Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦ୍ବିତୀୟ ଦିନରେ ଖଣ୍ଡଗିରି ମେଳା

Odisha

ଦ୍ବିତୀୟ ଦିନରେ ଖଣ୍ଡଗିରି ମେଳା

Manini Pattanayak
Browse all articles by Manini Pattanayak
·2 years ago·1 min read
ଦ୍ବିତୀୟ ଦିନରେ ଖଣ୍ଡଗିରି ମେଳା

ଭୁବନେଶ୍ୱର:  ଦ୍ବିତୀୟ ଦିନରେ ଖଣ୍ଡଗିରି ମେଳା। ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି ପାଦଦେଶ। ଜମିଛି ଶହ ଶହ ସାଧୁ ସନ୍ଥଙ୍କ ଭିଡ। ରାଜ୍ୟ ଓ ରାଜ୍ୟ ବାହାରୁ ଜମୁଛି ପର୍ଯ୍ୟଟକଙ୍କ ଭିଡ।  ଏହି ଐତିହାସିକ ମେଳା ଶୁକ୍ରବାର ଅର୍ଥାତ ମାଘ ସପ୍ତମୀରୁ ଆରମ୍ଭ ହୋଇଥିବା ବେଳେ ମାଘ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୯ ଦିନ ଧରି ଚାଲିବ । ରାମଚରିତମାନସ, ନାମ ସଂକୀର୍ତ୍ତନ ଓ ବିଶ୍ୱଶାନ୍ତି ମହାଯଜ୍ଞର ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି ପାଦଦେଶ ।କାଶୀ ଓ ବାରଣାସୀ, ହରିଦ୍ୱାର, ବନାରସ, ନାସିକ, ଆଦି ବିଭିନ୍ନ ସ୍ଥାନରୁ ପ୍ରାୟ ୫ଶହ ପଞ୍ଚଦଶନାମୀ ସାଧୁ ସନ୍ଥ ମାନେ ଏକାଠି ହୋଇଛନ୍ତି | ମେଳାକୁ ବହୁ ଦୂରଦୂରାନ୍ତରୁ ସାଧୁସନ୍ଥ ଆସିଥିବାରୁ ସେମାନଙ୍କ ସାନିଧ୍ୟ ଲାଭ କରିବା ସହ ଆର୍ଶୀବାଦ ପାଇବା ପାଇଁ ପର୍ଯ୍ୟଟକମାନେ ଏହି ପବିତ୍ର କୁମ୍ଭ ମେଳାରେ ଭିଡ ଲଗାଇଛନ୍ତି | ଏପଟେ ଖଣ୍ଡଗିରି ମେଳାରେ ନାଗା ସାଧୁଙ୍କ ସୁବିଧା ଲାଗି ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନାଗାସାଧୁ ।

ସେପଟେ ଖଣ୍ଡଗିରି ଯାତ୍ରା ପରିବେଷଣରେ ଅଶ୍ଲୀଳତାକୁ ନାଁ। ଅଶ୍ଲୀଳ ନୃତ୍ୟ ପରିବେଷଣ କଲେ ଅଧାରୁ ଯାତ୍ରା ବନ୍ଦ ହେବ। କାହାର ଭାବନାକୁ ଆଘାତ ବରଦାସ୍ତ କରାଯିବନି। ଏନେଇ ବିଏମସି ଓ ପୁଲିସ ଟିମ୍‌‌ ଯାତ୍ରା ପେଣ୍ଡାଲ ଉପରେ ନଜର ରଖିବେ। ଏବଂ ଯାତ୍ରାକୁ ଆଜି ଅନୁମତି ମିଳିଯାଇଛି | ଅଶ୍ଳୀଳତା ଓ ନିଶା ଦ୍ରବ୍ୟକୁ ଯାତ୍ରା ପେଣ୍ଡାଲ ମଧ୍ୟରେ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।
ଏହି ଐତିହାସିକ ମେଳା ଶୁକ୍ରବାର ଅର୍ଥାତ ମାଘ ସପ୍ତମୀରୁ ଆରମ୍ଭ ହୋଇଥିବା ବେଳେ ମାଘ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୯ ଦିନ ଧରି ଚାଲିବାକୁ ଥିବା ବେଳେ ପର୍ଯ୍ୟଟକଙ୍କ ମାନଙ୍କ ମଧ୍ୟରେ ମଧ୍ୟ ବେସ ଉତ୍ସାହ ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Khadgiri festival on the second day | Argus News