Ginger and Kalajeera Rice Exported / କୋରାପୁଟ ପ୍ରସିଦ୍ଧ ଅଦା ଓ କଳାଜିରା ଚାଉଳ ଅନ୍ୟ ରାଜ୍ୟକୁ ରପ୍ତାନି
·6 months ago·2 min read

Key Points
କୋରାପୁଟ ପ୍ରସିଦ୍ଧ ଅଦା ଓ କଳାଜିରା ଚାଉଳ ରପ୍ତାନି
କର୍ଣ୍ଣାଟକ, ପଞ୍ଜାବ ଏବଂ ହରିଆଣାକୁ ରପ୍ତାନି
କଳାଜିରା ଚାଉଳରେ ପ୍ରସ୍ତୁତ ହେଉଛି ମହାପ୍ରଭୁଙ୍କ ମହାପ୍ରସାଦ

କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଅଦା ଓ କଳାଜିରା ଚାଉଳ ଅନ୍ୟ ରାଜ୍ୟକୁ ରପ୍ତାନି କରାଯାଇଛି। ସ୍ଵେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି ଆନୁକୁଲ୍ୟରେ ଜୈବିକ ଶ୍ରୀ ଏବଂ କୃଷି ଉତ୍ପାଦକ କମ୍ପାନୀ ଦ୍ବାରା କର୍ଣ୍ଣାଟକ, ପଞ୍ଜାବ ଏବଂ ହରିଆଣା ରାଜ୍ୟକୁ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଅଦା ଏବଂ କଳାଜିରା ଚାଉଳ ରପ୍ତାନି କରାଯାଇଛି।
କୋରାପୁଟର ଜୈବିକ ଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ଦ୍ୱାରା ସଂଗୃହୀତ ୧୦୦ କ୍ୱିଣ୍ଟାଲ ଶୁଖିଲା ଅଦା ବେଙ୍ଗାଲୁରୁକୁ, ୨୪୦ କ୍ୱିଣ୍ଟାଲ କଞ୍ଚା ଅଦା ପଞ୍ଜାବକୁ ଏବଂ ୬୦ କ୍ୱିଣ୍ଟାଲ ଉନ୍ନତମାନର 'କଳାଜିରା' ଚାଉଳ ହରିୟାଣା ବଜାରକୁ ପଠାଯାଇଛି। ସିଧାସଳଖ ବଜାର ସଂଯୋଗୀକରଣ କାରଣରୁ ଚାଷୀମାନେ ବର୍ତ୍ତମାନର ବଜାର ଦର ଅପେକ୍ଷା ପ୍ରାୟ ୩୦ ରୁ ୪୦ ପ୍ରତିଶତ ଅଧିକ ଲାଭ ପାଇବେ, ଯାହା ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହ ସାମୂହିକ ବିପଣନ ପ୍ରତି ବିଶ୍ୱାସ ଜନ୍ମାଇବ ବୋଲି କୁହାଯାଇଛି।
ଚାଷୀଙ୍କୁ ଉତ୍ପାଦର ଉଚିତ୍ ମୂଲ୍ୟ ପ୍ରଦାନ ପାଇଁ ବଜାର ସଂଯୋଗୀକରଣ ହେଉଛି ମୁଖ୍ୟ ମାଧ୍ୟମ ଏବଂ ଆଗାମୀ ଦିନରେ କୃଷକ ଉତ୍ପାଦକ କମ୍ପାନୀଗୁଡ଼ିକୁ ଅଧିକ ଶକ୍ତିଶାଳୀ କରିବା ସହ କୋରାପୁଟର ଜନଜାତି ଚାଷୀଙ୍କୁ ଦେଶର ବୃହତ ବଜାର ସହିତ ଯୋଡ଼ିବା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି।
ଜନଜାତି ଚାଷୀଙ୍କ ସ୍ଥାୟୀ ଆୟ ବୃଦ୍ଧିର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ସ୍ଥାନୀୟ କୃଷି ଅର୍ଥନୀତିକୁ ଏହା ତ୍ୱରାନ୍ୱିତ କରିବ ବୋଲି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି। ପାଲାଡିୟମର ବୈଷୟିକ ମାର୍ଗଦର୍ଶନ ସହ ପ୍ରଗତି ଏନଜିଓ ଦ୍ୱାରା ପରିଚାଳିତ ଜୈବିକ ଶ୍ରୀ କୃଷକ ଉତ୍ପାଦକ କମ୍ପାନୀର ମିଳିତ ସମନ୍ଵୟ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ସୁଦାମ ଚନ୍ଦ୍ର ବିଶ୍ୱାଳ କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କଳାଜିରା ଚାଉଳ ହେଉଛି ଓଡ଼ିଶାର ଏକ ପ୍ରସିଦ୍ଧ ସୁଗନ୍ଧିତ ଚାଉଳ ଯାହା "ଚାଉଳର ରାଜକୁମାର" ଭାବରେ ମଧ୍ୟ ଜଣାଶୁଣା। କଳାଜିରା ଧାନ ଜୟପୁର, ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା ସହ ୧୪ ଟି ବ୍ଲକରେ ଏହି ଧାନ ଚାଷ ହେଉଛି। ମୁଖ୍ୟତଃ ଆଦିବାସୀ ମହିଳା ଏହି ଧାନ ଚାଷ କରୁଛନ୍ତି । 2024 ମସିହାରେ ଏହାକୁ ଜିଆଇ ଟ୍ୟାଗ ମିଳିଥିଲା।
କଳାଜିରା ଚାଉଳରେ ପ୍ରସ୍ତୁତ ହେଉଛି ମହାପ୍ରଭୁଙ୍କ ମହାପ୍ରସାଦ । ଗତ ଫେବୃଆରି ମାସରେ ୧୨ଜଣିଆ ଆଦିବାସୀ ମହିଳା ଦଳ କୋରାପୁଟ ଜଗନ୍ନାଥ ମନ୍ଦିରରେ କଳାଜିରା ଚାଉଳ ଅର୍ପଣ କରିବା ସହ ପୁରୀ ଅଭିମୁଖେ ଯାତ୍ରା କରି କଳାଜିରା ଚାଉଳ ଶ୍ରୀମନ୍ଦିର ପ୍ରଶାସନକୁ ଦେଇଥିଲେ। ଶ୍ରୀମନ୍ଦିରରେ ପ୍ରସ୍ତୁତ ହେଉଥିବା ଭୋଗ ସମ୍ପୂର୍ଣ୍ଣ ରସାୟନିକ ସାର ମୁକ୍ତ ଶସ୍ୟରେ ପ୍ରସ୍ତୁତ ହେବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା।
ପଢନ୍ତୁ ଏହି ଖବର: ‘କୋରାପୁଟ କଫି’ ଉପରେ ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚା ଓଡ଼ିଶାକୁ ନୂଆ ପରିଚୟ ଦେଇଛି: ଧର୍ମେନ୍ଦ୍ର ପ୍ରଧାନ

Related Topics
Explore more stories