Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଜାଣନ୍ତୁ କେବେ ହେବ ଆପଣଙ୍କ ମୃତ୍ୟୁ ...

Odisha

ଜାଣନ୍ତୁ କେବେ ହେବ ଆପଣଙ୍କ ମୃତ୍ୟୁ ...

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଜାଣନ୍ତୁ କେବେ ହେବ ଆପଣଙ୍କ ମୃତ୍ୟୁ ...

Key Points

  • କେବେ ଆପଣଙ୍କ ମୃତ୍ୟୁ ହେବ ଜାଣବାକୁ ଚାହୁଁଛନ୍ତି କି ? 
  • ଏଆଇ(AI) ଦେବ ଆପଣଙ୍କ ପ୍ରଶ୍ନର ଉତ୍ତର
  • ଏଆଇ ଡେଥ କାଲକୁଲେଟର କହିବ କେବେ ଆପଣଙ୍କର ଶେଷ ଦିନ 

ଅର୍ଗସ ବ୍ୟୁରୋ : ଏଥର ନିଜ ମୃତ୍ୟର ଶେଷ ଦିନ ବି ଆପଣ ଜାଣିପାରିବେ । ଏକଥା ଆମେ କହୁନୁ, ବରଂ କହୁଛି ଏଆଇ ଡେଥ କାଲକୁଲେଟର । ଆପଣ କେବେ ନିଜର ଶେଷ ନିଶ୍ବାସ ତ୍ୟାଗ କରିବେ, କେବେ ଆପଣଙ୍କର ଶେଷଦିନ ହେବ, ତାହା କହିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଦିନକୁ ଦିନ ଟେକ୍ନୋଲୋଜି ଡେଭ୍ଲପ କରିବା ସହ ନୂଆ ନୂଆ ଜିନିଷର ଆବିଷ୍କାର ମଧ୍ୟ ଚାଲିଛି । କିଏ ନିଜ ଶରୀରର ଅଙ୍ଗପ୍ରତ୍ୟେଙ୍ଗକୁ ବଦଳାଇ ଦେଉଛି, ତ କିଏ ପୁଅରୁ ଝିଅ ବା ଝିଅରୁ ପୁଅ ହେଇଯାଉଛି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏପରି ଏକ ଜିନିଷର ଆବିଷ୍କାର କରିଛି, ଯାହାଦ୍ବାରା ଆପଣ ନିଜର ମୃତ୍ୟୁ କେବେ ହେବ ଜାଣିପାରିବେ । 

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ବାରା ଆବିଷ୍କାର କରାଯାଇଛି ଏଆଇ ଡେଥ କାଲକୁଲେଟର । ଆମେରିକାର ନେସନାଲ ହେଲ୍ଥ ସର୍ଭିସର କିଛି ହସ୍ପିଟାଲ ଦ୍ବାରା ଯନ୍ତ୍ରକୁ ଖୁବଶୀଘ୍ର ଟ୍ରାଏଲ କରାଯିବ । ଏହି ଡେଥ କାଲକୁଲେଟରରର ପୁରା ନାଁ ଏଆଇ ଇସିଜି ରିସ୍କ ଏଷ୍ଟିମେଟର ଅଟେ । ଏହା ଆପଣଙ୍କ ହାର୍ଟ ଫେଲ ହେବାକୁ ନେଇ ଭବିଷ୍ୟବାଣୀ କରିବ । ଆପଣଙ୍କ ହାର୍ଟ ଚାଲିବା କେବେ ବନ୍ଦ ହେବ ତାହା କହିପାରିବ ଏହି ଯନ୍ତ୍ର । ଆପଣଙ୍କ ହୃଦୟର ଇଲେକ୍ଟ୍ରିକାଲ ଆକ୍ଟିଭିଟି କିପରି ରହିଛି ତାହା ଏହି ଯନ୍ତ୍ର ଦ୍ବାରା ଜାଣିହେବ । ଏବଂ ଆଗାମୀ ୧୦ ବର୍ଷରେ ଆପଣଙ୍କ ମୃତ୍ୟୁ ହେବ କି ନାହିଁ, ଆପଣଙ୍କ ସ୍ବାସ୍ଥ୍ୟବସ୍ଥା କିପରି ରହିବ , ତାହା ଏହି ଯନ୍ତ୍ର ଦ୍ବାରା ଜାଣିହେବ । ଆସନ୍ତା ବର୍ଷ ଏହାର ପ୍ରଥମ ପରୀକ୍ଷଣ କରାଯିବ । ଏବଂ ଆଗାମୀ ୫ ବର୍ଷରେ ଏହା ସମସ୍ତ ଦେଶରେ ଲାଗୁ ହେବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Know when you will die | Argus News