Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଖଣ୍ଡଗିରି ମୁଖ୍ୟ ରାସ୍ତା ପାଲଟିଛି ମରଣ ଜନ୍ତା, ପରିଦର୍ଶନ କଲା ବିଜେପି ପ୍ରତିନିଧି ମଣ୍ଡଳୀ

Odisha

ଖଣ୍ଡଗିରି ମୁଖ୍ୟ ରାସ୍ତା ପାଲଟିଛି ମରଣ ଜନ୍ତା, ପରିଦର୍ଶନ କଲା ବିଜେପି ପ୍ରତିନିଧି ମଣ୍ଡଳୀ

Jitendra Dash
Browse all articles by Jitendra Dash
·2 years ago·4 min read
ଖଣ୍ଡଗିରି ମୁଖ୍ୟ ରାସ୍ତା ପାଲଟିଛି ମରଣ ଜନ୍ତା, ପରିଦର୍ଶନ କଲା ବିଜେପି ପ୍ରତିନିଧି ମଣ୍ଡଳୀ

ଅର୍ଗସ ବ୍ୟୁରୋ : ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସ୍ମାର୍ଟ ସିଟି ଭୁବନେଶ୍ୱର ବାସୀଙ୍କ ଜୀବନ ଅତ୍ୟନ୍ତ ଯନ୍ତ୍ରଣା ଦାୟକ ହୋଇପଡିଛି। ଏଭଳୀ ଲାଗୁଛି ଯେମିତି ଏହି ବିଜୁ ଜନତା ଦଳ ସରକାର ମନସ୍ଥ କରିଛି ଯେ ରାଜଧାନୀ ବାସୀଙ୍କ ପ୍ରତି ସମସ୍ତ ପ୍ରକାର ଅବହେଳା କରିବ।ବହୁତ ବରଦାସ୍ତ କଲେଣି ଲୋକେ ଆଉ କେତେ ସହିବେ । ମନଇଚ୍ଛା ସହର ସାରା ଯୁଆଡ଼େ ପାଇଲେ ଖୋଳିଦେଲେ ରାଜ୍ୟ ସରକାର ଓ ତାଙ୍କ ବିଭିନ୍ନ ବିଭାଗ । ଯୋଉ କାମ ମାସକରେ ସରିବା କଥା ତାକୁ ମାସ ମାସ ଲାଗୁଛି ହେଲେ ସରୁନି କାମ । ସହରର ମୁଖ୍ୟ ରାସ୍ତା ଘାଟ ମାସ ମାସ ଧରି ବନ୍ଦ ରହୁଛି । 

ଏବେ ଏବେ ଗଣ୍ଡମୁଣ୍ଡାରୁ ଜାଗମରା ମୁଖ୍ୟ ରାସ୍ତାରେ ସ୍ୱରେଜ କାମ ଆରମ୍ଭ ହୋଇଛି । ଫାୟାରଷ୍ଟେସନରୁ ଡେଲଟା ରାସ୍ତା କାମ ବି ଅଧାରେ ଅଟକିଛି । ତିନି ମାସରୁ ଅଧିକ ସମୟ ଲାଗିଲାଣି ସରୁନି କାମ ଡୁମୁଡୁମା ଅଞ୍ଚଳର ସ୍ଵରେଜ କାମ ଚାରି ମାସରୁ ଉର୍ଦ୍ଧ୍ଵ ହେଲାଣି ସରୁନି । ରାଜଧନୀ ସାରା ଖୋଳି ଦେଉଛନ୍ତି ବିନା କୌଣସି ବିଧିବଦ୍ଧ ଯୋଜନା ରେ ତେଣିକି ଲୋକେ ଦୁର୍ଦ୍ଦଶା ଭୋଗନ୍ତୁ । ଆଜି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଗଣ୍ଡମୁଣ୍ଡା - ଜାଗମରା ରା ପରିଦର୍ଶନ କରିଥିଲେ । ବିଜେପି ନେତୃତ୍ଵ ଙ୍କ ସହ ଗଣ୍ଡମୁଣ୍ଡା ରୁ ଜାଗମରା ପଯ୍ୟନ୍ତ ପଦଯାତ୍ରା ରେ ଜାଇ ସ୍ଥିତି ପରଖିଥିଲେ । ଗଣ୍ଡମୁଣ୍ଡା ଛକ ଠାରୁ ଜାଗମରାଛକ ଏକ ପ୍ରମୁଖ ରାସ୍ତା ପ୍ରତିଦିନ ହଜାର ହଜାର ଗାଡ଼ି ଏହି ରାସ୍ତାରେ ଯିବା ଆସିବା କରନ୍ତି । 

ଏଠାରେ ଆଇଟିଆର ଭଳି ବଡ଼ ବଡ଼ ଶିକ୍ଷ୍ୟାନୁଷ୍ଠାନ, ବ୍ୟାଙ୍କ, ବ୍ୟବସାୟ ଅନୁଷ୍ଠାନ ଏବଂ ଆମ୍ରି ଓ ସମ୍ ହସ୍ପିଟାଲର ମୁଖ୍ୟ ରାସ୍ତା ଅଟେ । ହେଲେ ସରକାରଙ୍କର ଏଥିପ୍ରତି ଦୃଷ୍ଟି ନାହିଁ । ବିଗତ ଆଠ ବର୍ଷ ଧରି ସ୍ଵରେଜ୍ କାମ ଚାଲିଛି ରାଜଧାନୀ ଭୁବନେଶ୍ବରରେ ସରୁ ନାହିଁ । ଯେତେବଳେ ଏଠାରେ ସ୍ୱରେଜ୍ କାମ ପାଇଁ ରାସ୍ତା ଖୋଳା ହେବାର ସ୍ଥିର କଲେ ରାଜ୍ୟ ସରକାର ସେତେବେଳେ ବିଭିନ୍ନ ବିଭାଗର ସମନୋୟରେ ଏହି ରାସ୍ତା ଖୋଳିବା କଥା କେଉଁଠି ନା କେଉଁଠି ଏହି ସମନୋୟ ରହୁ ନାହିଁ । ଏହି ପରିକି ସ୍ଥାନୀୟ କର୍ପୋରେଟଙ୍କୁ ମଧ୍ୟ ଏହି ବିଷୟରେ ଜଣାଜାଇ ନାହିଁ କାରଣ ସେ ଭାରତୀୟ ଜନତା ପାର୍ଟିରୁ ନିର୍ବାଚିତ ହୋଇଛନ୍ତି । ବିଦ୍ଧେ ଆଲୋଚନା କରିଥିଲେ ଫଳ ପ୍ରଦ ହୋଇଥାନ୍ତା କାହିଁକିନା ସେ ସ୍ଥାନୀୟ ଲୋକଙ୍କୁ ଅବଗତ କରାଇ ପାରିଥାନ୍ତେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେଉଁଠି ନା କେଉଁଠି ଅଫିସର ମାନେ ରାତା ରାତି ଯିଏ ଯୋଉଟାକୁ ଠିକ୍ ଭାବୁଛନ୍ତି ରାତା ରାତି ଖୋଳି ଦେଉଛନ୍ତି ଅଲଗା ବିଭାଗ ଜାଣୁ ନାହାନ୍ତି । ଗୋଟେ ବିଭାଗ ପିଚୁ ପକେଇ ରାସ୍ତା ନୂଆ କରୁଛି ତାପରଦିନକୁ ଆଉ ଗୋଟେ ବିଭାଗ ତାକୁ ଖୋଳି ଗାତ କରୁଛି । ଯେତେବଳେ ସ୍ଥାନୀୟ ଲୋକେ ଅଭିଯୋଗ ନେଇ ଆମ ନିକଟକୁ ଆସିଲେ ଆମେ କାର୍ଯ୍ୟରତ ଅଫିସର ଙ୍କୁ ପଚାରିଲୁ ସେ କହିଲେ ଆମ ପାଞ୍ଚ ଦିନ ପରେ ବିକଳ୍ପ ରାସ୍ତା ଦେଇଦେବୁ । ତେବେ ପାଞ୍ଚ ଦିନ ପରେ ବିକଳ୍ପ ରାସ୍ତା ଦେବା ପରେ ଏହି ରାସ୍ତା କାମ କାହିଁକି କଲେ ନାହିଁ ? ଏଠାରେ କାମ ଆରମ୍ଭ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ସୂଚନା ଦେଇଥାନ୍ତେ । ବିଶେଷକରି ସ୍ଥାନୀୟ କର୍ପୋରେଟର ମାନଙ୍କୁ ଅବଗତ କରିବା ଆବଶ୍ୟକ କାରଣ ସେମାନେ ପ୍ରତିଦିନ ଲୋକଙ୍କ ଅସୁବିଧା ସହ ଜଡ଼ିତ । ଏଠାରେ ଭାରତୀୟ ଜନତା ପାର୍ଟି ର କର୍ପୋରେଟର ହୋଇଥିବାରୁ ଏହି ପରି କରାଯାଉଛି । 

ଏହିପରିକି ଏହି ଅଞ୍ଚଳରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ବିଳମ୍ବ କରାଯାଉଛି । କେଉଁଠି ନା କେଉଁଠି ଲୋକ ମାନେ ହଇରାଣ ହେଉଛନ୍ତି । ଯଦି ପୂର୍ବ ସୂଚନା ଦେଇ ଓ ବିକଳ୍ପ ରାସ୍ତା ଦେବା ପରେ ଏହି ରାସ୍ତା ଖୋଳାହୋଇଥାନ୍ତା ତେବେ ଆଜି ଏହି ଅସୁବିଧା ଉପୁଜିନଥାନ୍ତା । ଦେଖନ୍ତୁ ପାଞ୍ଚ ଦିନ ଭିତରେ ଗୋଟିଏ ଗାତ ଖୋଳା ହୋଇଛି । ଆମେ ଯାହା ସୂଚନା ପାଇଲୁ ଏଭଳୀ ପାଞ୍ଚଟି ଗାତହେବ । ରାଜ୍ୟର ରାଜଧାନୀ ର ରାସ୍ତା ଅବରୋଧ କରିବେ ତାହେଲେ ଏକା ସାଙ୍ଗରେ କାହିଁକି ଆପଣ ପାଞ୍ଚଟା ଗାତ ଖୋଳୁନାହାନ୍ତି । ଯେଉଁ କାମକୁ ଆପଣ ପାଞ୍ଚମାସ ନେବେ ତାକୁ କାହିଁକି ମାସକରେ ସାରିବେ ନାହିଁ । ଆପଣ ଯଦି ଲୋକଙ୍କ ମୁଖ୍ୟ ରାସ୍ତା ଅବରୋଧ କରି ହଇରାଣ କରିବେ ତେବେ ଲୋକେ କାହାକୁ କହିବ । ପୁଣି ଏହି ବଡ଼ ବଡ଼ ଗାତ ଚାରିପଟେ କୌଣସି ସୁରକ୍ଷା ବାଡ଼ ନାହିଁ କେବଳ ନୀଳ କପଡ଼ା ବନ୍ଧା ଯାଇଛି ତେଣୁ ଏଥିରେ ପଡ଼ି ଜୀବନ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରଥମ ଦୁଇଦିନ ଏହି ପଟେ ଲୋକେ ଆସିବାକୁ ଡରିଲେ । 

ସରକାର ଏଠି ମୁରବିହିନ ହୋଇଯାଇଛନ୍ତି । ତେଣୁ ସରକାର ଯେତେବଳେ ମୂରବୀ ହିନ ଅଫିସର ମାନେ କାହାସହ ଆଲୋଚନା କରିପାରୁ ନାହାନ୍ତି । ତେଣୁ ବିଭିନ୍ନ ବିଭାଗ ମଧ୍ୟରେ ସମନୋୟ ରହୁ ନାହିଁ । ତେଣୁ ରାଜ୍ୟ ସରକାର ଓ ସମସ୍ତ ବିଭାଗ ଏକାଠି ବସିକି ଆଲୋଚନା କରନ୍ତୁ ଓ ସଠିକ୍ ସମୟରେ କାମ ସାରନ୍ତୁ । ଆଜି ଆମେ ଚେତାବନୀ ଦେଉଛି କଣ ତମେ କରିଛ, କଣ ତମେ ଲଗେଇଛ ଓ କେତେଦିନରେ କାମ ସରିବ ଆମକୁ ସମ୍ପୂର୍ଣ୍ଣ ତଥ୍ୟ ଦିଅ ନଚେତ୍ ଆଗାମୀ ଦିନରେ ଏହା ପାଇଁ ଆନ୍ଦୋଳନ ହେବ ବୋଲି କ୍ଷୋଭ ପ୍ରକାଶ କରି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବିଜେପି ନେତା ସୁନିଲ ପ୍ରଧାନ,ହିମାଂଶୁ ଶେଖର ଛୋଟରାୟ, ବିଶ୍ଵନାଥ ସେଠୀ, ଜ୍ଞାନରଞ୍ଜନ ମହାନ୍ତି, ମୁକ୍ତେଶ୍ୱର ମହାନ୍ତି, ସନ୍ତୋଷ କୁମାର ବିଶ୍ବାଳ,ଅଶୋକ ସ୍ବାଇଁ, ରାଜେନ୍ଦ୍ର ମାଝୀ,ବାନାମ୍ବର ହାତିଆ ବିଜୟ ସାହୁ, ମନୋଜ କୁମାର ପଶ୍ଚିମକବାଟ ପ୍ରମୁଖ ଉପସ୍ଥିତ ଥିଲେ ।

Sponsored
Khadgiri main road has become a death knell, BJP delegation visited | Argus News