କୋଲକାତା ଦୁଷ୍କର୍ମ ; ଡାକ୍ତରଙ୍କ ଧାରଣାରେ ସାମିଲ ହେଲେ ପୀଡ଼ିତାଙ୍କ ପରିବାର
·1 year ago·1 min read

ଅର୍ଗସ ବ୍ୟୁରୋ : କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଡାକ୍ତରଙ୍କ ଧାରଣାରେ ସାମିଲ ହେଲେ ପୀଡ଼ିତାଙ୍କ ପରିବାର । ସେପଟେ ଗିରଫ ପୂର୍ବତନ ଆରଜି କର ମେଡିକାଲ କଲେଜ ଅଧ୍ୟକ୍ଷ ସନ୍ଦୀପ ଘୋଷ ସୁପ୍ରିମକୋର୍ଟରେ ସିବିଆଇ ତଦନ୍ତକୁ ଚାଲେଞ୍ଜ କରିଛନ୍ତି । ଗତକାଲି ସନ୍ଦୀପଙ୍କୁ ସସ୍ପେଣ୍ଡ୍ କରିଥିଲେ ପଶ୍ଚିମବଙ୍ଗ ସରକାର । ଦୁଇ ଦିନ ପୂର୍ବରୁ ଦୁର୍ନୀତି ମାମଲାରେ ସନ୍ଦୀପଙ୍କୁ ଗିରଫ କରିଥିଲା ସିବିଆଇ ।
ଅଧିକ ପଢନ୍ତୁ : ସନ୍ଦୀପଙ୍କୁ ଉଠାଇ ନେଲା ସିବିଆଇ , ଏବେ ଓଗାଳିବ ସତ
ହସ୍ପିଟାଲରେ ସମ୍ଭାବ୍ୟ ଅର୍ଥ ହେରଫେରକୁ ନେଇ ସିବିଆଇ ତାଙ୍କ ବିରୋଧରେ ତଦନ୍ତ କରୁଥିଲା । ରୋଗୀଙ୍କ ସେବା ପାଇଁ କିଣା ଯାଉଥିବା ସାମଗ୍ରୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗଷ୍ଟ ୯ରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ କୋଲକାତାରେ ଏବେବି ଡାକ୍ତର ସଂଘର ଆନ୍ଦୋଳନ ଜାରି ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: