Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନଭେମ୍ବରରୁ ରାଜ୍ୟରେ ଆରମ୍ଭ ହେବ ଖରିଫ ଧାନ କିଣା

Odisha

ନଭେମ୍ବରରୁ ରାଜ୍ୟରେ ଆରମ୍ଭ ହେବ ଖରିଫ ଧାନ କିଣା

Manini Pattanayak
Browse all articles by Manini Pattanayak
·1 year ago·1 min read
ନଭେମ୍ବରରୁ ରାଜ୍ୟରେ ଆରମ୍ଭ ହେବ ଖରିଫ ଧାନ କିଣା

 ଭୁବନେଶ୍ୱର : ଆସନ୍ତା ନଭେମ୍ବରରୁ ରାଜ୍ୟରେ ଆରମ୍ଭ ହେବ ଖରିଫ ଧାନ କିଣା। କ୍ବିଣ୍ଟାଲ୍ ପିଛା 3100 ଟଙ୍କା ଦରରେ ଚାଷୀଙ୍କଠାରୁ ଧାନ କିଣିବେ ରାଜ୍ୟ ସରକାର। ବରଗଡ଼ ସୋହେଲାରୁ ହେବ ଧାନ କିଣାର ଶୁଭାରମ୍ଭ। ସୋହେଲାରେ ପୂର୍ବ ସରକାର ଚାଷୀଙ୍କୁ 100 ଟଙ୍କା ଲେଖାଏଁ ବୋନସ ଦେବାକୁ ଘୋଷଣା କରିଥିଲେ ହେଲେ ଦେଇ ନଥିଲେ। ଏନେଇ ବିଜେପି ମୁଖପାତ୍ର ସମୀର ଦାଶ କହିଛନ୍ତି, ଯେଉଁଠି 100 ଟଙ୍କା ବୋନସ୍ ଦେବାକୁ କହି ଠକିଥିଲେ ନବୀନ, ସେହିଠାରୁ 800 ଟଙ୍କା ଅଧିକ ଦେଇ ଧାନ କିଣା ଆରମ୍ଭ କରିବେ ବିଜେପି ସରକାର।

ଏହା ସହିତ ସମବାୟ ସମିତିଗୁଡିକରେ ଧାନ ବିକ୍ରି ଲାଗି ଛୋଟ ଚାଷୀ ଓ ନାମମାତ୍ର ଚାଷୀଙ୍କ ପଞ୍ଜୀକରଣ ଆଗ କରାଯିବା କଥା। ତେଣୁ ଏବେ ଆମ ସରକାର ତାହା ଉପରେ ଗୁରୁତ୍ବ ଦେଉଛନ୍ତି। ଏହାଦ୍ବାରା ଚାଷୀଙ୍କ ଅର୍ଥନୈତିକ ବିକାଶ ହେବ। ସେହିପରି ସମୀର ଦାଶ ଆହୁରୀ କହିଛନ୍ତି, ବିକଶିତ ଭାରତ ପାଇଁ ସମବାୟ ସବୁଠୁ ବଡ଼ କ୍ଷେତ୍ର। ବିକାଶ ପାଇଁ ଆଗକୁ ବଢିବାକୁ ହେଲେ ସମବାୟ ସେକ୍ଟରକୁ ଆଗକୁ ନେବାକୁ ହେବ। କେବଳ ଧାନ କିଣା କି ଧାନ ପାଇଁ ସମବାୟ କାମକୁ ସୀମିତ ରଖିଯିବ ନାହିଁ। ସବୁ କ୍ଷେତ୍ରରେ ଆଳୁ ଆଉ ଅନ୍ୟ ଚାଷ ଲାଗି ସହାୟତା ଦେବ ସମିତି। 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Kharif paddy procurement will begin in the state from November | Argus News