ସୁଭଦ୍ରା ଯୋଜନା ; ଜାଣନ୍ତୁ କେଉଁମାନେ ପାଇବେ, କେଉଁମାନେ ବଞ୍ଚିତ ହେବେ...

ଅର୍ଗସ ବ୍ୟୁରୋ : କେଉଁମାନେ ସୁଭଦ୍ରା ସହାୟତା ପାଇବେନି ସ୍ପଷ୍ଟ କଲେ ସରକାର । ଆର୍ଥିକ ସ୍ବଚ୍ଛଳ ବର୍ଗର ମହିଳା ପାଇବେନି ସୁଭଦ୍ରା ଯୋଜନାରୁ ସହାୟତା । ସରକାରୀ ଚାକିରି କରୁଥିବା ମହିଳା ପାଇବେନି ସୁଭଦ୍ରା ସହାୟତା । ଆୟକର ପ୍ରଦାନ କରୁଥିବା ମହିଳା ମଧ୍ୟ ସହାୟତା ପାଇବେନି । ଅନ୍ୟ ସରକାରୀ ଯୋଜନାରେ ସହାୟତା ପାଉଥିଲେ ମିଳିବନି ସୁବିଧା । ମାସିକ 1500 ବା ବାର୍ଷିକ 18 ହଜାର ପାଉଥିଲେ ମିଳିବନି ଲାଭ ।
ଅଧିକ ପଢନ୍ତୁ : 21 ବର୍ଷରୁ ଅଧିକ, 60 ବର୍ଷରୁ କମ୍ ମହିଳା ପାଇବେ ସୁଭଦ୍ରା ଟଙ୍କା
ସେହିପରି ଡିଜିଟାଲ୍ କାରବାର ପାଇଁ ମିଳିବ ଅତିରିକ୍ତ 500 । `ସୁଭଦ୍ରା'ରେ ଅତିରିକ୍ତ ସହାୟତା ପ୍ରଦାନ ପାଇଁ ସରକାରଙ୍କ ଘୋଷଣା । ଡିଜିଟାଲ୍ । କାରବାରକୁ ପ୍ରୋତ୍ସାହନ ପାଇଁ ମିଳିବ ଅତିରିକ୍ତ ସହାୟତା । ସର୍ବାଧିକ ଡିଜିଟାଲ୍ କାରବାର କରିଥିବା ହିତାଧିକାରୀଙ୍କୁ ଅତିରିକ୍ତ 500 ମିଳିବ । ପ୍ରତି ପଞ୍ଚାୟତର 100 ଜଣ ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ 500 ଟଙ୍କା ।
ଆସିଲା `ସୁଭଦ୍ରା' SOP । ସୁଭଦ୍ରା ଯୋଜନାର ନିୟମାବଳୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କ୍ୟାବିନେଟ୍ ଅନୁମୋଦନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । 21 ବର୍ଷରୁ ଅଧିକ, 60 ବର୍ଷରୁ କମ୍ ମହିଳା ପାଇବେ ଟଙ୍କା
📱 Get Argus News App
✨DBT ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ଏକ କୋଟିରୁ ଅଧିକ ମହିଳା ଏହା ଦ୍ବାରା ଲାଭବାନ ହେବେ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା, ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ଟଙ୍କା। ଦିବସ ପିଛା 5 ହଜାର ହୋଇ 2 ଦିବସକୁ 10 ହଜାର ଯିବ । 5 ବର୍ଷରେ ଯୋଗ୍ୟ ମହିଳା ଲାଭାର୍ଥୀ 50 ହଜାର ଟଙ୍କା ପାଇବେ