Parab 2026 / କୋରାପୁଟର ଗଣପର୍ବ 'ପରବ'; ସମସ୍ତ ପଞ୍ଚାୟତ ଓ ବ୍ଳକକୁ ଯିବ ମଶାଲ
·37 mins ago·2 min read

Key Points
କୋରାପୁଟ ଜିଲ୍ଲାର ଗଣପର୍ବ 'ପରବ' ଆଜିଠାରୁ ଆରମ୍ଭ ହୋଇଛି । ଏଥିପାଇଁ ଉତ୍ସବମୁଖର ହୋଇପଡ଼ିଛି ପୂରା ବାଗଦେରୀ । ଢୋଲର ତାଳ, ମହୁରୀର ସ୍ଵରରେ ମୁଖରିତ ସମଗ୍ର ଅଞ୍ଚଳ ।
ଜୟପୁର: ଆଦିବାସୀଙ୍କ କଳା ସଂସ୍କୃତି ଓ ରମ୍ପରାର ମହାମିଳନର ପର୍ବ 'ପରବ' । କୋରାପୁଟ ଜିଲ୍ଲାର ଗଣପର୍ବ 'ପରବ' ଆଜିଠାରୁ ଆରମ୍ଭ ହୋଇଛି । ଏଥିପାଇଁ ଉତ୍ସବମୁଖର ହୋଇପଡ଼ିଛି ପୂରା ବାଗଦେରୀ । ଢୋଲର ତାଳ, ମହୁରୀର ସ୍ଵରରେ ମୁଖରିତ ସମଗ୍ର ଅଞ୍ଚଳ । ପାରମ୍ପରିକ ବେଶଭୂଷାରେ ସଜେଇ ହୋଇ ନାଚଗୀତରେ ମସଗୁଲ ଆଦିବାସୀ । ଚାରିଆଡ଼େ ଉତ୍ସବର ମାହୋଲ ।
ଚଳିତବର୍ଷ କୁନ୍ଦୁରା ବ୍ଳକ ବାଗଦେରୀ ସ୍ଥିତ ମା' ଠାକୁରାଣୀଙ୍କ ମନ୍ଦିରରୁ ବାହାରିଛି 'ପରବ'ର ପବିତ୍ର ମଶାଲ । ହଜାର ହଜାର ଆଦିବାସୀ ଜନଜାତିର ଲୋକଙ୍କ ସମାଗମରେ ଅଞ୍ଚଳ ଲୋକାରଣ୍ୟ ହୋଇ ଉଠିଛି । ମହାପର୍ବରେ ସାମିଲ୍ ହୋଇଛନ୍ତି ଜିଲ୍ଲାର ଅନେକ ପ୍ରଶାସନିକ ଅଧିକାରୀ ଓ ରାଜନେତା ।
'ପରବ'ର ମଶାଲ ବାହାରିବା ସହ ଆଜିଠାରୁ କୋରାପୁଟ ଜିଲ୍ଲା ବ୍ୟାପି ସମସ୍ତ ପଞ୍ଚାୟତ ଓ ବ୍ଳକ ସ୍ତରରେ ଉତ୍ସବ ପାଳନ ହେବ । ଡିସେମ୍ବର ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ କୋରାପୁଟ ପରବ ପଡ଼ିଆରେ ଆୟୋଜିତ ହେବ 'ପରବ' କାର୍ଯ୍ୟକ୍ରମ ।
ଏଥିସହ ପଢ଼ନ୍ତୁ: ଡାକିଲାଣି କୋରାପୁଟ... ପାଖେଇ ଆସୁଛି ପରବ-୨୦୨୬
'ପରବ' କେବଳ ଏକ ପର୍ବ ନୁହେଁ । ଏହା ଆଦିବାସୀଙ୍କ ଅସ୍ମିତା, ସ୍ୱାଭିମାନ ଓ ଐତିହ୍ୟର ପରିଚୟ । ଯେଉଁଠି ନିଜ ନିଜର ଭାଷା, ପୋଷାକ, ନୃତ୍ୟ, ଗୀତ ଓ ବାଦ୍ୟ ମାଧ୍ୟମରେ ନିଜର ସମୃଦ୍ଧ ପରମ୍ପରାକୁ ପ୍ରଦର୍ଶନ କରନ୍ତି ଆଦିବାସୀ ସମ୍ପ୍ରଦାୟ । ଗୋଟିଏ ମଞ୍ଚରେ ଏକାଠି ହୁଏ ବିଭିନ୍ନ ଜନଜାତିର କଳା ଓ ସଂସ୍କୃତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାଗଦେରୀର ମାଟିରୁ ଜଳିଥିବା 'ପରବ'ର ପବିତ୍ର ମଶାଲ କେବଳ ଏକ ଉତ୍ସବର ଆରମ୍ଭ ନୁହେଁ, ବରଂ ଆଦିବାସୀଙ୍କ ଏକତା, ପରମ୍ପରା ଓ ସଂସ୍କୃତିର ଏକ ବଡ଼ ବାର୍ତ୍ତା । ବାଗଦେରୀରୁ ଆରମ୍ଭ ହୋଇଥିବା ଏହି 'ପରବ'ର ମଶାଲ ଆଦିବାସୀ ଏକତା ଓ ସଂସ୍କୃତିର ବାର୍ତ୍ତା ନେଇ ଆଗକୁ ବଢ଼ିବ । ଏହି ମହାମିଳନ ମାଧ୍ୟମରେ କୋରାପୁଟର ଗୌରବମୟ କଳା, ସଂସ୍କୃତି ଓ ପରମ୍ପରା ପୁଣିଥରେ ପ୍ରତିଫଳିତ ହେବ ।