Kichakeswari Temple / ଭକ୍ତଙ୍କ ପାଇଁ ଖୁସି ଖବର, କିଚକେଶ୍ୱରୀ ମନ୍ଦିରରେ ମୋବାଇଲକୁ ମିଳିଲା ଅନୁମତି
·3 months ago·2 min read

Key Points
ଦୀର୍ଘ ଦିନ ଧରି ମନ୍ଦିର ପରିସର ଭିତରକୁ ମୋବାଇଲ ଫୋନ୍ ଓ ଭିଡିଓ କ୍ୟାମେରା ନେବା ଉପରେ ଲାଗିଥିବା କଟକଣାକୁ ମନ୍ଦିର ପ୍ରଶାସନ ଉଠାଇ ଦେଇଛି।
ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀଙ୍କ ମନ୍ଦିରକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନ ଧରି ମନ୍ଦିର ପରିସର ଭିତରକୁ ମୋବାଇଲ ଫୋନ୍ ଓ ଭିଡିଓ କ୍ୟାମେରା ନେବା ଉପରେ ଲାଗିଥିବା କଟକଣାକୁ ମନ୍ଦିର ପ୍ରଶାସନ ଉଠାଇ ଦେଇଛି। ଆଜିଠାରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ପୁଣିଥରେ ମୋବାଇଲ ଓ ଭିଡିଓ କ୍ୟାମେରା ନେଇ ମନ୍ଦିର ପରିସରକୁ ପ୍ରବେଶ କରିପାରିବେ।
ମା’ କିଚକେଶ୍ୱରୀ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ଦର୍ଶନ ପାଇଁ ଆସୁଥାନ୍ତି। ସୁରକ୍ଷା ଓ ମନ୍ଦିର ପରିଚାଳନାଗତ କାରଣରୁ ଦୀର୍ଘ ଦିନ ଧରି ମୋବାଇଲ ଓ ଭିଡିଓ କ୍ୟାମେରା ପ୍ରବେଶ ଉପରେ ନିଷେଧାଦେଶ ଜାରି ରହିଥିଲା। ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଯାଉଥିଲା। ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ନୂତନ ନିଷ୍ପତ୍ତି ନିଆଯାଇ ଆଜିଠାରୁ ପୁଣିଥରେ ମୋବାଇଲ ଓ ଭିଡିଓ କ୍ୟାମେରା ପ୍ରବେଶକୁ ଅନୁମତି ଦିଆଯାଇଛି। ଏହି ନିଷ୍ପତ୍ତି ପରେ ଭକ୍ତ ଓ ପର୍ଯ୍ୟଟକମାନେ ଖୁସି ବ୍ୟକ୍ତ କରିଛନ୍ତି। ଏବେ ସେମାନେ ମନ୍ଦିରର ସୌନ୍ଦର୍ଯ୍ୟ ଓ ଧାର୍ମିକ ପରିବେଶକୁ ନିଜ ମୋବାଇଲ ଏବଂ କ୍ୟାମେରାରେ ସଂରକ୍ଷିତ କରିପାରିବେ।
ଏହାସହ ପଢ଼ନ୍ତୁ: ଆସନ୍ତା 24 ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭବନା., ଜୁନ 5 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ !
ଦୀର୍ଘ ଦିନର ପ୍ରତୀକ୍ଷା ପରେ ମା କିଚକେଶ୍ୱରୀଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ମନ୍ଦିର ପ୍ରଶାସନଙ୍କ ଏହି ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିଥିବା ବେଳେ, ଆଗାମୀ ଦିନରେ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରକାଶଥାଉ କି, କିଚକେଶ୍ୱରୀ ମନ୍ଦିରରେ ଭକ୍ତମାନଙ୍କ ପାଇଁ ନୂଆ ନିୟମ ଲାଗୁ କରାଯାଇଥିଲା। ମନ୍ଦିର ପରିସର ଭିତରେ ମୋବାଇଲ ଫୋନ ବ୍ୟବହାର ଓ ଫଟୋସୁଟ୍ ଉପରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା ଜାରି କରାଯାଇଥିଲା। ମନ୍ଦିରର ପବିତ୍ରତା ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।
କିଛି ପର୍ଯ୍ୟଟକ ଓ ଯୁବପିଢ଼ି ମନ୍ଦିର ପରିସରରେ ରିଲ୍ସ, ଭିଡିଓ ଏବଂ ପ୍ରି-ୱେଡିଂ ଫଟୋସୁଟ୍ କରୁଥିବା ଅଭିଯୋଗ ଆସିଥିଲା। ଏହାକୁ ନେଇ ସେବାୟତ ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାପରେ ମନ୍ଦିର ଭିତରେ ମୋବାଇଲ ନେବା, ଫଟୋ ଉଠାଇବା କିମ୍ବା ଭିଡିଓ କରିବା ନିଷିଦ୍ଧ କରାଯାଇଥିଲା।
ମୟୂରଭଞ୍ଜର ଆଧ୍ୟାତ୍ମିକ ପରିଚୟ କିଚକେଶ୍ୱରୀ ମନ୍ଦିର
ମୟୂରଭଞ୍ଜ ଜିଲ୍ଲାର ଖିଚିଙ୍ଗ ଠାରେ ଅବସ୍ଥିତ କିଚକେଶ୍ୱରୀ ମନ୍ଦିର ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତିପୀଠ ଭାବେ ପରିଚିତ। ଏହି ପ୍ରାଚୀନ ମନ୍ଦିରଟି କଳା ପଥରରେ ନିର୍ମିତ ହୋଇଥିବାବେଳେ ଏହାର ସ୍ଥାପତ୍ୟ କଳା ପର୍ଯ୍ୟଟକ ଓ ଭକ୍ତମାନଙ୍କୁ ଆକର୍ଷିତ କରିଥାଏ। ଇତିହାସ ଅନୁଯାୟୀ, ଏହି ମନ୍ଦିର ଭଞ୍ଜ ରାଜବଂଶର ଶାସନ କାଳରେ ନିର୍ମାଣ କରାଯାଇଥିଲା।
ମା' କିଚକେଶ୍ୱରୀଙ୍କୁ ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜା କରାଯାଉଥିବା ଏହି ମନ୍ଦିରରେ ପ୍ରତିବର୍ଷ ଦୁର୍ଗାପୂଜା ଓ ଚୈତ୍ର ପର୍ବ ଅବସରରେ ବିଶେଷ ଉତ୍ସବ ଆୟୋଜିତ ହୁଏ। ଦୂରଦୂରାନ୍ତରୁ ଭକ୍ତମାନେ ମା'ଙ୍କ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି। କିଚକେଶ୍ୱରୀ ମନ୍ଦିର କେବଳ ଏକ ଧାର୍ମିକ ସ୍ଥଳ ନୁହେଁ, ବରଂ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପ୍ରାଚୀନ କଳାର ଏକ ଅନନ୍ୟ ନିଦର୍ଶନ ଭାବେ ମଧ୍ୟ ପରିଗଣିତ।

Related Topics
Explore more stories