Khaja Sellers beware / ଅସାଧୁ ଖଜା ବ୍ୟବସାୟୀ ସାବଧାନ ! ଖଜାରେ ଅପମିଶ୍ରଣ କଲେ ହେବ କଠୋର ଦଣ୍ଡବିଧାନ୍
·1 hour ago·2 min read

Key Points
ଅସାଧୁ ଖଜା ବ୍ୟବସାୟୀ ସାବଧାନ !
ଖଜାରେ ଅପମିଶ୍ରଣ କଲେ ହେବ କଠୋର ଦଣ୍ଡବିଧାନ୍।
ଦ୍ୱିତୀୟ ଥର ନିୟମ ଖିଲାପ କଲେ ସମ୍ପୂର୍ଣ୍ଣ ବ୍ୟାନ ହେବ ଦୋକାନ

ପୁରୀ,୧୮/୦୯: ଅସାଧୁ ଖଜା ବ୍ୟବସାୟୀ ସାବଧାନ ! ଖଜାରେ ଅପମିଶ୍ରଣ କଲେ ହେବ କଠୋର ଦଣ୍ଡବିଧାନ୍। ଦ୍ୱିତୀୟ ଥର ନିୟମ ଖିଲାପ କଲେ ସମ୍ପୂର୍ଣ୍ଣ ବ୍ୟାନ ହେବ ଦୋକାନ । ଗତକାଲିର ଚଢାଉ ପରେ ଚେତିଲେ ବ୍ୟବସାୟୀ। ଖଜାକୁ ଡଷ୍ଟ ଫ୍ରି ରଖିବା ପାଇଁ ଦୋକାନରେ ଜରି ଲାମିନେଟ୍ କରି ବିକ୍ରି ହେଉଛି ଖଜା। ସେପଟେ ଅପମିଶ୍ରଣ ରୋକିବାକୁ ଅଣ ପଞ୍ଜୀକୃତ ବ୍ୟବସାୟୀଙ୍କ ଉପରେ ଲାଗିଲା ରୋକ୍। ଠେଲାରେ ଖଜା ବିକ୍ରି ଉପରେ କଟକଣା। ସେପଟେ ଅପମିଶ୍ରିତ ଖଜା ବିକ୍ରି ରୋକିବାକୁ ଖଜା କ୍ଲଷ୍ଟର ପାଇଁ ଉଠିଲା ଦାବି ।
ଖଜା ନାଁରେ ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳ। ଅପମିଶ୍ରଣ ଖଜା ବ୍ୟବସାୟ ରୋକିବାକୁ ଆକ୍ସନ ମୋଡରେ ପୁରୀ ପ୍ରଶାସନ। ଅସାଧୁ ବ୍ୟବସାୟୀଙ୍କ ଉପରେ କଠୋର ହେଲା ପୁରୀ ମହାନଗର ନିଗମ। ୨ଟି ଗୋଦାମକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଥିବା ବେଳେ ଦ୍ୱିତୀୟ ଥର ନିୟମ ଖିଲାପ କଲେ ଗୋଦାମ ବା ଦୋକାନକୁ ସମ୍ପୂର୍ଣ୍ଣ ସିଲ୍ କରିବାକୁ ମିଳିଛି ଚେତାବନୀ। ସେପଟେ ଅସ୍ୱାସ୍ଥ୍ୟକର ପରିବେଶ ଓ ଅପମିଶ୍ରିତ ଖଜା ପ୍ରସ୍ତୁତି ରୋକିବାକୁ ଚଢାଉ ଜାରି ରହିବ କହିଛନ୍ତି ଜିଲ୍ଲପାଳ। ଆଗକୁ ପାର୍ବଣ ଓ ପର୍ଯ୍ୟଟନ ଋତୁ ରହିଥିବା ବେଳେ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ନିଆଯାଉଛି ପଦକ୍ଷେପ। ଖାଲି ସେତିକି ନୁହେଁ, ଠେଲାରେ ଖଜା ବିକ୍ରି ଉପରେ ଲାଗିଛି କଟକଣା। ଏଥର କେବଳ ମହାନଗର ନିଗମରେ ପଞ୍ଜୀକୃତ ଓ ଖାଦ୍ୟ ସୁରକ୍ଷା ପ୍ରମାଣପତ୍ର ପାଇଥିବା ଦୋକାନୀ ହିଁ ଖଜା ବିକ୍ରି କରିବାକୁ ନିଆଯାଇଛି ନିଷ୍ପତ୍ତି।
ପଢନ୍ତୁ ଏହି ଖବର: ପୁରୀରେ ଖଜା ଦୋକାନ ଓ ଗୋଦାମରେ ବଡ଼ ଧରଣର ରେଡ୍
ଅପମିଶ୍ରଣ ରୋକିବାକୁ ଖଜା ଭାଟି ଉପରେ ଗତକାଲି ଜୋରଦାର ଚଢାଉ ପରେ ଚେତିଛନ୍ତି ବ୍ୟବସାୟୀ। ପର୍ଯ୍ୟଟକ, ଭକ୍ତ, ଶ୍ରଦ୍ଧାଳୁଙ୍କୁ ଡଷ୍ଟ ଫ୍ରି ଓ ହାଇଜେନିକ୍ ଖଜା ଯୋଗାଇବାକୁ ଜରି ଲାମିନେଟେଡ୍ କରି ବିକ୍ରି ହେଉଛି ଖଜା। ଅନ୍ୟପଟରେ ଖଜା କ୍ଲଷ୍ଟର କରି ଖଜା ବ୍ୟବସାୟୀ ଦୋକାନ ଓ ଭାଟି ମାନଙ୍କୁ ଗୋଟିଏ ଛାତ ତଳକୁ ଆଣିବାକୁ ଦାବି ଜୋର୍ ଧରିଛି। ସେପଟେ ୪ଟି ଖଜା ଭାଟି ଉପରେ ଚଢ଼ାଉ ହୋଇଥିବା ବେଳେ ସହରରେ ରହିଥିବା ୩୦ ରୁ ୩୫ ଖଜା ଭାଟି ଉପରେ ଏବେ ତୀକ୍ଷ୍ମ ନଜର ରଖିଛି ପୁରୀ ଜିଲ୍ଲା ପ୍ରଶାସନ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀରେ ଖଜାର ମାନ ଓ ଖାଦ୍ୟ ସୁରକ୍ଷାକୁ ନେଇ ଆକ୍ସନ୍ ମୋଡ୍ରେ ଆସିଥିଲା ପ୍ରଶାସନ। ଖଜା ଦୋକାନ ଉପରେ କରିଥିଲା ଜୋରଦାର ଚଢାଉ। ପୁରୀ ମହାନଗର ନିଗମ ଓ ପୁଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ଖଜା ଦୋକାନ ଓ ଖଜା ଗୋଦାମରେ ଚଢାଉ କରାଯାଇଥିଲା। ବିଶେଷକରି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ଉତ୍ତର ପାର୍ଶ୍ୱ ମଠ ନିକଟ, ଶ୍ରୀସେତୁ ନିକଟ ସମେତ ବିଭିନ୍ନ ଅଞ୍ଚଳରେ ହୋଇଥିଲା ଯାଞ୍ଚ। ଖଜା ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଖାଦ୍ୟର ମାନ ଠିକ୍ ରହୁଛି କି ନାହିଁ, ତାହା ଯାଞ୍ଚ କରିଛି ଟିମ୍।
Related Topics
Explore more stories