Videos
|
Odisha

Skeleton Story / କଙ୍କାଳ ଲଜ୍ଜ୍ୟା: ଆଜି ପୁଣି ଶୁଦ୍ଧି ହେବେ ଜିତୁ ମୁଣ୍ଡା, ୪ ଶହରୁ ଊର୍ଦ୍ଧ୍ୱ ଜାତିଭାଇ ହେବେ ଏକାଠି

Banajyotshna Ray
Browse all articles by Banajyotshna Ray
·4 months ago·2 min read
କଙ୍କାଳ ଲଜ୍ଜ୍ୟା: ଆଜି ପୁଣି ଶୁଦ୍ଧି ହେବେ ଜିତୁ ମୁଣ୍ଡା, ୪ ଶହରୁ ଊର୍ଦ୍ଧ୍ୱ ଜାତିଭାଇ ହେବେ ଏକାଠି
Skeleton Story

Key Points

ପୁଣି ଆଜି ଶୁଦ୍ଧି ହେବେ ଜିତୁ ମୁଣ୍ଡା
ସାମିଲ ହେବେ ୪ ଶହରୁ ଊର୍ଦ୍ଧ୍ୱ ଜାତିଭାଇ
ଖାଇବେ ହାଣ୍ଡିଆ ସହ କୁକୁଡ଼ା ମାଂସ ଓ ଭାତ ଡାଲମା

ପୁଣି ଆଜି ଶୁଦ୍ଧି ହେବେ ଜିତୁ ମୁଣ୍ଡା। ସାମିଲ ହେବେ ୪ ଶହରୁ ଊର୍ଦ୍ଧ୍ୱ ଜାତିଭାଇ। ଖାଇବେ ହାଣ୍ଡିଆ ସହ କୁକୁଡ଼ା ମାଂସ ଓ ଭାତ ଡାଲମା । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ଟଙ୍କା ପାଇଁ ନିଜ ଭଉଣୀ ର ପୋତା ଶବ ଖୋଳି ବ୍ୟାଙ୍କ ନେବା ଘଟଣା ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋତା ଯାଇଥିବା ଶବ କୁ ଛୁଇଁ ଥିବାରୁ ଜାତି ସମାଜ ର ବିଧି ଅନୁଯାୟୀ ପୁନର୍ବାର ଶୁଦ୍ଧି ହେବେ ଜିତୁ ମୁଣ୍ଡା ଙ୍କ ପରିବାର।

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ଟଙ୍କା ପାଇଁ ନିଜ ଭଉଣୀର ପୋତା ଶବ ଖୋଳି ବ୍ୟାଙ୍କ ନେବା ଘଟଣା ଏବେ ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋତା ଯାଇଥିବା ଶବକୁ ମାଟି ତଳୁ ଖୋଳି ବାହାର କରି କଙ୍କାଳକୁ କାନ୍ଧରେ ବୋହି ବୋହି ବ୍ୟାଙ୍କ ନେଇଥିଲେ ଜିତୁ ମୁଣ୍ଡା । ଏହି ଘଟଣା ଦେଶ, ଦେଶ ବାହାରେ ଖୁବ ଚର୍ଚ୍ଚା ହୋଇଥିଲା । ଏହି ଘଟଣାରେ ଜିତୁ ମୁଣ୍ଡା ପୋତା ଯାଇଥିବା ଶବ ମାଟି ତଳୁ ଖୋଳି ବାହାର କରିଥିବାରୁ ନିଜ ସମାଜରୁ ବାସନ୍ଦ ହେବା ଭୟରେ ପୁଣି ଥରେ ଶୁଦ୍ଧିକ୍ରିୟା ହେବେ ଜିତୁ ମୁଣ୍ଡାଙ୍କ ପରିବାର ।

ମୃତଦେହକୁ ମାଟି ତଳୁ ଖୋଳି ବାହାର କରିବା ଓ ପରେ ପୋତିବାକୁ ନେଇ ପୁଣି ଥରେ ଶୁଦ୍ଧିକ୍ରିୟା କରିବାକୁ ଜିତୁ ମୁଣ୍ଡା ଉପରେ ଚାପ ପଡ଼ିଥିଲା । ଶୁଦ୍ଧି ନହେଲେ ଗ୍ରାମରୁ ବାସନ୍ଦ ହେବା ଭୟ ରହିଥିଲା । ଏପରିକି ନିଆଁ, ପାଣି ବ୍ୟବହାର ବାରଣ ରହିଛି । ପରିବାର ଲୋକେ ଏନେଇ ବିଚାର ବିମର୍ଷ କରିଥିଲେ । ଯେହେତୁ ମାଟି ଖୋଳି ମୃତଦେହ ବାହାର କରାଯାଇ ପୁଣି ପୋତି ସଂସ୍କାର କରାଯାଇଛି ସେନେଇ ପୁଣି ଥରେ ଗାଁ ଭାଇଙ୍କୁ ନେଇ ଶୁଦ୍ଧ ହେବାକୁ ପଡ଼ିବ ବୋଲି ନିଷ୍ପଭି ହୋଇଥିଲା । ଆଜି ଶୁଦ୍ଧି କ୍ରିୟାରେ ସାହି ପଡ଼ିଶା, ବନ୍ଧୁ ବାନ୍ଧବ ଏବଂ ପରିବାର ଲୋକଙ୍କ ପାଇଁ ଭୋଜିଭାତର ବ୍ୟବସ୍ଥା କରାଯାଇଛି ।

ଏଥିସହ ପଢ଼ନ୍ତୁ: କଙ୍କାଳ ଲଜ୍ଜା: ଜିତୁ ମୁଣ୍ଡାଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ଦେଲେ ଫିଜିକ୍ସ ଓ୍ବାଲାହ ପ୍ରତିଷ୍ଠାତା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭୋଜିରେ ହାଣ୍ଡିଆ ସହିତ କୁକୁଡ଼ା ମାଂସ, ଭାତ, ଡାଲମା ହୋଇଛି । ସେପଟେ ଜିତୁ ମୁଣ୍ଡାଙ୍କ ଖବର ବାଜିବା ପରେ ତାଙ୍କ ଗାଁ ସମସ୍ୟା ନେଇ ପ୍ରଶାସନ ତତ୍ପର ହୋଇପଡିଛି । ଗାଁ ରେ ଥିବା ପୁରାତନ ନଳକୂପର ମରାମତି କରାଯାଇଛି । ଜିତୁ ମୁଣ୍ଡାଙ୍କ ସାହିରେ ଗୋଟିଏ ନଳକୂପ ଥିବାବେଳେ ଏହି ନଳକୂପରୁ ମାତ୍ର ଗରାଏ ଦୁଇଗରା ପାଣି ବାହାରୁ ଥିବାରୁ ଲୋକେ ବହୁ ଦୂରରୁ ପିଇବା ପାଣି ସଂଗ୍ରହ କରି ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ପ୍ରଶାସନ ତତ୍ପରତା ପ୍ରକାଶ କରି ନଳକୂପ ମରାମତି କରାଯିବା ପରେ ନଳକୂପ ରୁ ପାଣି ବାହାରୁ ଥିଲେ ମଧ୍ୟ ଲାଲ୍ ପାଣି ବାହାରୁ ଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories