|
logo
Live

Argus News - ଦୁର୍ନୀତିର ଗନ୍ତାଘର ସାଜିଛି ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ

Odisha

ଦୁର୍ନୀତିର ଗନ୍ତାଘର ସାଜିଛି ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ

Jitendra Dash
Browse all articles by Jitendra Dash
·2 years ago·1 min read
ଦୁର୍ନୀତିର ଗନ୍ତାଘର ସାଜିଛି ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ

ଅର୍ଗସ ବ୍ୟୁରୋ : ଦୁର୍ନୀତିର ଚରମ ସୀମାରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ I ସୀମା ଅତିକ୍ରମ କରୁଛନ୍ତି ଆଠମଲ୍ଲିକ ବିଡିଓ ମହାଶୟ । ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ କରୁଥିବା ବେଳେ ବୃଦ୍ଧ ବ୍ୟକ୍ତିଙ୍କୁ ସାଧାରଣ ଭତାରୁ ମଧ୍ୟ ବଞ୍ଚିତ ହେବାକୁ ପଡୁଛୁ I ଏତିକିରେ କଥା ସରୁନି ବିଡ଼ିଓ ଓ ଠିକାଦାରଙ୍କ ମିଲିଭଗତରେ ଯନ୍ତ୍ରୀ ମାନେ ନିମ୍ନମାନର କାମ କରି ବିଲ ଉଠାଣ କରୁଛନ୍ତି I 

ବିଶେଷ କରି କାହା ଛତ୍ରଛାୟା ତଳେ ରହି ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କୁ ବିକାଶ କାମରେ ବାଧା ଦେଉଛନ୍ତି କିଶୋରନଗର ବଡିଓ ମହାଶୟ ଏନେଇ ତେଜୁଛି ଜନ ଅସନ୍ତୋଷ I କିଶୋରନଗର ବ୍ଲକର ପଥରଗଡ଼, ରଙ୍ଗମାଟିଆ ଗ୍ରାମକୁ ଆଜି ପର୍ଯ୍ୟନ୍ତ ଗମନାଗମନରୁ ସୁବିଧା ନଥିବା ବେଳେ ବିଦ୍ୟୁତ ମଧ୍ୟ ପହଞ୍ଚି ପାରିନାହିଁ I ଏମିତିକି ବିଦ୍ୟାଳୟ ନଥିବାରୁ ଛାତ୍ରଛାତ୍ରୀ ମାନଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି I 

ଯେଉଁ ଲୋକ ପ୍ରତିନିଧି ଶାସକ ଦଳକୁ ସମର୍ଥନ କରୁଛନ୍ତି ତାଙ୍କୁ କେବଳ ଦଳୀୟ ଆଧାରରେ କାର୍ଯ୍ୟ ଦିଆଯାଉଛି । ଶାସକ ଦଳରେ ନରହି ଅନ୍ୟ ଦଳରେ ରହି ଜିଏ କାମ କରୁଛି ତାଙ୍କ ବିଲ ମଧ୍ୟ ପାସ କରାଯାଉନାହିଁ I ଆଠମଲ୍ଲିକ ବିଜେଡି ଫାଟ ଯୋଗୁଁ ନିର୍ବାଚିତ ଲୋକପ୍ରତିନିଧିଙ୍କର କୌଣସି କଥା ରହୁନଥିବା ବେଳେ, ଆଠମଲ୍ଲିକ ଅଞ୍ଚଳର ବିକାଶ କହିବୁଲୁଥିବା ପୂର୍ବତନ ପୂର୍ତ୍ତ ବିଭାଗ ସଚିବ ତଥା ବର୍ତମାନର ବରିଷ୍ଠ ବିଜେଡି ନେତାଙ୍କ ଇସାରାରେ କିଶୋରନଗର ବ୍ଲକର ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧି ମାନଙ୍କୁ ହଇରାଣ ହରକତ କରୁଥିବାର  ନଜର ରହିଛି । ଦେଖିବାକୁ ବାକି ରହିଲା ରାଜ୍ୟ ସରକାର କିଶୋରନଗର ବ୍ଲକର ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଯୋଗେଇ ଦେବାରେ କେବେ ସଫଳ ହେଉଛନ୍ତି ?
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦୁର୍ନୀତିର ଗନ୍ତାଘର ସାଜିଛି ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ | Argus News