|
logo
Live
Argus News App
GET APP

Argus News - ଦିନେ ଏଇଠି ପୂଜା ପାଉଥିଲେ ସାକ୍ଷୀଗୋପାଳ

Odisha

ଦିନେ ଏଇଠି ପୂଜା ପାଉଥିଲେ ସାକ୍ଷୀଗୋପାଳ

Smruti Parija
Browse all articles by Smruti Parija
·2 years ago·2 min read
ଦିନେ ଏଇଠି ପୂଜା ପାଉଥିଲେ ସାକ୍ଷୀଗୋପାଳ

ଅର୍ଗସ ବ୍ୟୁରୋ: ଓଡ଼ିଆ ଧର୍ମଧାରାରେ ରାଧାକୃଷ୍ଣ ଉପାସନା ବହୁ ପ୍ରାଚୀନ । ଆଜି ଠିକ୍ ସେମିତି ଦିନଟିଏ । କାର୍ତ୍ତିକ ମାସର ପବିତ୍ର ଅଁଳା ନବମୀ। ଚଳଚଞ୍ଚଳ ହୋଇ ଉଠିଛି ସାକ୍ଷୀଗୋପାଳ ମନ୍ଦିର। ମା’ ରାଧାରାଣୀଙ୍କ ଦିବ୍ୟ ପାଦ ଦର୍ଶନ ପର୍ବ। କିନ୍ତୁ ଦର୍ଶକବନ୍ଧୁ ଆପଣଙ୍କ ସମ୍ମୁଖରେ ଥିବା ଏହି ମନ୍ଦିର ସାକ୍ଷୀଗୋପାଳସ୍ଥିତ ଗୋପାଳ ମନ୍ଦିର ନୁହେଁ। କିନ୍ତୁ ଏ ପୀଠ ହେଉଛି, ସେହି ସାକ୍ଷୀଗୋପାଳଙ୍କ ଆଦ୍ୟପୀଠ। ଯେଉଁ ଗୋପାଳ ପ୍ରତିମାଙ୍କୁ ଆପଣ ସାକ୍ଷୀଗୋପାଳ ମନ୍ଦିରରେ ଦର୍ଶନ କରୁଛନ୍ତି ଦିନେ ସେଇ ବିଗ୍ରହ ଏଇଠି ପୂଜା ପାଉଥିଲେ।

ସାକ୍ଷୀଗୋପାଳଙ୍କ କାହାଣୀର ଅୟମାରମ୍ଭ ହୋଇଛି ଉତ୍କଳୀୟ ଇତିହାସର ସବୁଠୁ ରୋଚକ ପ୍ରସଙ୍ଗ କାଞ୍ଚି ଅଭିଯାନରୁ। ଗଜପତି ପୁରୁଷୋତ୍ତମ ଦେବ ଦାକ୍ଷିଣାତ୍ୟ ଜୟ କରିବା ପରେ ସାକ୍ଷୀଗୋପାଳ, ମା’ ତାରିଣୀ ଏବଂ କାଞ୍ଚି ଗଣେଶକୁ ଶ୍ରୀକ୍ଷେତ୍ରକୁ ନେଇ ଆସିଲେ। ସାକ୍ଷୀଗୋପାଳଙ୍କ ଦିବ୍ୟ ବିଗ୍ରହ ଶ୍ରୀମନ୍ଦିରର ଭୋଗମଣ୍ଡପ ପାଖରେ ସ୍ଥାପିତ ହେଲା। ହେଲେ ନୀତି ବିଭ୍ରାଟ ଯୋଗୁ, ଗୋପାଳ ଠାକୁରେ ସ୍ଥାନାନ୍ତର ହେବାକୁ ଗଜପତିଙ୍କୁ ସ୍ବପ୍ନାଦେଶ କଲେ।

ଦୀର୍ଘ…. ବର୍ଷ ପରେ ଆଜି ମୂଳପୀଠରେ ରାଧାରାଣୀଙ୍କ ପାଦ ଦର୍ଶନ ଆୟୋଜିତ ହୋଇଛି। ଭକ୍ତ ମନ ଭରି ଦେଖୁଛି ପ୍ରାଣପ୍ରିୟ ଗୋପିନାଥଙ୍କୁ ଆଉ ମନେ ପକାଉଛି ଅତୀତର ସେହି କଳଙ୍କିତ ଅଧ୍ୟାୟକୁ। ଯେତେବେଳେ ମୁସଲମାନ ଆକ୍ରମଣରରେ ଭୀତତ୍ରସ୍ତ ହୋଇ ଦିଅଁକୁ ଗୋଟିଏ ପରେ ଗୋଟିଏ ସ୍ଥାନକୁ ନେଇ ଯାଉଥିଲେ ଠାକୁର ରଜା।

ଅଧିକ ପଢନ୍ତୁ: ପବିତ୍ର ଅଁଳା ନବମୀ, ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା' ରାଧାରାଣୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଖ୍ରୀଷ୍ଟାଦ୍ଦ ୧୬୬୧। ଗଜପତି ମୁକୁନ୍ଦ ଦେବ କଟକ ବାରବାଟୀରୁ ସ୍ଥାନାନ୍ତର କରିଥାନ୍ତି ଖୋର୍ଦ୍ଧା। ଆଉ ଏତିକି ବେଳେ ଆକ୍ରମଣ କରେ ସୁବେଦାର ଖାନ-ଇ-ଦୈରାନ। ଖୋରଧା ଦୁର୍ଗ ଅଧିକୃତ ହେଲାପରେ ଗଜପତି ମୁକୁନ୍ଦଦାବ ଆତ୍ମ ସମର୍ପଣ କରିନ୍ତି। ୧ ବର୍ଷ ୭ ମାସ ବନ୍ଦି ଜୀବନ କଟାଇବା ପରେ ତାଙ୍କ ଦୁର୍ଗ ତାଙ୍କୁ ମିଳେ। କିନ୍ତୁ ଏଇ ସାମୟିକ ଅବଧିରେ ଗଜପତି ଖୋରଧାରେ ନ ରହି ରଥିପୁର କଟକରେ ଅବସ୍ଥାନ କରନ୍ତି। ଏଇଠି ତୋଳାହୁଏ ସାକ୍ଷୀଗୋପାଳ ମନ୍ଦିର। କିନ୍ତୁ ଏଠାରେ ମଧ୍ୟ ଶାନ୍ତି ମିଳେନି। ଆକ୍ରମଣ କରେ ସୁବେଦାର ତକି ଖାଁ। ଉତ୍କଳର ପ୍ରାଣ ପିଣ୍ଡ ଶ୍ରୀକ୍ଷେତ୍ରକୁ ଶ୍ରୀହୀନ କରିବାକୁ ଅଗ୍ରସର ହେଉଥିଲା ବର୍ବର ଯବନ। କଟକ, ଖୋର୍ଦ୍ଧା ପଥ ଦେଇ ଶ୍ରୀକ୍ଷେତ୍ର ମୁହାଁଇଲା ବେଳେ ତା ଦୃଷ୍ଟି ପଡିଲା ସାକ୍ଷୀ ଗୋପୀନାଥଙ୍କ ଏଇ ଦେଉଲ ଉପରେ। କିନ୍ତୁ ଆକ୍ରମଣର ପୂର୍ବ ସୂଚନା ପାଇଁ ଗଜପତି ଠାକୁରଙ୍କୁ ଗଡ କନ୍ତଳବାଇକୁ ସ୍ଥାନାନ୍ତର କରି ନେଇଥାନ୍ତି। ଭାଙ୍ଗିଯାଏ ରଥିପୁର ଦେଉଳ। ଦିଅଁ ଫେରନ୍ତି କନ୍ତଳବାଇ। ସେଠାର ପୁଣି ମୁସଲମାନ ଆକ୍ରମଣ ଯୋଗୁ ଠାକୁରଙ୍କୁ ନିଆଯାଏ ବର୍ତ୍ତମାନର ସାକ୍ଷୀଗୋପାଳ।

ହଜିଯାଇଥିବା ଇତିହାସକୁ ସାଉଁଟି ଏଠି ପୁଣି ଠିଆ ହୋଇଛି ଭବ୍ୟ ଦେଉଳ, ଉତ୍କଳୀୟ ଇତିହାସର ମୁକସାକ୍ଷୀ ହୋଇ। ଦୀର୍ଘ ବର୍ଷ ପରେ ଚଳଚଞ୍ଚଳ ହୋଇଛି ପୀଠ। ହସୁଛନ୍ତି ଗୋପୀନାଥ, ମା’ ରାଧାରାଣୀ।

ଧର୍ମ ଓ ସଂସ୍କୃତି ଖବର ଆହୁରି ପଢନ୍ତୁ

Sponsored
ଦିନେ ଏଇଠି ପୂଜା ପାଉଥିଲେ ସାକ୍ଷୀଗୋପାଳ | Argus News