Koraput Landslide / ପୁଣି ପାହାଡ଼ ଧସିଲା, ରାସ୍ତାରେ ଖସିଲା ବଡ଼ ବଡ଼ ପଥର
·24 mins ago·1 min read

Key Points
କୋରାପୁଟରେ ପୁଣି ଭୂସ୍ଖଳନ
ରାସ୍ତା ଉପରେ ପଡ଼ିଛି ବିଶାଳ ପଥର
ରାସ୍ତା ଅବରୋଧ ନେଇ ସୂଚନା
ରାସ୍ତା ଉପରେ ପଡ଼ିଛି ବିଶାଳ ପଥର
ରାସ୍ତା ଅବରୋଧ ନେଇ ସୂଚନା
କୋରାପୁଟ: ଜିଲ୍ଲାର ପଟ୍ଟାଙ୍ଗିରୁ ନେରିଡ଼ିୱାଲସାକୁ ସଂଯୋଗ କରୁଥିବା ବ୍ରିଟିଶ ରୋଡ୍ରେ ପୁଣି ଭୂସ୍ଖଳନ । ପାହାଡ଼ରୁ ବଡ଼ ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଫଳରେ ଯାତ୍ରୀ ଓ ଯାନବାହନ ଚଳାଚଳରେ ସମସ୍ୟା ଦେଖାଦେଇଛି । ତୁରନ୍ତ ପଥର ହଟାଇ ରାସ୍ତା ସ୍ୱାଭାବିକ କରିବାକୁ ଦାବି ହେଉଛି । ଅର୍ଣ୍ଣବ ବାତ୍ୟା ପରେ ଜିଲ୍ଲାରେ ଦ୍ଵିତୀୟ ଥର ଲାଗି ଭୂସ୍ଖଳନ ହୋଇଥିବାବେଳେ ତୁରନ୍ତ ରାସ୍ତା ସଫା କରିବାକୁ ଉଦ୍ୟମ ଚାଲିଛି ।
ବାତ୍ୟା ଅର୍ଣ୍ଣବ ପରେ କୋରାପୁଟରେ ମାଟି ଅତଡ଼ା ଖସିଥିଲା । ବାତ୍ୟା ପ୍ରଭାବରେ କୋରାପୁଟ ଜିଲ୍ଲାରେ ବର୍ଷା ଲାଗିରହିଥିଲା । ବର୍ଷା ଯୋଗୁଁ ସାଲୁର-ଶୁଙ୍କି ଘାଟିରେ ଭୂସ୍ଖଳନ ହୋଇଥିଲା । ବିଭିନ୍ନ ସ୍ଥାନରେ ପାହାଡ଼ରୁ ମାଟି ଅତଡ଼ା ଖସିଥିବା ବେଳେ ଭାଙ୍ଗିଥିଲା ଗାର୍ଡ ୱାଲ୍ । ଏଥିସହ ରାସ୍ତାରେ ଉପୁଡ଼ି ପଡ଼ିଥିଲା ଗଛ । ବର୍ଷା ଓ ଭୂସ୍ଖଳନ ଯୋଗୁଁ ଯାତାୟାତ ଉପରେ ପ୍ରଭାବ ପଡ଼ିବା ଆଶଙ୍କା ରହିଥିଲା । ସେହିପରି ଦେଓମାଳି ଯିବା ରାସ୍ତାରେ ମଧ୍ୟ ହୋଇଥିଲା ଭୂସ୍ଖଳନ ।
ଖବର ଅପଡେଟ୍ ଜାରି ରହିଛି...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories