Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖଲିସ୍ତାନୀ ବିଚ୍ଛିନତାବାଦୀ ନେତା ପନ୍ନୁକୁ ଓଡ଼ିଶା ପୋଲିସର ମୁହଁତୋଡ ଜବାବ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଖଲିସ୍ତାନୀ ବିଚ୍ଛିନତାବାଦୀ ନେତା ପନ୍ନୁକୁ ଓଡ଼ିଶା ପୋଲିସର ମୁହଁତୋଡ ଜବାବ

Key Points

  •  
  • ଖଲିସ୍ତାନୀ ବିଚ୍ଛିନତାବାଦୀ ନେତା ପନ୍ନୁକୁ ଓଡ଼ିଶା ପୋଲିସର ମୁହଁତୋଡ ଜବାବ
  • ପୋଲିସ କମିଶନର କହିଲେ ସଂସ୍ଥାର ହଜାଇ ଦେବୁ ଅସ୍ତିତ୍ବ
  • ଭୁବନେଶ୍ବରକୁ ଟେରର ସିଟି କହିଥିଲା ପନ୍ନୁ
  • ଡିଜି କନଫେରସେନ୍ ପାଇଁ ସୁରକ୍ଷା ବଳୟ ଭିତରେ ଭୁବନେଶ୍ବର
  • ଗୁରପତୱନ୍ତ ସିଂ ପନ୍ନୁ 
  • ଖଲିସ୍ତାନୀ ବିଛିନ୍ନତାବାଦୀ ନେତା 
  • କାନାଡାରେ ରହି କରୁଛି ଭାରତ ବିରୋଧରେ ଷଡଯନ୍ତ୍ର

ଅର୍ଗସ ବ୍ୟୁରୋ : ଖଲିସ୍ତାନୀ ନେତା ପନ୍ନୁ ଜାରି କରିଥିବା ଏଇ ଭିଡିଓ ଏବେ ଚର୍ଚ୍ଚାରେ । 3 ଦିନିଆ ଡିଜି କନଫେରସେନ ଆଗରୁ ଖୋଲାଖୋଲି ଧମକାଉଛି ପନ୍ନୁ। କହୁଛି ଟେମ୍ପଲ ସିଟି ନୁହେଁ ଟେରର ସିଟି ହେଉଛି ଭୁବନେଶ୍ବରର। ତା ସହିତ ଡିଜି ସମ୍ମିଳନୀ ଭଣ୍ଡୁର କରିବା ପାଇଁ ଦେଉଛି ଖୋଲା ଆହ୍ବାନ। ସେପଟେ ପନ୍ନୁର ଧମକ ନେଇ କଡା ଜବାବ ରଖିଛି ଓଡ଼ିଶା ପୋଲିସ। କଟକ-ଭୁବନେଶ୍ବର ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ କହିଛନ୍ତି ସୁରକ୍ଷା ବଳୟ ଭେଦିବାକୁ ଉଦ୍ୟମ କରୁଥିବା ସଂସ୍ଥାର ହଜାଇ ଦେବୁ ଅସ୍ତିତ୍ବ। ତା ସହିତ କହିଛନ୍ତି ଦେଶରେ ବିରୋଧୀ ତତ୍ତ୍ବ ରହିଛନ୍ତି । ସବୁବେଳେ ସେମାନଙ୍କୁ କଡା ଜବାବ ଦିଆଯାଇଛି । 

କାନାଡରେ ରହି ବାରତ ବିରୋଧରେ ଷଡଯନ୍ତ୍ର କରୁଛି ପନ୍ନୁ। ଖଲିସ୍ତାନୀ ଆନ୍ଦୋଳନର ସେ ହେଉଛି ମାଷ୍ଟର ମାଇଣ୍ଡ। ସ୍ବତନ୍ତ୍ର ଖଲିସ୍ତାନ ଗଠନ ପାଇଁ କରିଆସୁଛି ଦାବି। କିଛି ଦିନ ଆଗରୁ ବିମାନରେ ବିସ୍ଫୋରଣର ବି ଧମକ ଦେଇଥିଲା ପନ୍ନୁ । ନଭେମ୍ବର 1ରୁ 16 ମଧ୍ୟରେ ଏୟାର ଇଣ୍ଡିଆ ଫ୍ଲାଇଟ ଉପରେ ଆକ୍ରମଣର ବି ଧମକ ଦେଇଥିଲା ପନ୍ନୁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
khalistani leader pannun's threatening to odisha police | Argus News