Konark Festival / କୋଣାର୍କ ଉତ୍ସବ: ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଲା ମଣିପୁରୀ ଓ ଓଡ଼ିଶୀ ନୃତ୍ୟ
·7 months ago·3 min read

Key Points
ଚତୁର୍ଥ ସନ୍ଧ୍ୟାରେ କୋଣାର୍କ ଉତ୍ସବ
ମଣିପୁରୀ ଓ ଓଡ଼ିଶୀ ନୃତ୍ୟର ଅପୂର୍ବ ସମ୍ଭାର
ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ତଥା ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଉଦ୍ୟମରେ କୋଣାର୍କଠାରେ ଆୟୋଜିତ ୩୬ତମ କୋଣାର୍କ ଉତ୍ସବର ଆଜି ଥିଲା ଚତୁର୍ଥ ସନ୍ଧ୍ୟା । ଚତୁର୍ଥ ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ମଣିପୁରୀ ଓ ଓଡ଼ିଶୀ ନୃତ୍ୟର ଅପୂର୍ବ ସମ୍ଭାର । କୋଣାର୍କ ମନ୍ଦିର ହେଉଛି ଅପୂର୍ବ ଶିଳ୍ପକଳା, ପ୍ରାଚୀନ କୀର୍ତ୍ତିରାଜି ଓ ମୂଲ୍ୟବାନ ସାଂସ୍କୃତିକ ପରମ୍ପରାର ଚରମ ନିଦର୍ଶନ । ଓଡ଼ିଶୀ ମନ୍ଦିରର ଚାରୁକାରୁକଳା ସହିତ ପୁରୁଷ ଓ ପ୍ରକୃତିର ଏକ ଶୋଭନୀୟ ପ୍ରତିଷ୍ଠାନ - ଏହି ମନ୍ଦିର । ମନ୍ଦିର କଳାର ଶିଖର ମଣ୍ଡପ, ଗର୍ବ ଗୃହ, ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ସହ ବହୁଳ କଳା ନିପୁଣତା ଏବଂ କଳା କୌଶଳର ନିଦର୍ଶନ ମିଳେ ।
ଆଜି ପ୍ରଥମ ପର୍ଯ୍ୟାୟରେ କଲିକତାରୁ ଆସିଥିବା ବିମ୍ବାବତୀ ଦେବୀଙ୍କ ମଣିପୁରୀ ନର୍ତ୍ତନାଳୟର ଶିଳ୍ପୀମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା ମଣିପୁରୀ ନୃତ୍ୟ । ବିମ୍ବାବତୀ ଦେବୀ ବିଗତ ପାଞ୍ଚ ଦଶନ୍ଧି ଧରି କୁଚିପୁଡ଼ି ନୃତ୍ୟ ଶୈଳୀର ଜଣେ ଧୂରୀଣ ନୃତ୍ୟାଙ୍ଗନା । ସେମାନଙ୍କ ଉପସ୍ଥାପନରେ ଥିଲା ଲୀଳାକମଳ, ଏହି ପ୍ରସ୍ତୁତିଟି ମୂଳତଃ କିମ୍ବଦନ୍ତୀ ବାଦକ ଗୁରୁ ବିପିନ ସିଂହଙ୍କ ଦ୍ୱାରା ରଚିତ ଗୋଷ୍ଠଲୀଳାର ପାରମ୍ପରିକ ନୃତ୍ୟ ଦ୍ୱାରା ଅନୁପ୍ରାଣିତ ଥିଲା ଯେଉଁଥିରେ କୃଷ୍ଣଙ୍କ ବିଭିନ୍ନ ସାହସିକ ଲୀଳାକୁ ଅନୁସରଣ କରଯାଇଥିଲା । ଏହି ପ୍ରସ୍ତୁତିଟିରେ ନୃତ୍ୟ ଏବଂ ସଙ୍ଗୀତ ସହିତ ମିଶ୍ରିତ କରାଯାଇଥିଲା ଯାହା ମଣିପୁରର ବିଭିନ୍ନ ବୈଷ୍ଣବ ପ୍ରଦର୍ଶନ ପରମ୍ପରାର ଏକ ଅତ୍ୟାବଶ୍ୟକ ଅଂଶ ଥିଲା ଯାହାର ନୃତ୍ୟ ସଂରଚନା ବିମ୍ବାବତୀ ଦେବୀ କରିଥିଲେ ।
ଦ୍ବିତୀୟ ପର୍ଯ୍ୟାୟରେ ଭୁବନେଶ୍ଵରର ଭାରତୀ ନୃତ୍ୟ ମନ୍ଦିରର ଗୁରୁ ଭରତ ଚରଣ ଗିରି ଓ ସାଥୀଶିଳ୍ପୀମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା ଓଡ଼ିଶୀ ନୃତ୍ୟ । ସେମାନଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ଚାରୁକେଶୀ ପଲ୍ଲବୀ ଯେଉଁଥିରେ ତାଳ, ଲୟ ଓ ବିନ୍ୟାସର ମିଶ୍ରଣ ସହିତ ଗତି ଓ ସଙ୍ଗୀତ ମାଧ୍ୟମରେ ରାଗର ସୌନ୍ଦର୍ଯ୍ୟକୁ ପ୍ରକାଶ କରଯାଇଥିଲା । ଯାହାର ନୃତ୍ୟ ନିର୍ଦ୍ଦେଶନା ଗୁରୁ ଭାରତ ଚରଣ ଗିରି, ସଂଗୀତ ସଂଯୋଜନା ଗୁରୁ ଡକ୍ଟର ବିଜୟ କୁମାର ଜେନା ତାଳ ସଂଯୋଜନା ଗୁରୁ ଧନେଶ୍ୱର ସ୍ୱାଇଁ ଓ ଗୁରୁ ଅଜୟ କୁମାର ଚୌଧୁରୀ କରିଥିଲେ । ସେମାନଙ୍କର ଦ୍ବିତୀୟ ପ୍ରସ୍ତୁତିରେ ଥିଲା ଗଜାନନ, ଭଗବାନ ଗଣେଶଙ୍କ ଦିବ୍ୟ ଉତ୍ପତ୍ତି ବର୍ଣ୍ଣନା କରି ଇନ୍ଦ୍ରଙ୍କ ଅହଂକାର ଏବଂ ଐରାବତ ଉପରେ ଦୁର୍ବାସଙ୍କ ଅଭିଶାପ ଠାରୁ ଶିବଙ୍କ ସହିତ ଯୁବ ଗଣେଶଙ୍କ ସାକ୍ଷାତ ଓ ତାଙ୍କ ମୁଣ୍ଡ କାଟିବା ଏବଂ ନବଜାତ ହାତୀର ମୁଣ୍ଡ ସହିତ ତାଙ୍କ ପୁନର୍ଜୀବନ ପର୍ଯ୍ୟନ୍ତ କଥାବସ୍ତୁକୁ ନେଇ ଅତି ଚମତ୍କାର ଭାବରେ ନୃତ୍ୟରେ ଉପସ୍ଥାପନ କରିଥିଲେ ଶିଳ୍ପୀମାନେ ।
ତେବେ ଆସନ୍ତାକାଲି କୋଣାର୍କ ଉତ୍ସବର ପଞ୍ଚମ ତଥା ଉଦଯାପନୀ ଦିବସରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ ଉତ୍କଳ ଡାନ୍ସ ଓ ରିସର୍ଚ୍ଚ ଏକାଡେମୀର ଗୁରୁ ଆରତୀ କର ଓ ସାଥୀ । ଦ୍ୱିତୀୟ ପର୍ଯ୍ୟାୟରେ କଥକ ନୃତ୍ୟ ଶୈଳୀକୁ ପରିବେଷଣ କରିବେ ସଞ୍ଜୁକ୍ତା ସିହ୍ନା ଡାନ୍ସ କମ୍ପାନିର ସଞ୍ଜୁକ୍ତା ସିହ୍ନା ଓ ସାଥୀଶିଳ୍ପୀ ବୃନ୍ଦ।
ଚତୁର୍ଥ ସନ୍ଧ୍ୟାର ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଓଡ଼ିଶା ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଳୱନ୍ତ ସିଂହ, ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ ଯୋଗ ଦେଇ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ । ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଶିଳ୍ପୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ସେହିପରି ଚନ୍ଦ୍ରଭାଗର ବାଲୁକା ବେଳା ଭୂମିରେ ୧୫ତମ ଆନ୍ତର୍ଜାତୀୟ ବାଲୁକା ମହୋତ୍ସବର ଚତୁର୍ଥ ଦିନରେ ପୁରୁଷ ବାଲୁକା ଶିଳ୍ପୀଙ୍କ ପାଇଁ ବିଷୟ ବସ୍ତୁ ଥିଲା ଅତୁଳନୀୟ ଭାରତ ଏବଂ ମହିଳା ବାଲୁକା ଶିଳ୍ପୀମାନଙ୍କ ପାଇଁ ଥିଲା ଓଡ଼ିଶା ପର୍ଯ୍ୟଟନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories