PDS Rice / ସୋସିଆଲ୍ ଅଡିଟ୍ରୁ ଧରାପଡ଼ିଲା ଦୁର୍ନୀତି; ୨୬୭ ଜଣ ମୃତକଙ୍କ ନାଁରେ ଉଠୁଛି ଚାଉଳ, ପାଉନି ପରିବାର
·8 months ago·2 min read

Key Points
କେନ୍ଦୁଝର ସଦର ବ୍ଲକରୁ ଆସିଛି ଏଭଳି ଏକାଧିକ ଅଭିଯୋଗ । ପ୍ରାୟ ୨୬୭ ଜଣ ମୃତ ହିତାଧିକାରୀଙ୍କ ନାଁରେ ପ୍ରତି ମାସ ପିଡିଏସ୍ ଚାଉଳ ଉଠା ଯାଉଛି, ହେଲେ ପରିବାର ଲୋକଙ୍କୁ ମିଳୁନି । ସୋସିଆଲ୍ ଅଡିଟ୍ରୁ ଧରାପଡ଼ିଛି କେମିତି ହେଉଛି ପିଡିଏସ୍ ଚାଉଳ ଦୁର୍ନୀତି ।
କେନ୍ଦୁଝର: ସ୍ତ୍ରୀ ମଲା ପରଠୁ ଆଉ ଚାଉଳ ମିଳୁନି । ୧୫ କେଜି ଚାଉଳରେ ତିନି ପ୍ରାଣୀ ଚଳୁଛୁ । ସେ ମଲା ପରଠୁ ମିଳୁନି ୨୦ କେଜି ଚାଉଳ । କିନ୍ତୁ ରାସନ କାର୍ଡରେ ଲେଖା ଯାଇଛି ୨୦ କେଜି ଚାଉଳ ମିଳୁଛି । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ବନମାଳିପୁରର ମଦନ ମହାନ୍ତଙ୍କ ଅନୁସାରେ, "୨୦୨୨ ମେ ମାସରୁ ପତ୍ନୀଙ୍କ ମୃତ୍ୟୁ ହେଲାଣି ।" ହେଲେ ତାଙ୍କ ରାସନ କାର୍ଡରେ ୨୦୨୪ ଡିସେମ୍ବରରେ ଉଠିଛି ମୃତକଙ୍କ ନାଁରେ ଚାଉଳ କିନ୍ତୁ ପରିବାରକୁ ମିଳିନଥିବା କହିଛନ୍ତି ମଦନ ।
ଏହା ଜଣେ ମାତ୍ର ପିଡିଏସ୍ ହିତାଧିକାରୀଙ୍କ ଅଭିଯୋଗ ନୁହେଁ । କେନ୍ଦୁଝର ସଦର ବ୍ଲକରୁ ଆସିଛି ଏଭଳି ଏକାଧିକ ଅଭିଯୋଗ । ପ୍ରାୟ ୨୬୭ ଜଣ ମୃତ ହିତାଧିକାରୀଙ୍କ ନାଁରେ ପ୍ରତି ମାସ ପିଡିଏସ୍ ଚାଉଳ ଉଠା ଯାଉଛି, ହେଲେ ପରିବାର ଲୋକଙ୍କୁ ମିଳୁନି । ସୋସିଆଲ୍ ଅଡିଟ୍ରୁ ଧରାପଡ଼ିଛି କେମିତି ହେଉଛି ପିଡିଏସ୍ ଚାଉଳ ଦୁର୍ନୀତି ।
ସଦର ବ୍ଲକ ଜନାର୍ଦ୍ଦନପୁର ପଞ୍ଚାୟତର ଏକା ମଦନ ନୁହନ୍ତି ଭାଲିଆଡିହି ଗାଁର ମଗଧନୀ ନାଏକଙ୍କ ମଧ୍ୟ ସମାନ ଅଭିଯୋଗ । ମଗଧିନୀଙ୍କ ପରିବାରର ରାସନ କାର୍ଡରେ ୬ ସଦସ୍ୟଙ୍କ ନାଁ ରହିଛି । ସେଥିମଧ୍ୟରୁ ସବ ନାଏକ ଗତ ୨୦୨୧ ଡିସେମ୍ବରରୁ ଆରପାରିକୁ ଚାଲି ଗଲେଣି ।
ଏଥିସହ ପଢ଼ନ୍ତୁ: ବରଗଡ଼ରୁ ଆରମ୍ଭ ହେବ ଖରିଫ ଧାନ କିଣା, ୨୦ ହଜାର ୫୦୦ କୋଟି କୃଷି ଋଣ ନେଇଛନ୍ତି ଚାଷୀ
ଇତି ମଧ୍ୟରେ ୪ ବର୍ଷ ବିତିବାକୁ ବସିଲାଣି । ସେବେଠାରୁ ତାଙ୍କ ଭାଗର ୫ କେଜି ମାଗଣା ଚାଉଳ ପାଇ ନାହାନ୍ତି ପରିବାର । କିନ୍ତୁ ମୃତ ସବ ନାଏକଙ୍କ ନାଁରେ ଉଠୁଛି ପିଡିଏସ୍ ଚାଉଳ । ସୋସିଆଲ୍ ଅଡିଟ୍ରୁ ଏହା ଜଣାପଡ଼ିଛି । ଏଭଳି ଏକାଧିକ ମୃତକଙ୍କ ନାଁରେ ଚାଉଳ ଉଠାଯାଇଥିବା ଜଣାପଡ଼ିଛି ।
ବନମାଳିପୁର, ଭାଲିଆଡିହି ଭଳି ସଦର ବ୍ଲକର ମଇଦାନକେଲ, ପର୍ଜନପୁର, କାଉଁରିକଳା, କଣ୍ଡରାପଶି, ରଘୁନାଥପୁର, ରାଇସୁଆଁ, ବରଦାପାଳ, ଜନାର୍ଦ୍ଦନପୁର, ମହାଦେଇଯୋଡ଼ା, ନୂଆଗାଁ, ବାଉରିପଦା, ପଳାଶପଙ୍ଗା ଆଦି ପଞ୍ଚାୟତରେ ଏଭଳି ମୃତକଙ୍କ ନାଁରେ ଚାଉଳ ଉଠାଯାଇଛି । ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ୨୬୭ ଜଣ ମୃତ ହିତାଧିକାରୀଙ୍କ ନାଁରେ ମାସ ମାସ ଧରି ପିଡିଏସ୍ ଚାଉଳ ଉଠାଯାଇଥିବା ସୋସିଆଲ୍ ଅଡିଟ୍ରୁ ଜଣାପଡ଼ିଛି ।
ମୃତ ବ୍ୟକ୍ତିଙ୍କ ପରିବାର ଚାଉଳ ନେଇ ନଥିବା ବେଳେ କିଏ ନିହତଙ୍କ ନାଁରେ ନେଉଛି ? ସରକାରୀ ଚାଉଳ ବଣ୍ଟନରେ ହେଉଥିବା ଦୁର୍ନୀତିରେ କିଏ ସମ୍ପୃକ୍ତ ? ଏନେଇ ଅଭିଯୋଗ ପରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ କହିଛନ୍ତି, "ମୃତ୍ୟୁବରଣ କରୁଥିବା ଲୋକଙ୍କ ତଥ୍ୟ ଆସୁଛି । ପୌର ପରିଷଦ ଓ ବ୍ଲକ ସ୍ତରରେ ମୃତକଙ୍କ ନାଁକୁ ବାଦ୍ ଦିଆ ଯାଇଥାଏ । ଡିସେମ୍ବର ୨୦୨୪ରୁ ଏଯାଏଁ ଜିଲ୍ଲାରେ ୪୭ ହଜାର ୫୦୦ ଲୋକଙ୍କ ନାଁ ରାସନ କାର୍ଡରୁ ବାଦ୍ ଦିଆଯାଇଛି । ମୃତକଙ୍କ ନାଁ କାର୍ଡରୁ ବାଦ୍ ଦେବା ପ୍ରକ୍ରିୟା ଜାରି ରହିଛି ।"
ଏଥିସହ ପଢ଼ନ୍ତୁ: ଟ୍ରାଫିକ ସମସ୍ୟା ଦୂର ପାଇଁ ଭୁବନେଶ୍ଵରରେ ୨୦ଟି ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା
ତେବେ ସୋସିଆଲ୍ ଅଡିଟ୍ରୁ ମିଳିଥିବା ତଥ୍ୟ ଓ ପରିବାର ଲୋକଙ୍କ ଅଭିଯୋଗ ଉପରେ ପ୍ରଶାସନ ତଦନ୍ତ କରି କେଉଁ କାର୍ଯ୍ୟାନୁଷ୍ଠାନ ନେବ ସେନେଇ ଜିଲ୍ଲା ଯୋଗାଣ ଅଧିକାରୀ କିଛି କହିନାହାନ୍ତି । ଏ ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ସହ ମୃତକଙ୍କ ନାଁରେ ଚାଉଳ ଉଠାଇ କିଏ ଗାଏବ କରୁଥିଲା ତଦନ୍ତ କରିବାକୁ ଦାବି ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories