Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଲେ ଖୁଣ୍ଟୁଣୀ ବାସିନ୍ଦା

Odisha

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଲେ ଖୁଣ୍ଟୁଣୀ ବାସିନ୍ଦା

Ritu Das
Browse all articles by Ritu Das
·2 years ago·1 min read
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଲେ ଖୁଣ୍ଟୁଣୀ ବାସିନ୍ଦା

ଅର୍ଗସ ବ୍ୟୁରୋ: କଟକ ଜିଲ୍ଲାର ସର୍ବବୃହତ୍ତ ଶିଳ୍ପାଞ୍ଚଳ ତଥା ବ୍ୟସ୍ତବହୁଳ ଖୁଣ୍ଟୁଣୀ ବଜାର ଉପରେ ଏକ ଗଳାପୋଲ ପାଇଁ ଦୀର୍ଘ ବର୍ଷ ହେବ ଗ୍ରାମ୍ୟ କମିଟି ଓ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା କିନ୍ତୁ ସେମାନଙ୍କର ଗୁହାରି କେହି ଶୁଣୁନଥିଲେ। ଆଜି ଖୁଣ୍ଟୁଣୀ ବାସିନ୍ଦା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଗଳାପୋଲ ପାଇଁ ଏକ ଦାବିପତ୍ର ଦେବାପରେ ମନ୍ତ୍ରୀ ତୁରନ୍ତ ଗଳାପୋଲ ନିର୍ମାଣ କରିବା ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏନେଇ ଖୁଣ୍ଟୁଣୀ ଅଞ୍ଚଳର ଜନସାଧାରଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

ଆଠଗଡ଼ ନିର୍ବାଚନ ମଣ୍ଡଳୀର ବ୍ୟସ୍ତବହୁଳ ଶିଳ୍ପାଞ୍ଚଳ ଖୁଣ୍ଟୁଣୀ ତା ସହିତ ଖୁଣ୍ଟୁଣୀ ଦେଇ ୫୫ ନମ୍ବର ଜାତୀୟ ରାଜପଥ ଯାଇଥିବା ବେଳେ ଏବେ ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ଜାତୀୟ ରାଜମାର୍ଗ ବିଭାଗ ପକ୍ଷରୁ ଚାଲୁ ରହିଛି । ଏହି ରାସ୍ତା ପ୍ରଶସ୍ତିକରଣ ହେବା ଦ୍ବାରା ଖୁଣ୍ଟୁଣୀ ଅଞ୍ଚଳ ଫ୍ଲାଏଓଭର ବ୍ରିଜ ଦେଇ ଯାଉଥିବାରୁ ରାସ୍ତାର ଦକ୍ଷିଣ ପାର୍ଶ୍ୱରେ ଖୁଣ୍ଟୁଣୀ ବାସିନ୍ଦାଙ୍କର ସମସ୍ତ ଯାନିଯାତ୍ରା ସହିତ ବଜାର ଘାଟ ଠାରୁ ସମସ୍ତ ପ୍ରକାରର କାର୍ଯ୍ୟକ୍ରମ ହୋଇଥାଏ କିନ୍ତୁ ଫ୍ଲାଏ ଓଭର ବ୍ରିଜ ହେବା ଦ୍ବାରା ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଏଥିପାଇଁ ଖୁଣ୍ଟୁଣୀ ବାସିନ୍ଦା ଦୀର୍ଘ ଦୁଇବର୍ଷ ହେବ ସ୍ଥାନୀୟ ବିଧାୟକ ଙ୍କ ଠାରୁ ଆରମ୍ଭ କରି କଟକ ସାଂସଦଙ୍କୁ ମଧ୍ୟ ଜଣାଇଥିଲେ ତେବେ କୌଣସି ଫଳପ୍ରଦ ହୋଇନଥିଲା।

ଆଜି ବିଜେପି ନେତା ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ଖୁଣ୍ଟୁଣୀ ବାସିନ୍ଦା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିବା ପରେ ମନ୍ତ୍ରୀ ଖୁବଶୀଘ୍ର ଗଳାପୋଲ କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ସ୍ଥାନୀୟ ଲୋକେ ଓ ବିଜେପି ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Sponsored
Khuntuni villagers | Argus News