Videos
|
Odisha

ରାଉରକେଲାରେ ଚାଞ୍ଚଲ୍ୟ , ଯୁବତୀଙ୍କୁ ଅପହରଣ କରି ନେଇ ଗଣଦୁଷ୍କର୍ମ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ରାଉରକେଲାରେ ଚାଞ୍ଚଲ୍ୟ , ଯୁବତୀଙ୍କୁ ଅପହରଣ କରି ନେଇ ଗଣଦୁଷ୍କର୍ମ

ସୁନ୍ଦରଗଡ : ବଣେଇ ଅଞ୍ଚଳରେ ପୀଡ଼ିତା ମନ୍ଦିରରୁ ଫେରୁଥିବାବେଳେ କାମକୁ ଯିବା ବାହାନାରେ ଅଭିଯୁକ୍ତ ଦ୍ବୟ ଅପହରଣ କରିନେଲେ। ଏହାପରେ ପୀଡ଼ିତା(୨୦)ଙ୍କୁ ବନ୍ଧକ ରଖି ଏକାଧିକ ସ୍ଥାନରେ ୪ଦିନ ଧରି ଗଣଦୁଷ୍କର୍ମ କରିଥିଲେ । ଏହାକୌଣସି ସିନେମାର କାହାଣୀ ନୁହେଁ, ସ୍ମାର୍ଟସିଟି ରାଉରକେଲାରେ ଘଟିଥିବା ଲୋମଟାଙ୍କୁରା ଘଟଣା | ଏହି ଘଟଣାରେ ପ୍ଲାଣ୍ଟ୍‌ସାଇଟ୍ ପୁଲିସ ଦୁଇ ଅଭିଯୁକ୍ତ ବଣାଇ ଥାନା ଅନ୍ତର୍ଗତ ଭାଲୁଡୁଙ୍ଗୁରିର ଏତୁଆ ଓରାମ(୩୯) ଏବଂ ଶଙ୍କର କିସାନ(୪୫)ଙ୍କୁ ଗିରଫକରିଛି । ଦୁଇ ଜଣ ଅଭିଯୁକ୍ତ ଓ ପୀଡିତା ଦିନ ମଜୁରିଆ ଭାବରେ କାମ କରୁଥିଲେ । 15 ତାରିଖ ଦିନ ପୀଡ଼ିତା ସକାଳୁ ମନ୍ଦିର ଯାଇଥିଲେ । ଦିନ ପ୍ରାୟ ୧୦ଟାରେ ମନ୍ଦିରରୁ ଫେରି ଘରକୁ ଯିବା ପାଇଁ ବଣାଇ ଥାନା ଅନ୍ତର୍ଗତ ନରେନ୍ଦ୍ରକରେ ଅଟୋକୁ ଅପେକ୍ଷା କରିଥିଲେ। କିଛି ସମୟପରେ ଦୁଇ ଅଭିଯୁକ୍ତ ସେଠାରେ ଏକ ମୋଟର ସାଇକଲରେ ପହଞ୍ଚି ଏକ ନିର୍ମାଣକାର୍ଯ୍ୟରେ ମଜୁରିଆ ଆବଶ୍ୟକ ଥିବା କହିଥିଲେ। 

ଅଧିକ ପଢନ୍ତୁ : ବ୍ରହ୍ମପୁର ଗଣଦୁଷ୍କର୍ମ ମାମଲାର ଆଉ ଏକ ଖୁଲାସା

ଫଳରେ ପୀଡ଼ିତା ସେମାନଙ୍କ ମିଛ ଜାଲରେ ଫସିଯାଇ ମୋଟରସାଇକଲରେ ବସିଥିଲେ। ତେବେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ସିଧାସଳଖ ରାଉରକେଲା ନେଇ ଆସିଥିଲେ । ଏହାପରେ ପ୍ଲାଣ୍ଟ୍‌ସାଇଟ୍ ଥାନା ଅନ୍ତର୍ଗତ ଏକ ହୋଟେଲରେ ରଖି ରାତିସାରା ଗଣଦୁଷ୍କର୍ମ କରିଥିଲେ । ତା'ପରଦିନ, ଅର୍ଥାତ୍ ୧୬ ତାରିଖରେ ପୀଡ଼ିତାଙ୍କୁ ହୋଟେଲ୍‌ରୁ ସ୍ଥାନୀୟ ବାଲୁଘାଟର ଜଣେ ଅଟୋଚାଳକଙ୍କ ଘରକୁ ନେଇ ଯାଇଥିଲେ। ସେଠାରେ ମଧ୍ୟ ଉଭୟ ଅଭିଯୁକ୍ତ ତିନିଦିନଧରି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ ତେବେ ୧୯ ତାରିଖ ସକାଳେ ଘରେ କେହି ନଥିବାର ସୁଯୋଗ ନେଇ ପୀଡ଼ିତା ପଳାଇ ଆସି ଆଇଟିଆଇ ଛକ ନିକଟରେ ଅସହାୟ ଭାବେ ବୁଲୁଥିଲେ | ପୀଡ଼ିତାଙ୍କ ପୋଷାକ ଓ ହାବଭାବକୁ ଦେଖି କିଛି ସ୍ଥାନୀୟ ବ୍ୟକ୍ତି ପଚରାଉଚରା କରିବାରୁ ଘଟଣା ସଂପର୍କରେ ଜଣାପଡ଼ିଥିଲା। ସେମାନେ ପୀଡ଼ିତାଙ୍କୁ ରଘୁନାଥପାଲି ଥାନାର ଜିମା ଦେଇଥିଲେ। ଏହାପରେ ପୁଲିସ୍ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ପରିସରରେ ଥିବା ‘ସଖୀ' ଆଶ୍ରୟସ୍ଥଳୀରେ ରଖିଥିଲା। ଲିଖିତ ଅଭିଯୋଗ ପରେ ପ୍ଲାଣ୍ଟ୍‌ସାଇଟ ପୁଲିସ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ଏହି ଘଟଣା ରେ ଆଉ କିଏ ସାମିଲ ଅଛନ୍ତି ତାକୁ ନେଇ ତନାଘନା କରୁଛି ପୋଲିସ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Kidnapping and rape of young women in rourkela | Argus News