Videos
|
Odisha

ପ୍ରଚାର ବେଳେ ହଟହଟା ହେଲେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ

Ritu Das
Browse all articles by Ritu Das
·2 years ago·1 min read
ପ୍ରଚାର ବେଳେ ହଟହଟା ହେଲେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ

ଅର୍ଗସ ବ୍ୟୁରୋ: ପ୍ରଚାର ବେଳେ ହଟହଟା ହେଲେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ । ତୀବ୍ର ବିରୋଧ ସହ ବାଣିଆ ଗାଁରେ ଅଟକ ରଖିଲେ ଗ୍ରାମବାସୀ । ପାଞ୍ଚ ବର୍ଷ ଭିତରେ କରିଥିବା କାମର ହିସାବ ମାଗିଲେ ଲୋକେ । ବାରମ୍ବାର ବିଭିନ୍ନ ଉନ୍ନୟନ କାମ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ ଲୋକେ। ବାଧ୍ୟ ହୋଇ ଫେରି ଆସିଲେ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ।

ଦିନକ ପୂର୍ବ କଞ୍ଚଣା ଓ ରାଣୀପଡାରେ ମଧ୍ୟ ବିଧାୟିକାଙ୍କୁ ଜୋରଦାର ବିରୋଧ ସହ ଗାଁ ଭିତରକୁ ପୁରାଇ ଦେଇନଥିଲେ ଗ୍ରାମବାସୀ। ପୂର୍ବରୁ ମଧ୍ୟ ଅନେକ ଥର ବିରୋଧର ଶିକାର ହୋଇଛନ୍ତି ଖଲ୍ଲିକୋଟ ବିଧାୟିକା ତଥା ବର୍ତ୍ତମାନର ବିଜେଡି ବିଧାୟିକା ପ୍ରାର୍ଥୀ ସୂର୍ଯ୍ୟମଣୀ ବୈଦ୍ୟ । 

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡି  ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ ଓଡ଼ିଶାରେ ପରିବର୍ତ୍ତିତ ଜନମତର ଦେଉଛି କି ସଙ୍କେତ ? କିଛି ଦିନ ତଳେ ବିଜେଡିର ଷ୍ଟାର ପ୍ରଚାରକ ନମ୍ବର ଟୁ ପାଣ୍ଡିଆନ କହିଥିଲେ 21ଟି ଲୋକସଭା ଓ 147 ବିଧାନସଭାରେ ନବୀନଙ୍କ ନାଁରେ ଲଢୁଛି ବିଜେଡି। ପ୍ରାର୍ଥୀ ହେଉଛନ୍ତି ଗୌଣ। ତାହାଲେ ଯେଉଁଭଳି ସାରା ରାଜ୍ୟରେ ବିଜେଡି ପ୍ରାର୍ଥୀ ମାନଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି ଏହା ପ୍ରାର୍ଥୀଙ୍କୁ ବିରୋଧ ନା ନବୀନଙ୍କୁ ବିରୋଧ ?

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Khallikot mla | Argus News