HitAndRunCase / ଶାସ୍ତ୍ରୀନଗର ହିଟ ଆଣ୍ଡ ରନ୍ ଘଟଣାରେ ପୋଲିସର ବଡ଼ ଆକ୍ସନ...ବନ୍ଧାହେଲେ କିଲର୍ କାର୍ ଡ୍ରାଇଭର
·2 months ago·2 min read

Key Points
ଶାସ୍ତ୍ରୀନଗର ହିଟ ଆଣ୍ଡ ରନି ଘଟଣାରେ ପୋଲିସର ବଡ଼ ଆକ୍ସନ
ବନ୍ଧାହୋଇଛନ୍ତି କିଲର୍ କାର୍ ଡ୍ରାଇଭର ସୌମ୍ୟ ରଞ୍ଜନ ରଥ

ରାଜଧାନୀ ଭୁବନେଶ୍ୱରରେ ପୁଣି ଜୀବନ ନେଇଛି ଦାମୀ ବିଳାସପୂର୍ଣ୍ଣ କାର୍। ମଦ ନିଶାରେ ଚୂର ହୋଇ ଜଣେ ଆଇନ ଛାତ୍ର ନିଜ ମର୍ସିଡିଜ୍ ଗାଡ଼ିରେ ଜଣେ ନିରୀହ ବାଇକ୍ ଆରୋହୀଙ୍କୁ ଦଳି ଦେଇଛନ୍ତି। ଶାସ୍ତ୍ରୀନଗର ଛକରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ସ୍ଥିତି ନିୟନ୍ତ୍ରଣ କରିଛି।
ଶାସ୍ତ୍ରୀନଗର ହିଟ ଆଣ୍ଡ ରନ୍ ଘଟଣାରେ ପୋଲିସର ବଡ଼ ଆକ୍ସନ। ବନ୍ଧାହୋଇଛନ୍ତି କିଲର୍ କାର୍ ଡ୍ରାଇଭର ସୌମ୍ୟ ରଞ୍ଜନ ରଥ। ସେ ଜଣେ ଆଇନ ଛାତ୍ର। ମଦ ପିଇ ଦ୍ରୁତଗତିରେ ଗାଡ଼ି ଚଳାଉଥିଲେ ସୌମ୍ୟ। ରସ୍ ଡ୍ରାଇଭିଂ ଓ ଡ୍ରଙ୍କନ ଡ୍ରାଇଭ୍ ମାମଲାରେ ସୌମ୍ୟଙ୍କୁ ଗିରଫ କରି BNS ଧାରା ୧୦୫ ଅନୁଯାୟୀ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।
ଏହାସହ ପଢ଼ନ୍ତୁ: ରାଜଧାନୀରେ ଭୟଙ୍କର ଦୁର୍ଘଟଣା, ମର୍ସିଡିଜ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ
ସୋମବାର ଶାସ୍ତ୍ରୀନଗର ଛକରେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା କିଲର୍ ମର୍ସିଡିଜ୍ କାର୍। ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ମୃତକ ଜଣଙ୍କ ହେଲେ ଦେବୀ ପ୍ରସାଦ ରାଉତରାୟ, ତାଙ୍କ ଘର ନୟାପଲ୍ଲୀ ନୂଆ ସାହିରେ। ଦୁର୍ଘଟଣା ପରେ ମର୍ସିଡିଜ୍ କାରକୁ ଭଙ୍ଗାରୁଜା କରିବା ସହ ଗାଡିକୁ ଛାଡି ନଥିଲେ ଉତ୍ତ୍ୟକ୍ତ ଲୋକ। ଘଟଣାସ୍ଥଳରେ ଥିବା ପୋଲିସଙ୍କୁ ବି ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା। ଲୋକେ ପୋଲିସ ଉପରକୁ ଢେଲା ପଥର ମାଡ଼ କରିଥିଲେ। ଶେଷରେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ତେବେ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ବର୍ଷା ଦିନେ ଗାଡ଼ି ଚଲାଇଲା ବେଳେ ଏହି ସବୁ ଦିଗ ଉପରେ ଧ୍ୟାନ ଦିଅନ୍ତୁ, ନଚେତ୍...
୨୦୨୫ ରେ ମଦ୍ୟପାନ କରି ଗାଡ଼ି ଚଳାଇବା ନେଇ ୯୨୫ ଟି ଗାଡ଼ି ଜବତ୍ କରି କୋର୍ଟ ଚାଲାଣ କରିଥିଲା କମିସନରେଟ ପୋଲିସ। ହେଲେ ୨୦୨୬ ର ମାତ୍ର ୬ ମାସ ମଧ୍ୟରେ ୧୬୩୨ ଟି ଗାଡ଼ି ଏହିଭଳି ମାମଲାରେ ଜବତ୍ ହେବା ସହ ଡ଼୍ରାଇଭରଙ୍କୁ ଗିରଫ କରାଯାଇଛି। ପୋଲିସର କଡା ଚେକିଙ୍ଗ ସତ୍ତ୍ୱେ ବଢୁଛି ମଦ୍ୟପାନ ଜନିତ ଗାଡ଼ି ଚଳାଇବା ଘଟଣା। ଯେଉଁଟା ଏବେ କମିସନରେଟ ପୋଲିସ ପାଇଁ ସବୁଠାରୁ ବଡ଼ ଟେନ୍ସନର କାରଣ ପାଲଟିଛି।
- ଚାଲନ୍ତୁ ଜାଣିବା ରାଜଧାନୀର କିଛି ହିଟ ଆଣ୍ଡ ରନ ମାମଲା ଉପରେ
୨୦୨୫ ରେ ମଦ୍ୟପାନ କରି ଗାଡ଼ି ଚଳାଇବା ନେଇ ୯୨୫ ଟି ଗାଡ଼ି ଜବତ୍ କରି କୋର୍ଟ ଚାଲାଣ କରିଥିଲା କମିସନରେଟ ପୋଲିସ। ହେଲେ ୨୦୨୬ ର ମାତ୍ର ୬ ମାସ ମଧ୍ୟରେ ୧୬୩୨ ଟି ଗାଡ଼ି ଏହିଭଳି ମାମଲାରେ ଜବତ୍ ହେବା ସହ ଡ଼୍ରାଇଭରଙ୍କୁ ଗିରଫ କରାଯାଇଛି। ପୋଲିସର କଡା ଚେକିଙ୍ଗ ସତ୍ତ୍ୱେ ବଢୁଛି ମଦ୍ୟପାନ ଜନିତ ଗାଡ଼ି ଚଳାଇବା ଘଟଣା। ଯେଉଁଟା ଏବେ କମିସନରେଟ ପୋଲିସ ପାଇଁ ସବୁଠାରୁ ବଡ଼ ଟେନ୍ସନର କାରଣ ପାଲଟିଛି।
Related Topics
Explore more stories