ଆଜିଠୁ ୫ ଦିନ ଧରି ଜମିବ ଖଡ଼ିଆଳ ମହୋତ୍ସବ
·2 years ago

ଅର୍ଗସ ବ୍ୟୁରୋ : ନୂଆପଡା ଜିଲ୍ଲା ଖଡ଼ିଆଳ ସହରର ରାଜା ଏଟି ହାଇସ୍କୁଲ ପଡିଆରେ ଆଜିଠୁ ୫ ଦିନ ଧରି ଜମିବ ଖଡ଼ିଆଳ ମହୋତ୍ସବ ୨୦୨୪ l ଚଳିତ ବର୍ଷ ୧୮ ବର୍ଷରେ ପଦାର୍ପଣ କରିବ ଖଡ଼ିଆଳ ମହୋତ୍ସବ l ମହିସୁର ପ୍ୟାଲେସ ସଦୃଶ୍ୟ ମଞ୍ଚ ସମସ୍ତଙ୍କୁ ଆକର୍ଷିତ କରୁଥିବା ବେଳେ ଆଜି ମଶାଲ ଯାତ୍ରା ଏବଂ ବିରାଟ ବିଶାଳ ଶୋଭାଯାତ୍ରା କାର୍ଯ୍ୟକ୍ରମ ରହିଛି l ଦେଶୀ ଫ୍ୟାସନ ସୋ ଭଳି ବିଭିନ୍ନ ପ୍ରତିଯୋଗିତା ସାଙ୍ଗକୁ ରାଜ୍ୟ ତଥା ରାଜ୍ୟ ବାହାରର ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର କାର୍ଯ୍ୟକ୍ରମ ଅଛି l
ଚଳିତ ବର୍ଷ ଖଡିଆଳ ମହୋତ୍ସବର ଉଦଯାପନୀ ଦିବସରେ ଷ୍ଟାର ନାଇଟ୍ କାର୍ଯ୍ୟକ୍ରମରେ ବଲିଉଡ ସିଙ୍ଗର ଏବଂ ଓଲିଉଡ ସିଙ୍ଗର ଯୋଗ ଦେବେ l ଖଡ଼ିଆଳ ମହୋତ୍ସବ ନେଇ ଅଞ୍ଚଳ ବାସି ବେଶ ଖୁସି ଅଛନ୍ତି l
ଅଧିକ ପଢ଼ନ୍ତୁ ଓଡିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: