ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ରାଜ୍ୟ ସରକାର ହଜାଇଦେଲେ: ରାଜନାଥ ସିଂ

ସମ୍ବଲପୁର: ନାକ୍ଟିଦେଉଳରେ ପୁଣି ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଦୋହରାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କହିଲେ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ଏ ସରକାର ହଜାଇଦେଲେ...ରତ୍ନଭଣ୍ଡାର ଚାବି କୁଆଡ଼େ ଗାଏବ ହେଲା ବୋଲି ସିଧା ପ୍ରଶ୍ନ କଲେ । କଂଗ୍ରେସ ଓ ବିଜେଡି ସରକାର ଉପରେ ବର୍ଷିଲେ ରାଜନାଥ ସିଂହ। କଂଗ୍ରେସ ଓ ବିଜେଡି ସରକାରରେ ଓଡ଼ିଶାର ଯେତିକି ବିକାଶ ହେବାକଥା ହୋଇନି ।
ମୋଦିଙ୍କ ନେତୃତ୍ଵକୁ ବିଶ୍ଵ ପ୍ରଶଂସା କରୁଛି କହିଲେ ରାଜନାଥ । ପୂର୍ବର ଭାରତ ସ୍ଥିତି ଏବେ ଆଉ ନାହିଁ, ବିଶ୍ଵ ଏବେ ଭାରତକୁ ଦେଖୁଛି । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ଛବି ପୂରା ବଦଳିଛି । କେନ୍ଦ୍ରୀୟ ଯୋଜନା ଓଡ଼ିଶାରେ ପହଞ୍ଚୁନଥିବା ନେଇ ବର୍ଷିଲେ ରାଜନାଥ । ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯାଉନି । ଫଳରେ ଗରିବ ଲୋକେ ଉନ୍ନତ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି କହିଛନ୍ତି ରାଜନାଥ ।
ଅଧିକ ପଢନ୍ତୁ ଓଡ଼ିଶା ଖବର