Videos
|
Odisha

Lightning / ବିଦ୍ୟାଳୟ ଉପରେ ଖସିଲା ବଜ୍ର; ୪ ଛାତ୍ରଛାତ୍ରୀ ଗୁରୁତର, ବିଲରେ କାମ କରୁଥିବା ମହିଳା ଶ୍ରମିକ ମୃତ

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
ବିଦ୍ୟାଳୟ ଉପରେ ଖସିଲା ବଜ୍ର; ୪ ଛାତ୍ରଛାତ୍ରୀ ଗୁରୁତର, ବିଲରେ କାମ କରୁଥିବା ମହିଳା ଶ୍ରମିକ ମୃତ
Lightning Strikes School in Odisha

Key Points

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅଞ୍ଚଳର ଏକ ସରକାରୀ ସ୍କୁଲ୍‌ରେ ପାଠପଢ଼ା ବେଳେ ବଜ୍ରପାତ ହୋଇଛି । ଫଳରେ ୪ ଜଣ କୋମଳମତି ଛାତ୍ରଛାତ୍ରୀ ବଜ୍ରପାତରେ ଆହତ ହୋଇଛନ୍ତି ।
ଖୋର୍ଦ୍ଧା: ଅପରାହ୍ଣରେ ସବୁଦିନ ଲାଗି ରହୁଛି କାଳବୈଶାଖୀ । ବର୍ଷା ସହ ବଜ୍ରପାତ ହେଉଛି । ଆଜି ଖୋର୍ଦ୍ଧା ଜିଲ୍ଲାକୁ ବଜ୍ରପାତ ନେଇ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଦେଇଥିଲା । ଆଲର୍ଟ ଅନୁସାର, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅଞ୍ଚଳର ଏକ ସରକାରୀ ସ୍କୁଲ୍‌ରେ ପାଠପଢ଼ା ବେଳେ ବଜ୍ରପାତ ହୋଇଛି । ଫଳରେ ୪ ଜଣ କୋମଳମତି ଛାତ୍ରଛାତ୍ରୀ ବଜ୍ରପାତରେ ଆହତ ହୋଇଛନ୍ତି ।

ଆହତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଟାଙ୍ଗୀ ବ୍ଲକ ଅନ୍ତର୍ଗକ କୁହୁଡ଼ ଲକ୍ଷ୍ମୀଧରପୁର ସରକାରୀ ୟୁପି ସ୍କୁଲ୍‌ରେ ବଜ୍ରପାତ ହୋଇଛି । ଶ୍ରେଣୀ ଗୃହରେ ପାଠପଢ଼ା ଜାରି ରହିଥିବା ବେଳେ ହଠାତ୍ ବିଜୁଳି ଘଡ଼ଘଡ଼ି ମାରିଥିଲା ।

ବଜୁଳି ମାରିବା କ୍ଷଣି ଶ୍ରେଣୀ ଗୃହ ଭିତରେ ବସିଥିବା ଛାତ୍ରଛାତ୍ରୀ ସଙ୍ଗେ ସଙ୍ଗେ ଚମକି ପଡ଼ିଥିଲେ । ବଜ୍ରପାତରେ ୩ ଜଣ ଛାତ୍ର ଓ ଜଣେ ଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଚିକିତ୍ସା ଜାରି ରଖିଛନ୍ତି ।

ଏଥିସହ ପଢ଼ନ୍ତୁ: ରାସ୍ତାକଡ଼ ମନ୍ଦିରକୁ ଧକ୍କା ଦେଲା କାଉଡ଼ିଆଙ୍କୁ ନେଇ ଫେରୁଥିବା ଗାଡ଼ି, ୨୧ ଆହତ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତଳି ରୁଆଇବା ବେଳେ ବଜ୍ରପାତ

ସେପଟେ ସେହି ଟାଙ୍ଗୀ ବ୍ଲକର ତଳଗଡ଼ କୁହୁଡ଼ିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଧାନ ବିଲରେ ତଳି ରୁଆଇବା ବେଳେ ଚାଲି ଯାଇଛି ଜଣେ ମହିଳା ଶ୍ରମିକଙ୍କ ଜୀବନ । ଏଥିରେ ଅନ୍ୟ ଜଣେ ମହିଳା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ମଧ୍ୟ ଟାଙ୍ଗୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ତଳଗଡ଼ କୁହୁଡି ମୌଜା ଦୀକ୍ଷିତପଡା ଗୋଡି ପୋଖରୀରେ ନିକଟରେ ବିଲରେ ତଳି ରୁଆ କାର୍ଯ୍ୟ ଚାଲିଥିଲା । ଗଞ୍ଜାମ ଅଞ୍ଚଳରୁ ଆସିଥିବା ମହିଳା ତଳି ରୁଆଇବା କାର୍ଯ୍ୟରେ ନିୟୋଜିତ ଥିଲେ । ବିଲରେ ତଳି ରୁଆଇବା ବଜ୍ରପାତ ହୋଇଥିଲା ।

ବଜ୍ରପାତ ନେଇ ଏସବୁ ଜିଲ୍ଲାକୁ ଆଲର୍ଟ

ଆଜି କାଳବୈଶାଖୀ ନେଇ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିରା, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା,ନୟାଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି । 
Lightning Strikes School in Khordha, 4 Students Injured; Woman Worker Dies | Argus News | Argus News