Forest fire / କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଜଙ୍ଗଲରେ ନିଆଁ,୩ ବନ କର୍ମଚାରୀ ନିଲମ୍ବିତ
·4 months ago·2 min read

Key Points
କେନ୍ଦୁଝର ଜିଲ୍ଲା ଜଙ୍ଗଲରେ ନିଆଁ
ଜଙ୍ଗଲ ନିଆଁ ଲିଭାଇବା କାର୍ଯ୍ୟରେ ଅବହେଳା
୩ ବନ କର୍ମଚାରୀ ନିଲମ୍ବିତ
ଜଙ୍ଗଲ ନିଆଁ ଲିଭାଇବା କାର୍ଯ୍ୟରେ ଅବହେଳା
୩ ବନ କର୍ମଚାରୀ ନିଲମ୍ବିତ
କେନ୍ଦୁଝର ଜିଲ୍ଲା ଜଙ୍ଗଲରେ ଲାଗୁଛି ନିଆଁ। ଏହି ଜଙ୍ଗଲ ନିଆଁ ଏବେ ସାରା ରାଜ୍ୟରେ ରେକର୍ଡ ସୃଷ୍ଟି କରିଛି। କେଉଁଝର ଜିଲ୍ଲାର ମୋଟ ୪୫୨ଟି ସ୍ଥାନର ୫୬୦୪ ହେକ୍ଟର ଅଞ୍ଚଳରେ ନିଆଁ ଲାଗିଛି । ନିଆଁକୁ ନିୟନ୍ତ୍ରଣ କରିବାରେ ବନବିଭାଗ ଅସମର୍ଥ ହୋଇଥିବାବେଳେ ଏଥିପାଇଁ ବନବିଭାଗ କର୍ମଚାରୀଙ୍କ ଦାୟିତ୍ୱହୀନତା ଦାୟୀ ବୋଲି ବନବିଭାଗ ସ୍ୱୀକାର କରିଛି । ଫଳରେ କେନ୍ଦୁଝର ଡି ଏଫ ଓ ଧନରାଜ ଏଚ ଡି ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ।
ଘଟଗାଁ ଫରେଷ୍ଟର ପ୍ରମୋଦ ବେହେରା ଏବଂ ବିଶ୍ୱରଞ୍ଜନ ମିଶ୍ରଙ୍କୁ ନିଲମ୍ବନ କରିଥିବାବେଳେ ସରକାରୀ କାର୍ଯ୍ୟ ସମୟରେ ନିଶାସେବନ ଏବଂ କାର୍ଯ୍ୟରେ ଅବହେଳା ପାଇଁ ପାଟଣା ଫରେଷ୍ଟ ଗାର୍ଡ ହୃଦାନନ୍ଦ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି ଡି ଏଫ୍ଓ । ସମସ୍ତ ନିଲମ୍ବିତ କର୍ମଚାରୀ ଜିଲା ମୁଖ୍ୟାଳୟରେ ଯୋଗ ଦେବାକୁ ଆଦେଶ ଦେଇଛନ୍ତି । ତେବେ ବଡ଼ବଡ଼ିଆ ଅଧିକାରୀଙ୍କୁ ମାପ ଦେଇ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ବନବିଭାଗ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା କରୁଛି ବୋଲି ଆଲୋଚନା ହେଉଛି ।
କେନ୍ଦୁଝରରେ ଜଳୁଛି ଜଙ୍ଗଲ। କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ବିଟ୍ ବାଉଁଶୁଳୀ ସଂରକ୍ଷିତ ଜଙ୍ଗଲ ଓ ଚମ୍ପୁଆ ରେଞ୍ଜ କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ ଲାଗିଥିଲା। ଫଳରେ ୪୯ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ଅଞ୍ଚଳ ପୂରା ଧୂଆଁମୟ ହୋଇ ଯାଇଥିଲା। ଏଥିଯୋଗୁଁ ଜଙ୍ଗଲର ଅନେକ ବୃକ୍ଷଲତା ନଷ୍ଟ ହୋଇଥିବା ବେଳେ, ଜୀବଜନ୍ତୁ, ସରୀସୃପଙ୍କ ଜୀବନ ସଙ୍କଟରେ ପଡିଛି।
ଜଙ୍ଗଲ ନିଆଁକୁ ରୋକିବା ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଉଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଣ ରାମସିଂ ଖୁଣ୍ଟିଆ କହିଲେ ମୁଁ ନିଜେ ମନିଟରିଂ କରୁଛି । ୫୧ ଟି ସବ ଡିଭିଜନ ଉପରେ ସ୍ୱତନ୍ତ୍ର ନଜର ରଖା ଯାଇଛି । ଡ଼ିଏଫଓ ମାନଙ୍କ ସହ ରେଗୁଲାର ବୈଠକ ନିଆଯାଉଛି । ସହର କୁ ଲାଗିକିଥିବା ଜଙ୍ଗଲ ଗୁଡିକ ରେ ନିଆଁ ଲୋକେ ଲଗେଇ ଦେଉଛନ୍ତି। ବିଗତ ଦୁଇ ବର୍ଷ ମଧ୍ୟରେ ତଥ୍ୟ କହୁଛି non forest ଅଞ୍ଚଳରେ ଅଧିକ ନିଆଁ ଲାଗୁଛି । ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଓ ମହୁଲ ଫୁଲ ସଂଗ୍ରହ ପାଇଁ ଲୋକେ ନିଆଁ ଲଗାଇ ଦେଉଛନ୍ତି । ଆଭ୍ୟନ୍ତରୀଣ ଜଙ୍ଗଲରେ ନିଆଁ ବହୁତ କମ ଲାଗୁଛି । ତଥାପି ବିଭାଗ ତୀକ୍ଷଣ ନଜର ରଖିଛି ଜଙ୍ଗଲ ନିଆଁ ଉପରେ । ଜଙ୍ଗଲ ନିଆଁ ରୋକିବାକୁ ପଦକ୍ଷେପ ନିଆଯାଉଛି ।
ବାରମ୍ବାର ସଚେତନ କରାଯିବା ସତ୍ତ୍ବେ କିଛି ଅମାନିଆ ବ୍ୟକ୍ତିଙ୍କ ପାଇଁ ଜଙ୍ଗଲରେ ନିଆଁ ଲାଗୁଛି..। କୌଣସି ପରିସ୍ଥିତିରେ ମଧ୍ୟ ଜଙ୍ଗଲରେ ନିଆଁ ନଲଗାଇବାକୁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ବାରମ୍ଵାର ସଚେତନ କରାଯାଉଥିବା ବେଳେ, ଜଙ୍ଗଲରେ ଏଭଳି ନିଆଁ ଲାଗିବା ବନ ବିଭାଗକୁ ଚିନ୍ତାରେ ପକାଇଛି।
ଏଥିସହ ପଢ଼ନ୍ତୁ: ରାଜ୍ୟରେ ବଢିବ ତାତି, ୪୦ ଡିଗ୍ରି ରହିବ ତାପମାତ୍ରା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories