Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୃତ ଭଉଣୀର କଙ୍କାଳ ନେଇ ପହଞ୍ଚିଥିଲେ ଜିତୁ ଏବେ ମ୍ୟାନେଜର୍ ସସ୍ପେଣ୍ଡ

Odisha

Skeleton Case / ମୃତ ଭଉଣୀର କଙ୍କାଳ ନେଇ ପହଞ୍ଚିଥିଲେ ଜିତୁ ଏବେ ମ୍ୟାନେଜର୍ ସସ୍ପେଣ୍ଡ

Rashmita Mishra
Browse all articles by Rashmita Mishra
·1 hour ago·2 min read
ମୃତ ଭଉଣୀର କଙ୍କାଳ ନେଇ ପହଞ୍ଚିଥିଲେ ଜିତୁ ଏବେ ମ୍ୟାନେଜର୍ ସସ୍ପେଣ୍ଡ
Skeleton Case

Key Points

ବହୁ ଚର୍ଚ୍ଚିତ ଜିତୁ ମୁଣ୍ଡା କଙ୍କାଳ ବୋହିବା ଘଟଣା
କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗ ପକ୍ଷରୁ ଆକ୍ସନ
ମଲ୍ଲୀପଶି ଶାଖାର ପ୍ରବନ୍ଧକଙ୍କୁ ଚାକିରିରୁ ନିଲମ୍ବନ
ଘଟଣାର ବିଧିବଦ୍ଧ ଅନୁସନ୍ଧାନ ପରେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର ବହୁ ଚର୍ଚ୍ଚିତ ଜିତୁ ମୁଣ୍ଡା କଙ୍କାଳ ବୋହିବା ଘଟଣା । କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ । ମାମଲାରେ ସଂପୃକ୍ତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ମଲ୍ଲୀପଶି ଶାଖାର ପ୍ରବନ୍ଧକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । କିଛି ଦିନ ତଳେ କେନ୍ଦୁଝର ପାଟନା ବ୍ଲକ୍‌ର ମାଳିପୋଷିସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଶାଖାରେ ଅଭାବନୀୟ ଘଟଣା ଘଟିଥିଲା । ଯାହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବ୍ୟାଙ୍କ ପକ୍ଷରୁ ଏହି ଘଟଣାର ବିଧିବଦ୍ଧ ଅନୁସନ୍ଧାନ କରାଯିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରୁ ଆସିଥ‌ିବା ଏହି ହୃଦୟବିଦାରକ ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏହି ଘଟଣାରେ ଜିତୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି, ନିଜ ମୃତ ଭଉଣୀଙ୍କ ଖାତାରୁ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଯିବା ସମୟରେ, ଡେଥ ସର୍ଟିଫିକେଟ୍ ନଥୁବାରୁ ତାଙ୍କ ଆବେଦନ ଅସ୍ବୀକାର କରିଥିଲେ ବ୍ୟାଙ୍କ ଅଧିକାରୀ ଓ ତାଙ୍କୁ ତାଙ୍କ ଭଉଣୀଙ୍କ ମୃତ୍ୟୁ ପ୍ରମାଣ ପତ୍ର ଦାଖଲ କରିବା ପାଇଁ କୁହାଯାଇଥିଲା ।

ଏଥିସହ ପଢ଼ନ୍ତୁ: କଙ୍କାଳ ଲଜ୍ଜ୍ୟା: ଆଜି ପୁଣି ଶୁଦ୍ଧି ହେବେ ଜିତୁ ମୁଣ୍ଡା, ୪ ଶହରୁ ଊର୍ଦ୍ଧ୍ୱ ଜାତିଭାଇ ହେବେ ଏକାଠି

ବ୍ୟାଙ୍କରୁ ଜମା ଟଙ୍କା ଉଠାଇବାକୁ ମୃତ ଭଉଣୀର ଶବ ଖୋଳି ନେବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏଭଳି ଏକ ସମ୍ବେଦନଶୀଳ ଘଟଣା ସବୁ ମହଲରେ ଚର୍ଚ୍ଚାର କାରଣ ପାଲଟିଛି । ଏମିତିରେ ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଜିତୁ ମୁଣ୍ଡାଙ୍କ ପାଇଁ ବଢ଼ିଛି ସହାୟତାର ହାତ ।

ସୂଚନାଥାଉକି, କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ଅଞ୍ଚଳର ଜିତୁ ମୁଣ୍ଡା ନିଜ ମୃତ ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଯାଇଥିଲେ। କିନ୍ତୁ ସେଠାରେ ବ୍ୟାଙ୍କ୍ କର୍ମଚାରୀ ତାଙ୍କୁ ପ୍ରମାଣ ମାଗିଥିଲେ। ଫଳରେ ଜିତୁ ସିଧା ସଳଖ ଭଉଣୀଙ୍କ କଙ୍କାଳ ନେଇ ପହଞ୍ଚିଥିଲେ। ଯାହାପରେ ଏକ ବ୍ୟାଙ୍କରେ ଉପୁଜିଥିଲା ଏକ ଛାତିଥରା ଦୃଶ୍ୟ ।

ଟଙ୍କା ପାଇଁ ବ୍ୟାଙ୍କ ଆଗରେ କଙ୍କାଳ ରଖିବା ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କର ସମ୍ପୁର୍ଣ୍ଣ ଅବହେଳା ଥିବା କହିଥିଲେ ଉତ୍ତରାଞ୍ଚଳ RDC. ଏଥିସହିତ, ମୃତ୍ୟୁ ପ୍ରମାଣପତ୍ର ମିଳିବାରେ ଅଯଥା ବିଳମ୍ବ ଘଟିଥିବା ସେ କହିଛନ୍ତି । ବ୍ୟାଙ୍କରୁ ଭଉଣୀଙ୍କ କଙ୍କାଳ ଧରି ଫେରିବା ବେଳେ, ଜିତୁ ମୁଣ୍ଡାଙ୍କୁ ଗାଡ଼ି ଯୋଗାଇ ନଦେବା ଘଟଣାରେ ପୋଲିସ ଉପରେ ସେ କ୍ଷୋଭ ପ୍ରକାଶ କରିଥିଲେ । ଏଭଳି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ମଲ୍ଲୀପଶି ଶାଖାର ପ୍ରବନ୍ଧକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored