କଲେଜରେ ସାଇନ୍ ଡାଏ ଘୋଷଣା
ବାତିଲ୍ ହେଲା କଲେଜ ନିର୍ବାଚନ
ଓଡ଼ାପଡ଼ା କଲେଜରେ ସାଇନ୍ ଡାଏ ଘୋଷଣା
ରାତି ପାହିଲେ ହୋଇଥାନ୍ତା ଛାତ୍ର ସଂସଦ ନିର୍ବାଚନ । କଲେଜରେ ନେତା ବାଛିଥାନ୍ତେ ଛାତ୍ରଛାତ୍ରୀ । କିନ୍ତୁ ଏହା ପୂର୍ବରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ୍ଦ ହୋଇଛି କଲେଜ ନିର୍ବାଚନ ।
ଓଡ଼ାପଡ଼ା କଲେଜରେ ଆସନ୍ତା ୧୫ ତାରିଖରେ ଭୋଟ୍ ଗ୍ରହଣ ହୋଇଥାନ୍ତା । ତେବେ ନିର୍ବାଚନ ପୂର୍ବରୁ ABVPର ସଭାପତି ପ୍ରାର୍ଥୀଙ୍କୁ ଅପହରଣ କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ଆସିବା ପରେ କଲେଜ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାର ପ୍ରତିବାଦରେ ଆଜି ABVP କର୍ମୀ ଓ ସମର୍ଥକମାନେ କଲେଜ ସମ୍ମୁଖରେ ଧାରଣା ଦେବା ସହ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ ।
କ୍ୟାମ୍ପସରେ ବିଗିଡ଼ୁଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି କଲେଜ କର୍ତ୍ତୃପକ୍ଷ ଶେଷରେ ନିର୍ବାଚନକୁ ବାତିଲ କରିବା ସହ କଲେଜକୁ 'ସାଇନ୍ ଡାଏ' ଘୋଷଣା କରିଛନ୍ତି । ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଢେଙ୍କାନାଳ ଜିଲ୍ଲାର ୧୦ଟି କଲେଜରେ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ, ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଦୁଇଟି କଲେଜରେ ନିର୍ବାଚନ ହେବାର ଥିଲା । ପୂର୍ବରୁ ହିନ୍ଦୋଳ ମହାବିଦ୍ୟାଳୟରେ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଥିବା ବେଳେ ଓଡ଼ାପଡ଼ା କଲେଜରେ ଏବେ ନିର୍ବାଚନକୁ ବାତିଲ କରାଯାଇଛି ।
ସେପଟେ ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅପିଲ । ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଅପିଲ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ l ଏହା ସହ ସେ ସବୁ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ । ବିନା ହିଂସାରେ ନିର୍ବାଚନ ଶେଷ କରିବାକୁ ନିବେଦନ କରିଛନ୍ତି । ଛାତ୍ର ନେତୃତ୍ୱକୁ ଉପଯୁକ୍ତ ସୁଯୋଗ ଦିଆଯାଇଛି । ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ପୁଣିଥରେ ଆରମ୍ଭ କରାଯାଉଛି । ତେଣୁ ଏହି ନିର୍ବାଚନରେ ଯେଉଁମାନେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି, ସମସ୍ତଙ୍କୁ ମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଆସନ୍ତାକାଲି ସମାଜ, ରାଜ୍ୟ ଓ ଦେଶକୁ ନେତୃତ୍ୱ ଦେବାରେ ସହାୟକ ହେବ l ତେଣୁ ଯେଉଁ ସବୁ ଶିକ୍ଷାନୁଷ୍ଠାନରେ ନିର୍ବାଚନ ହେଉଛି, ସେଠାକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀ ଅନୁରୋଧ କରିଛନ୍ତି ବିନା ହିଂସାରେ ଗଣତନ୍ତ୍ରର ଏହି ଅନୁଭବରେ ସାମିଲ ହୁଅନ୍ତୁ । ଶାନ୍ତି ଓ ଶୃଙ୍ଖଳାର ସହ ନିଜର ମତଦାନ କରିବାକୁ ଆହ୍ୱାନ। ଆସନ୍ତାକାଲିର ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି । ଏହି କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟର ନିର୍ବାଚନ ପ୍ରକ୍ରିୟା ଉପରେ ନିୟମିତ ନଜର ରଖାଯାଇଛି । ନିର୍ବାଚନ କିପରି ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଭାବେ ସମାପ୍ତ ହେବ, ସେଥିପାଇଁ ନିରନ୍ତର ନିରୀକ୍ଷଣ କରାଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories