Videos
|
Odisha

Parab 2026 / ଡାକିଲାଣି କୋରାପୁଟ... ପାଖେଇ ଆସୁଛି ପରବ-୨୦୨୬

Sushanta Sahoo
Browse all articles by Sushanta Sahoo
·44 mins ago·1 min read
ଡାକିଲାଣି କୋରାପୁଟ... ପାଖେଇ ଆସୁଛି ପରବ-୨୦୨୬
Koraput Parab Festival 2026

Key Points

ମାଟିର ଗୌରବକୁ ଉଜ୍ଜୀବିତ କରିବାର ମହାନ ଉତ୍ସବ 'ପରବ କୋରାପୁଟ ୨୦୨୬' । ଆଦିବାସୀ ପରମ୍ପରାର ବାର୍ତ୍ତା ବହନ କରେ କୋରାପୁଟର ଗଣପର୍ବ ପରବ ।
କୋରାପୁଟ: ଆଦିବାସୀ କଳା, ସଂସ୍କୃତି ଓ ପରମ୍ପରାର ମହାମିଳନ । ମାଟିର ଗୌରବକୁ ଉଜ୍ଜୀବିତ କରିବାର ମହାନ ଉତ୍ସବ 'ପରବ କୋରାପୁଟ ୨୦୨୬' । ଆଦିବାସୀ ପରମ୍ପରାର ବାର୍ତ୍ତା ବହନ କରେ କୋରାପୁଟର ଗଣପର୍ବ ପରବ । ଚଳିତ ବର୍ଷ ଡିସେମ୍ବର ୧୫ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ମୁଖ୍ୟ ପର୍ବ ଆୟୋଜିତ ହେବ ।

ଏହି ପରିପ୍ରେକ୍ଷୀରେ ନଭେମ୍ବର ୧୫ରେ କୁନ୍ଦୁରାରୁ ଏହାର ଶୁଭାରମ୍ଭ କରାଯିବ । ବାଗଦେରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆ କୁନ୍ଦୁରାରେ 'ପରବ କୋରାପୁଟ ୨୦୨୬'ର ଉଦ୍‌ଘାଟନ ସମାରୋହ ରବିବାର ହେବ । ନଭେମ୍ବର ୧୫ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତ ବିଶେଷ ଯୋଗ ଦେବେ ।

ପର୍ବର ଆୟୋଜନକୁ କେବଳ ଏକ ଉତ୍ସବ ମଧ୍ୟରେ ସୀମିତ ନରଖି ଜିଲ୍ଲାର ଐତିହ୍ୟ, ଲୋକକଳା, ଆଦିବାସୀ ଜୀବନଧାରା ଓ ସାଂସ୍କୃତିକ ବିବିଧତାକୁ ଜାତୀୟସ୍ତରରେ ପରିଚିତ କରାଇବାକୁ ଜିଲ୍ଲା ପ୍ରଶାସନ ପ୍ରୟାସ କରୁଛି ।

ଏଥିସହ ପଢ଼ନ୍ତୁ: ମୋ ଛୁଆଙ୍କୁ କ'ଣ ଦରକାର ? ଶିଶୁଙ୍କ ମାନସିକ ସ୍ୱାସ୍ଥ୍ୟ, ଆଚରଣ ଓ ପାରେଣ୍ଟିଂକୁ ନେଇ ଆସିଲା ପୁସ୍ତକ 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଦିବାସୀ ସମାଜର ଜୀବନଶୈଳୀ, ପାରମ୍ପରିକ ବେଶଭୂଷା, ବାଦ୍ୟ, ନୃତ୍ୟ ଓ ଲୋକସଂସ୍କୃତିର ଅପୂର୍ବ ସମନ୍ଵୟକୁ ଉପସ୍ଥାପନ ସହ ସ୍ଥାନୀୟ କଳାକାରଙ୍କୁ ଉପଯୁକ୍ତ ମଞ୍ଚ ଯୋଗାଇ ଦେଉଛି ପରବ । ଚଳିତବର୍ଷର ପର୍ବକୁ ଆହୁରି ଲୋକପ୍ରିୟ କରିବା ପାଇଁ ସମସ୍ତେ ପ୍ରୟାସ କରୁଛନ୍ତି ।

କୋରାପୁଟର ମାଟି, ମଣିଷ ଓ ସାଂସ୍କୃତିକ ଭାବର ପ୍ରତିଛବି ଭାବେ ପରିଚିତ ପର୍ବ ଚଳିତବର୍ଷ ମଧ୍ୟ ଜିଲ୍ଲାର ସାଂସ୍କୃତିକ ଗୌରବକୁ ନୂଆ ପରିଚୟ ଦେବା ସହ ପର୍ଯ୍ୟଟନର ବିକାଶ ଓ ଲୋକକଳାର ସଂରକ୍ଷଣ ଦିଗରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ ବୋଲି ଆଶା କରାଯାଉଛି ।