|
logo
Live
Argus News App
GET APP

Argus News - ଦଶମ ପରୀକ୍ଷା ସରିବା ପରେ ରଙ୍ଗ ଖେଳ; ଗାଧୋଇବା ବେଳେ ବୁଡ଼ିଗଲେ ୩ ସାଙ୍ଗ

Odisha

Koraput Tragedy / ଦଶମ ପରୀକ୍ଷା ସରିବା ପରେ ରଙ୍ଗ ଖେଳ; ଗାଧୋଇବା ବେଳେ ବୁଡ଼ିଗଲେ ୩ ସାଙ୍ଗ

Sushanta Sahoo
Browse all articles by Sushanta Sahoo
·3 weeks ago·2 min read
ଦଶମ ପରୀକ୍ଷା ସରିବା ପରେ ରଙ୍ଗ ଖେଳ; ଗାଧୋଇବା ବେଳେ ବୁଡ଼ିଗଲେ ୩ ସାଙ୍ଗ
3 Students Drown in Kolab

Key Points

ଏକାସାଙ୍ଗରେ ବୁଡ଼ିଗଲେ ୩ ସାଙ୍ଗ । କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ବୁଡ଼ି ଯିବାରୁ ଚାଲିଗଲା ୩ ସାଙ୍ଗଙ୍କ ଜୀବନ ।
କୋରାପୁଟ: କାଳ ହେଲା ଗାଧୋଇବା । ଏକାସାଙ୍ଗରେ ବୁଡ଼ିଗଲେ ୩ ସାଙ୍ଗ । କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ବୁଡ଼ି ଯିବାରୁ ଚାଲିଗଲା ୩ ସାଙ୍ଗଙ୍କ ଜୀବନ । ନବୋଦୟରେ ପଢ଼ୁଥିବା ୩ ଜଣ ଦଶମ ଶ୍ରେଣୀ ଛାତ୍ର କୋଲାବ ଜଳଭଣ୍ଡାରରେ ବୁଡ଼ି ପ୍ରାଣ ହରାଇଛନ୍ତି ।

ସୂଚନା ଅନୁସାରେ, ଦଶମ ଶ୍ରେଣୀ ପିଲାଙ୍କ ଲାଗି ଆଜି ପରୀକ୍ଷାର ଶେଷ ଦିନ ଥିଲା । ଶନିବାର ପରୀକ୍ଷା ସରିବା ପରେ ପିଲାଙ୍କ ଭିତରେ ଖୁସି ଦେଖିବାକୁ ମିଳିଥିଲା । ପରୀକ୍ଷା ପାଇଁ ହୋଲିରେ ରଙ୍ଗର ମଜ୍ଜା ନେଇ ପାରିନଥିବା ବିଦ୍ୟାର୍ଥୀ ରଙ୍ଗ ବୋଳାବୋଳି ହୋଇଥିଲେ ।

ଏଥିସହ ପଢ଼ନ୍ତୁ: ଦୁଃଖ ଦେଇଗଲା ରଙ୍ଗର ପର୍ବ; ମହାନଦୀ, ବ୍ରାହ୍ମଣୀ, ଖରସ୍ରୋତା ନେଲା ୫ ଜୀବନ 

ରଙ୍ଗ ଖେଳ ପରେ ବିଦ୍ୟାର୍ଥୀମାନେ ଗାଧୋଇବାକୁ ଯାଇଥିଲେ । ନିକଟରେ ଥିବା କୋଲାବ ଜଳଭଣ୍ଡାରକୁ ଯାଇଥିବା ବେଳେ ୩ ଜଣ ଛାତ୍ର ବୁଡ଼ି ଯାଇ ମୃତ୍ୟୁବରଣ କରିଛନ୍ତି । ୩ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜକୁ ଅଣାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ପାଣିରେ ବୁଡ଼ି ପ୍ରାଣ ହରାଇଥିବା ୩ ଜଣ ଛାତ୍ରଙ୍କ ମଧ୍ୟରୁ ଜଣଙ୍କର ଘର ହେଉଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବିରିଗୁଡ଼ା ଗାଁରେ । ତାଙ୍କ ନାଁ ଷଷ୍ଠୀ ସୁନ୍ଦର ହାଲବା । ଅନ୍ୟ ଦୁଇ ଜଣ ହେଲେ ଲିଙ୍ଗରାଜ ଏବଂ ଓମ୍ ପ୍ରକାଶ ବେହେରା ।

ଏଥିସହ ପଢ଼ନ୍ତୁ: ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ନୂଆ ଜୀବନ ଦେଲା ମଲା କୁକୁର; ନଦୀକୁ ଡେଇଁ ଜୀବନ ହାରିବାକୁ କରୁଥିଲେ ଉଦ୍ୟମ

ତେବେ କୋରାପୁଟ ଜିଲ୍ଲାରେ ଏହା ପ୍ରଥମ ଘଟଣା । ପୂର୍ବରୁ ମଧ୍ୟ ପାଣିରେ ବୁଡ଼ି ଅନେକ ଛାତ୍ରଛାତ୍ରୀଙ୍କ ଜୀବନ ଯାଇଛି । ପିଲାମାନେ ଜଳଭଣ୍ଡାରକୁ ଗାଧୋଇବା ପାଇଁ ଯାଇଥିବା ବେଳେ ନବୋଦୟ ବିଦ୍ୟାଳୟ କର୍ତ୍ତୃପକ୍ଷ କିଭଳି ଜାଣି ପାରିଲେ ନାହିଁ ବୋଲି ପ୍ରଶ୍ନ ଉଠୁଛି ।

ନବୋଦୟ ବିଦ୍ୟାଳୟ ପଛ ପଟେ କୋଲାବ ଜଳଭଣ୍ଡାରକୁ ନେଇ ନଦୀ ରହିଥିବା ବେଳେ ପିଲା କିଭଳି ପାଚେରୀ ଡେଇଁଲେ ? ପିଲା ପାଚେରୀ ଡେଇଁ ଯିବାବେଳେ କର୍ତ୍ତୃପକ୍ଷ କିଭଳି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି ।

ଖବର ଅପଡେଟ୍ ଜାରି ରହିଛି...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Koraput Tragedy: ଦଶମ ପରୀକ୍ଷା ସରିବା ପରେ ରଙ୍ଗ ଖେଳ; ଗାଧୋଇବା ବେଳେ ବୁଡ଼ିଗଲେ ୩ ସାଙ୍ଗ | Argus News