Killer Manja Thread / କାଳ ସାଜୁଛି କିଲର ମାଞ୍ଜା, କଟୁଛି ତଣ୍ଟି...ବୋହୁଛି ରକ୍ତ
·8 months ago·2 min read

Key Points
ଅକାଶରେ ଉଡ଼ୁଛି ମଣିଷ ମରା ସୁତା
କାଳ ସାଜୁଛି କିଲର ମାଞ୍ଜା
କଟୁଛି ତଣ୍ଟି ବୋହୁଛି ରକ୍ତ
ଛନକା ବଢ଼ାଇଛି ତଣ୍ଟି କଟା ମାଞ୍ଜା ସୂତା
କାଳ ସାଜୁଛି କିଲର ମାଞ୍ଜା
କଟୁଛି ତଣ୍ଟି ବୋହୁଛି ରକ୍ତ
ଛନକା ବଢ଼ାଇଛି ତଣ୍ଟି କଟା ମାଞ୍ଜା ସୂତା
ମକର ସଂକ୍ରାନ୍ତି ପାଇଁ ସବୁଠି ଚଳଚଞ୍ଚଳ I ହେଲେ ଭୟ ବଢ଼ାଇଛି ମାଞ୍ଜା ସୂତା I ରାଜଧାନୀ ଅକାଶରେ ଉଡ଼ୁଛି ମଣିଷ ମରା ସୂତା I ଆଉ ବାଜିବା ମାତ୍ରେ କଟିଯିବ ବେକ I ଯେଉଥିପାଇଁ ଘନଘନ ରେଡ୍ କରୁଛି ପୋଲିସ I ବିଭିନ୍ନ ଦୋକାନ ହାଟ ଓ ମାର୍କେଟରେ ଯେଉଁଠି ବିକ୍ରି ହେଉଛି ଗୁଡି ସେଠାରେ କମିଶନରେଟ ପୋଲିସ କରୁଛି ରେଡ୍ I
କଟକ, ଭୁବନେଶ୍ବର, ପୁରୀରେ ପୋଲିସ ସ୍ପେଶାଲ୍ ଡ୍ରାଇଭ କରି ବିଭିନ୍ନ ଦୋକାନରେ ପଞ୍ଝା ମାରିଛି । ବେଆଇନ୍ ମାଞ୍ଜା ସୂତା କି ଏଥିରେ ଗୁଡ଼ି ତିଆରି କରି ବିକ୍ରି କଲେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଚେତାଇଛି ପୋଲିସ। ବର୍ତ୍ତମାନ ସୁଦ୍ଧା ପୁରୀ ପୋଲିସ ୨୨ଦୋକାନରେ ଚଢାଉ କରିଥିବାବେଳେ ୫୮ ଟି ନଟେଇ ୧୪୮ଟି ମାଞ୍ଜା ସୁତା ବଣ୍ଡଲଓ ୨୪ଟି ଗୁଡ଼ିକୁ ଜବତ କରିଛି ।
ସେପଟେ ମକର ସଂକ୍ରାନ୍ତିରେ ଢେଙ୍କାନାଳରେ ମାଞ୍ଜା ସୂତା ଲାଗି ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆଉ ଜଣେ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଭଳି ଅଘଟଣ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ମୀନା ବଜାର ନିକଟରେ ଘଟିଛି । ଆହତ ଯୁବକ ଜଣକ ହେଉଛନ୍ତି ସଦର ଥାନା ଅନ୍ତର୍ଗତ ସାଇଁବିରୀ ଗାଁର ୨୩ ବର୍ଷୀୟ ଅଭିଷେକ ସାହୁ । ମାଞ୍ଜା ସୂତା ଲାଗି ତାଙ୍କ ନାକ ଓ ଆଙ୍ଗୁଠି କଟି ଯାଇଥିଲା । ଯୁବକ ଜଣଙ୍କ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।
ସେହିପରି ମକର ସଂକ୍ରାନିରେ କର୍ଣ୍ଣାଟକର ବିଦାର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବାଇକ୍ରେ ଯାଉଥିବା ବେଳେ ମାଞ୍ଜା ସୂତା ଲାଗି ଜଣେ ବ୍ୟକ୍ତିଙ୍କ ତଣ୍ଟି କଟି ଯାଇଛି । ଆଉ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ୪୮ ବର୍ଷୀୟ ବ୍ୟକ୍ତି ଜଣଙ୍କ ଆଖି ବୁଜି ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, କର୍ଣ୍ଣାଟକର ବିଦାର ଜିଲ୍ଲାର ତଳମଡଗି ବ୍ରିଜ୍ ଦେଇ ବାଇକ୍ ଚାଳକ ଜଣଙ୍କ ଯାଉଥିଲେ । ସେହି ସମୟରେ ଏକ ଗୁଡ଼ି ସୂତା ବ୍ୟକ୍ତି ଜଣଙ୍କ ତଣ୍ଟିରେ ଲାଗି ଯାଇଥିଲା । ଫଳରେ ବାଇକ୍ରୁ ପଡ଼ିଯାଇଥିଲେ । ମାଞ୍ଜା ସୂତା ଫଳରେ ତଣ୍ଟିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ପ୍ରବଳ ରକ୍ତସ୍ରାବ ବି ହୋଇଥିଲା । ବାଇକ୍ରୁ ଖସି ପଡ଼ିବା ପରେ ବହୁ କଷ୍ଟରେ ବ୍ୟକ୍ତି ଜଣଙ୍କ ତାଙ୍କ ଝିଅକୁ ଫୋନ୍ କରିଥିଲେ । ଆଉ ଝିଅକୁ ଶେଷ କଲ୍ ପରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହି ରାସ୍ତା ଦେଇ ଯାଉଥିବା ଲୋକ କପଡ଼ା ଦେଇ ରକ୍ତସ୍ରାବ ରୋକିବାକୁ ଚେଷ୍ଟା କରିଥିଲେ । କପଡ଼ା ସିନା ରକ୍ତରେ ଭିଜିଗଲା ହେଲେ ରକ୍ତସ୍ରାବ ବନ୍ଦ ହୋଇ ନଥିଲା । ଲୋକେ ଆମ୍ବୁଲାନ୍ସକୁ କଲ୍ କରି ଡାକିଥିଲେ, କିନ୍ତୁ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ସେ ଆରପାରିକୁ ଚାଲିଯାଇଥିଲେ ।
Related Topics
Explore more stories