Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜାଣନ୍ତୁ କେମିତି ରହିବ ଆଜିର ଦିନ?

Odisha

ଜାଣନ୍ତୁ କେମିତି ରହିବ ଆଜିର ଦିନ?

Ritu Das
Browse all articles by Ritu Das
·2 years ago·4 min read
ଜାଣନ୍ତୁ କେମିତି ରହିବ ଆଜିର ଦିନ?

ଆଜି କଣ କହୁଛି ଆପଣଙ୍କ ରାଶି। ସତର୍କ ରହୁନ୍ତୁ ଏହି ରାଶି। 

ମେଷ-
ପରିବାର ସହ ଯାତ୍ରାରେ ସଫଳତା ହାସଲ କରିପାରିବେ । ଆପଣଙ୍କ ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ । ନୂଆ ବ୍ୟବସାୟ ନିର୍ମାଣରେ ଅଗ୍ରଗତି କରିବେ । ଗୁରୁତ୍ୱପୂର୍ଣ୍ଣ କାମଟିକୁ କରିନପାରି ଦୁଃଖ ଅନୁଭବ କରିପାରନ୍ତି। ଆପଣ ମନ ବୁଝିଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣେଇ ନେବେ । କ୍ରୀଡ଼ାକ୍ଷେତ୍ରରେ ପ୍ରଶଂସିତ ହେବେ । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ 

ବୃଷ-
ପାରିବାରିକ ସମସ୍ୟା ମଧ୍ୟ ସମାଧାନ ହୋଇଯିବ । ଆର୍ଥିକ ସ୍ଥିତି ଭଲ ରହିଥିବାରୁ କାମଗୁଡ଼ିକ ସମ୍ପନ୍ନ କରିବାରେ ଅସୁବିଧା ରହିବ ନାହିଁ । ଜମିଜମା ବିବାଦ କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। କିଛି ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-
ବନ୍ଧୁଙ୍କ ସାହାଯ୍ୟ ସହେଯାଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ । କର୍ମ କ୍ଷେତ୍ରରେ ଏକାଧୀକ କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି । ଛାତ୍ରଛାତ୍ରୀମାନେ ପଢ଼ାରେ ପ୍ରଂଶସିତ ହେବେ । ସରକାରୀ କ୍ଷେତ୍ରରୁ ଉପକୃତ ହୋଇପାରିବେ । ଆପଣଙ୍କ ପାଇଁ ଟଙ୍କା ରୋଜଗାର କରିବାର ଅନେକ ସରଳ ଉପାୟ ମିଳିବ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

କର୍କଟ-
ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦ ଅନୁଭବ କରିବେ । ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ । ଭ୍ରାତୃ ସମ୍ପର୍କ କ୍ଷେତ୍ରରେ ସଫଳତା ପ୍ରଦାନ କରିବ । ପୁରୁଣା ଘର ମରାମତି କରିବା ପାଇଁ ମନସ୍ଥ କରିବେ। ମହିଳାମାନେ ପିଲାମାନଙ୍କ ସହ ଖୁସିରେ ସମୟ କଟାଇବେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବାପା , ମା'ଙ୍କ ଚରଣ ସ୍ପର୍ଶ କରନ୍ତୁ

ସିଂହ-
ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବାର ଦେଖାଯିବ । ଭୁଲ୍ ବୁଝାମଣା ହେତୁ ଟିକିଏ ଟିକିଏ କଥାରେ ପରିବାରରେ କଳହ ଲାଗିପାରେ। ବୈବାହିକ ବନ୍ଧନରେ ବାନ୍ଧି ହୋଇପାରନ୍ତି ।  ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ। ଛାତ୍ରଛାତ୍ରୀମାନେ ପଢାରେ ମନଯୋଗ ରଖି ପାରିବେ ନାହିଁ । ମାଲିମକଦ୍ଦମାରେ ବିଜୟ ପ୍ରାପ୍ତିର ଆଶା କରିବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

କନ୍ୟା-
ବ୍ୟବସାୟ-ବାଣିଜ୍ୟ ହେଉ ଆଶାନୁରୂପ ଫଳ ପ୍ରାପ୍ତି ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ । ବେଳେବେଳେ ଧନ ପ୍ରାପ୍ତି ଆଦି ଶୁଭଫଳ ମଧ୍ୟ ପାଇବେ। ସାହିତ୍ୟ, ଗବେଷଣା ତଥା ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ । ପିଲାଙ୍କ ସକାଶେ ଅଶାନ୍ତି ରହି କୌଣସି କାମକୁ ଠିକ୍ ଭାବେ କରିପାରିବେ ନାହିଁ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ସକାଳୁ  କାଉକୁ ଖାଇବାକୁ ଦିଅନ୍ତୁ    

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତୁଳା-
ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ବିଦେଶରେ ଥିବା ସମ୍ପର୍କୀୟଙ୍କ ଠାରୁ ଆର୍ଥିକ ସହାୟତା ପାଇବେ ସାହିତ୍ୟ, ସଙ୍ଗୀତ ଓ ଆନୁଷ୍ଠାନିକ କାମରେ ସମସ୍ୟା ସମାଧାନ ହେବ। ମାଲି ମକଦ୍ଦମା, ତର୍କବିତର୍କ, ସଭା ସମିତି, ସଙ୍ଗଠନ, ନିର୍ମାଣ, ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମକୁ ପୂଜାର୍ଚ୍ଚନା କରନ୍ତୁ

ବିଛା-
ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ଆପଣଙ୍କ ପ୍ରତି ଉଚ୍ଚ ଅଧିକାରୀଙ୍କ ବ୍ୟବହାର ସକାରତ୍ମକ ରହିବ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ପିଲାମାନେ ତାଙ୍କ କ୍ୟାରିୟର ପାଇଁ ମହତ୍ୱପୂର୍ଣ୍ଣ ନିଷ୍ପତ୍ତିନେଇପାରନ୍ତି । ଜମିରେ ନିବେଶ କରନ୍ତୁ ଲାଭ ମିଳିବ । ଦୈନିକ କାର୍ଯ୍ୟ ସୂଚୀରେ ପରିବର୍ତନ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ

ଧନୁ-
ବିଦେଶରେ କାମ କରି ଆପଣଙ୍କ ବୃତ୍ତିକୁ ଆଗକୁ ବଢାଇବେ । ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ଭରି ରହିବ । ଆନୁଷ୍ଠାନିକ କ୍ଷେତ୍ର କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରୁ ଅର୍ଥ ଓ ସମ୍ମାନ ଲାଭ ଯୋଗ ରହିଛି । ସନ୍ତାନଙ୍କ ପାଇଁ ମନ ଉଦ୍ବେଗ ରହିବା ଫଳରେ ମାନସିକ ଅସ୍ଥିରତା ଭିତରେ ରହିବେ। ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିପାରନ୍ତି ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର-
ଶାରୀରିକ ପିଡା ଭୋଗ କରି ପାରନ୍ତି । ପଇସାର ଅଭାବ ଅନୁଭବ କରିପାରନ୍ତି । ଘରକୁ ସଜାଇବାରେ ଧ୍ୟାନ ଦେବେ । ଆପଣ ନିଜ ସାଥୀଙ୍କ ଭାବନାକୁ ବୁଝିବେ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ ସଫଳତା ମିଳିବ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ସଫଳତା ଲାଭ କରିବେ । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
କିଛି ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଧୀରେ ଧୀରେ ଧନ ସଂଗ୍ରହରେ ବୃଦ୍ଧି ଘଟିବ । ପ୍ରତ୍ୟେକ କ୍ଷେତ୍ରରେ ଦେଖିଚାହିଁ କାମ ନ କଲେ ପରିସ୍ଥିତି ଜଟିଳତା ଆଡ଼କୁ ଗତି କରିପାରେ। ପିଲାମାନଙ୍କ ସକାଶେ ଥିବା ସମସ୍ୟାକୁ ଦୂରେଇବାରେ ସମର୍ଥ ହେବେ । କଳା କ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ    
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ମୀନ-
କାମରେ ଭଲ ପ୍ରଦର୍ଶନ ପାଇଁ ନୂଆ ଉଦ୍ୟମ କରିବେ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ । ବାଲ୍ୟ ବନ୍ଧୁଙ୍କ ସହିତ ସାକ୍ଷାତ ହେବାର ଯୋଗ ରହିଛି । ସାମାନ୍ୟ ସାମୟିକ ଶାରିରୀକ ପିଡା ଭୋଗିବାକୁ ପଡିବ । ବିଦ୍ୟାର୍ଥୀ ମାନେ ପଢାରେ ଶିକ୍ଷକଙ୍କ ସହାୟତା ପାଇବେ ।  ଅନେକ ସୂତ୍ରରୁ କିଛି ଧନ ସମ୍ପତି ପାଇବାର ଯୋଗ ଅଛି। ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ।

ଅଧିକ ପଢ଼ନ୍ତୁ ରାଶିଫଳ ଖବର 
 

Sponsored
Know how today | Argus News